ଅକ୍ଟୋବର ୩୧ ତାରିଖରେ ଏକ କାର ଦୁର୍ଘଟଣାରେ ଗୋଟେ ପରିବାରର ୭ ଜଣଙ୍କର ମୁର୍ତ୍ୟୁ ହୋଇଯାଇଛି । ସେହି ଘଟଣା ପରେ ପୋଲିସ ତନା ଘନା ରୁ ଜଣା ପଡିଲା ଯେ ସେହି ପରିବାରର ୭ ଜଣ ଲୋକଙ୍କୁ ସୁରିନ୍ଦର ସିଂହ ଦୁର୍ଘଟଣା ଦ୍ଵାରା ମାରିଛନ୍ତି । ସୁରିନ୍ଦର ସିଂହଙ୍କ ପରିବାରର ସବୁ ଲୋକ ଗାଡିରେ ଯିବା ସମୟରେ ସେହି ପରିବାରର ଜଣେ ପୁଅ ଗାଡିକୁ ଜାଣିଶୁଣି କେନାଲ ଭିତରକୁ ଗଡାଇ ଦେଇଥିଲେ ଯାହାଦ୍ୱାରା ସେହି ପରିବାରର ୭ ଜଣଙ୍କ ମୁର୍ତ୍ୟୁ ହୋଇଛି ।
ଦୋଷୀକୁ ପୋଲିସ ଗିରଫ କରି ପଚରାଉଚରା କରିବା ପରେ ସେ ନିଜେ ନିଜ ଦୋଷ ସ୍ଵୀକାର କରିଛି । ପାରିବାରିକ କଳହ ଏବଂ ସମ୍ପତି ଲୋଭରେ ଏମିତି କରିଛି ବୋଲି ଅଭିଯୁକ୍ତ ପୋଲିସକୁ ବୟାନ ଦେଇଛି ।
ଅକ୍ଟୋବର ୩୧ ତାରିଖରେ ଆମ୍ରାପୁର ରେ ରହୁଥିବା ସୁରିନ୍ଦର ସିଂହ ତାଙ୍କ ପତ୍ନୀ କୁଲବିନ୍ଦର କୌର, ମା ସ୍ବର୍ଣ୍ଣ କୌର , ଝିଅ ସୋନା କୌର ଓ ସିମରନ, ପୁଅ ସାଜନ, ବଡ ଭାଇ ବଲବିନ୍ଦର ସିଂହ ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଲଖବିନ୍ଦର ମିଶି କାରରେ ଯାଉଥିଲେ । ପରିବାର ଲୋକ ଯାଉଥିବା କାରକୁ ବଲବିନ୍ଦର ସିଂହ ଚଲାଉଥିଲେ । ଏହା ପରେ ବଲବିନ୍ଦର ସିଂହ ଜାଣି ଶୁଣି ଗାଡିକୁ ନେଇ ତୁତୱାଲା ଗାଁ ନିକଟରେ ଥିବା କେନାଲ ତଳକୁ ଗଡାଇ ଦେଇଥିଲେ ।
ପୋଲିସ ସେହି ସ୍ଥାନରେ ପହଞ୍ଚି ତଦନ୍ତ କରିବା ପରେ ପ୍ରକୂତ ଘଟଣା ଜଣା ପଡିଥିଲା । ପୋଲିସ କହିବା ଅନୁସାରେ କାରର ଷ୍ଟେରିଂ ଲକ ଥିବା ଯୋଗୁଁ ଏହି ଦୁର୍ଘଟଣା ଟି ଘଟିଥିଲା । ପୋଲିସ ଦୋଷିକୁ ଧରିବା ପାଇଁ ସବୁ ଦିଗରେ ଜାଲ ବିଛେଇ ଥିଲା ।
ସର୍ବ ଶେଷରେ ବଲବିନ୍ଦର ସିଂହ ହେଉଛନ୍ତି ହତ୍ୟାକାରୀ ବୋଲି ପୋଲିସ ସନ୍ଦେହ କରିବା ଆରମ୍ଭ କରିଦେଇଥିଲା । ପାରିବାରିକ କଳହକୁ ନଜରରେ ରଖି ପୋଲିସ ବଲବିନ୍ଦରଙ୍କୁ ପଚରା ଉଚରା କରାଯାଇଥିଲା । ଶେଷରେ ପୋଲିସର ସନ୍ଦେହ ସତ ହେଲା, ବଲବିନ୍ଦର ପାରିବାରିକ କଳହ ଓ ସମ୍ପତି ହଡପକୁ ନେଇକି ସେହି ୭ ଜଣଙ୍କୁ ହତ୍ୟା କରିଥିଲା ବୋଲି ସେ ପୋଳିସକୁ କହିଥିଲା । ଏହା ପରେ ପୋଳିସ ତାକୁ ଗିରଫ କରିନେଇଥିଲା ।