ଏହି ଅଟୋଚାଳକ ପେଟ୍ରୋଲ୍ ବାଇକକୁ କରିଦେଲେ ବ୍ୟାଟେରୀ ବାଇକ୍, ଦେଖନ୍ତୁ କେମିତି

ଆଜିକାଲି ଲୋକମାନେ ନିଜର ଜ୍ଞାନ କୌଶଳରେ ବହୁତ ନୂଆ ନୂଆ ଜିନିଷ ଉଦ୍ଦଭାବନ କରୁଛନ୍ତି । ଭୁବନେଶ୍ବର କାର୍ଗିଲ ବସ୍ତିରେ ରହୁଥିବା ଯୋଗେନ୍ଦ୍ର ମଲ୍ଲିକ ନିଜର ଜ୍ଞାନ କୌଶଳ ଦ୍ଵାରା ଏକ ବ୍ୟାଟେରୀ ଦ୍ଵାରା ଚାଲୁଥିବା ବାଇକ ତିଆରି କରିଛନ୍ତି । ଯୋଗେନ୍ଦ୍ର ମଲ୍ଲିକ ଜଣେ ଅଟୋ ଡ୍ରାଇଭର ଓ ଟିଭି ମେକାନିକ । ଏମିତିରେ ସେ ଅଧିକ ପାଠ ମଧ୍ୟ ପଢି ନାହାନ୍ତି । କିନ୍ତୁ ଏହା ସତ୍ବେ ବି ନିଜର ଜ୍ଞାନ କୌଶଳ ଦ୍ଵାରା ପେଟ୍ରୋଲ ଦ୍ଵାରା ଚାଲୁଥିବା ଗାଡିକୁ ସେ ଇ ବୟକ କରିଦେଲେ ।

ଅର୍ଥାତ ସେ ଏକ ବ୍ୟାଟେରୀ ଗାଡି ତିଆରି କରିଛନ୍ତି । ଯାହାକୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ କରିଲେ ୫୦ କିମି ପର୍ଯ୍ୟନ୍ତ ଯାଉଛି । କହିଦେଉଛୁ କି ଏହି ବାଇକ ତିଆରି କରିବା ପାଇଁ ସେ ୩୦ ହଜାର ଟଙ୍କା ଖର୍ଚ କରିଛନ୍ତି । କାର ବ୍ୟାଟେରୀ ଓ ଅନ୍ୟ କିଛି ମେସିନ ଦ୍ଵାରା ସେ ପେଟ୍ରୋଲ ବାଇକକୁ ଇ ବାଇକ କରି ଦେଇଛନ୍ତି ।

ଯୋଗେନ୍ଦ୍ର ମଲ୍ଲିକ ଅଟୋ ଚାଳକ ହୋଇଥିଲେ ବି ତାଙ୍କର ଏହିଭଳି ଇଲୋଟ୍ରନିକ କାମ ପ୍ରତି ଆଗ୍ରହ ଥିଲା ଓ ତାଙ୍କର ଏହି ଆଗ୍ରହ ଯୋଗୁ ସେ ଏହିଭଳି ଏକ ବାଇକ କରିଛନ୍ତି । ସେ ଗୋଟିଏ ସାଧାରଣ ଦେଖାଯାଉଥିବା ହୀରୋ ହୋଣ୍ଡା ବାଇକକୁ ଇ ବାଇକ ଅର୍ଥାତ ବ୍ୟାଟେରୀ ଗାଡିର ରୂପ ଦେଇ ଦେଇଛନ୍ତି । ଅଧିକ ପାଠ ପଢି ନାହାନ୍ତି ତଥାପି ସେ ତାଙ୍କ ଘରେ ବସି ଲୋକମାନଙ୍କ ଟିଭି, ରେଡିଓ, ଗ୍ରାଇଣ୍ଡର ପଙ୍ଖା ଠିକ କରି ଦିଅନ୍ତି । ଏମିତିରେ ଯୋଗେନ୍ଦ୍ର ମଲ୍ଲିକଙ୍କ କହିବା ଅଟେ କି ବର୍ତ୍ତମାନ ମାର୍କେଟରେ ଇ ବାଇକ ଆସି ଯାଇଛି ।

କିନ୍ତୁ ଲକଡାଉନ ମଧ୍ୟରେ ଯେତେବେଳେ ମୁଁ ଘରେ ବସି ଥିଲି ସେହି ସମୟରେ ମୁଁ ଚିନ୍ତା କରିଲି କି ମୋର ପୁରୁଣା ଗାଡି ଯାହାକି ଘରେ ପଡି ରହିଥିଲା ତାକୁ କେମିତି ଇଲଟ୍ରୋନିକ ବାଇକ କରିବି । ବ୍ୟାଟେରୀରେ କେମିତି ଏହି ବାଇକକୁ ଚଳାଇବି । କିନ୍ତୁ ମୋ ପାଖରେ ବିଶେଷ ଟଙ୍କା ବି ସେହି ସମୟରେ ନ ଥିଲା । ଏମିତିରେ ମୁଁ ଧୀରେ ଧୀରେ କରି ଅନ୍ଲାଇନରେ ସବୁ ଜିନିଷ ଆଣିଲି । ଏହା ପରେ ସେହି ସମସ୍ତ ଜିନିଷକୁ ନିଜେ କାଟି, ନିଜେ ଭାଙ୍ଗି, ନିଜେ ଯୋଡି ଶେଷରେ ଏହି ବାଇକକୁ ତିଆରି କରିଲି ।

ମୋତେ ପାଖାପାଖି ୩ ମାସ ଲାଗିଛି ଏହି ବାଇକକୁ ତିଆରି କରିବା ପାଇଁ । ବର୍ତ୍ତମାନ ମୁଁ ନିଜେ ଏହି ଗାଡିକୁ ଚଲୁଉଛି । ଏହି ଗାଡିକୁ ଥରେ ଫୁଲ ଚାର୍ଜ କରିଦେଲେ ପାଖାପାଖି ୫୦ କିମି ଯାଉଛି । ଚାର୍ଜ କରିବା ପାଇଁ ୩ ରୁ ୪ ଘଣ୍ଟା ସମୟ ଲାଗିଥାଏ ।

ଗାଡି ପାଖାପାଖି ୪୦ ରୁ ୪୫ କିମି ପ୍ରତି ଘଣ୍ଟାରେ ଯାଉଛି । ଏମିତିରେ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ଯଦି କିଛି ସାହାର୍ଯ୍ୟ ମିଳିବ ତେବେ ସେ ଆଗକୁ ଯାଇ ପାରିବେ । କହିବାକୁ ଗଲେ ଯୋଗେନ୍ଦ୍ର ମଲ୍ଲିକଙ୍କ ପାଇଁ ଏହା ବହୁତ ବଡ କଥା ଅଟେ । କାରଣ ବିନା କୌଣସି ଟ୍ରେନିଙ୍ଗ କିମ୍ବା ଅନ୍ୟ କୌଣସି ବି ପ୍ରକାରର ସୁବିଧା ନ ଥାଇ ସେ ଏହିଭଳି ଏକ ବାଇକ ତିଆରି କରିଛନ୍ତି ।

Leave a Reply

Your email address will not be published. Required fields are marked *