ପେଟରୁ ଆସୁଥିବା ଗୁଡଗୁଡ ଶବ୍ଦକୁ ଏସିଡିଟି ଭାବି ହଲ୍କା ରେ ନିଅନ୍ତୁ ନାହିଁ, କାହିଁକିନା ଏହା ଭୟଙ୍କର ରୋଗ ହୋଇ ପାରେ

କୁହା ଯାଏ ଯେ ପେଟ ସବୁ ପ୍ରକାର ରୋଗ ର ମୁଖ୍ୟ କାରଣ ହୋଇଥାଏ, ପେଟ ସଫା ଓ ଭଲ ଥିଲେ ସବୁ ପ୍ରକାର ରୋଗ ଆପଣଙ୍କ ଠାରୁ ଦୂରେଇ ରହି ଥାନ୍ତି କିନ୍ତୁ ପେଟ ଖରାପ ଥିଲେ ସବୁ ପ୍ରକାର ରୋଗ ଆପଣଙ୍କୁ ହୋଇଥାଏ । ଆଜି କାଲି ସମସ୍ତେ ପେଟ ରୋଗରୁ ପୀଡିତ ଅଛନ୍ତି ଓ ଏହାର ସବୁ ଠାରୁ ବଡ କାରଣ ଆମ ଖାଦ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ଖାସ କଥା ।

ପେଟରୁ ଅଜବ ଶବ୍ଦ ଆସିଲେ ଏହାକୁ ପେଟ ଗୁଡଗୁଡ କୁହାଯାଏ, ଏମିତି ସେତେବେଳେ ହୋଇଥାଏ ଯେତେବେଳେ ପେଟ ଖାଲି ରହିଥାଏ ।

ପେଟରୁ ଶବ୍ଦ ଆସିବା ସାମାନ୍ୟ କଥା କିନ୍ତୁ ବାରମ୍ବାର ହେଲେ ଡକ୍ଟରକୁ ଦେଖେଇବା ଉଚିତ ଅଟେ । ଅସାମାନ୍ୟ ଶବ୍ଦ ପେଟରୁ ଆସିଲେ ବୁଝି ଯାଅନ୍ତୁ ଯେ ପେଟ ଆପଣଙ୍କୁ ସଂକେତ ଦଉଛି, ପେଟରୁ ଶବ୍ଦ ଆସିଲେ ଡକ୍ଟର ଅଲ୍ଟ୍ରାସାଉଣ୍ଡ ରେ ବା ଏକ୍ସରେ ରେ କିଛି ନଆସିଲେ ଆପଣଙ୍କୁ ନିଜ ଖାଦ୍ୟ ବଦଳିବା ଉଚିତ ଅଟେ । ବହୁତ ଲୋକଙ୍କ ପେଟ ଗ୍ୟାସ ହବାରୁ ଶବ୍ଦ କରିଥାଏ ଓ କେତେକ ଲୋକଙ୍କ ପେଟ ଖାଲି ହବାରୁ ଗୁଡଗୁଡ କରିଥାଏ । ତେବେ ଆସନ୍ତୁ କେଉଁ କାରଣ ପାଇଁ ପେଟ ଶବ୍ଦ କରିଥାଏ ।

ଏସିଡିଟି ହବା :

ଗ୍ୟାସ ପେଟ ଏମିତିକା ସମସ୍ୟା ଯାହା ଯେତେ ଚିକିତ୍ସା କରେଇଲେ ମଧ୍ୟ ପୂର୍ଣ ଭାବରେ ଦୂର ହୋଇ ନଥାଏ ଟିକେ ଏପଟ ସେପଟ ଖାଇବା ଦ୍ଵାରା ଫେରି ଆସେ । ଯଦି ଆପଣଙ୍କ ପେଟ ଗୁଡଗୁଡ ହୁଏ ତେବେ ଏହାର ଗୋଟେ କାରଣ ଗ୍ୟାସ ମଧ୍ୟ ହୋଇଥାଏ ।

ଭୋକିଲା ରହିବା :

ପେଟ ଗୁଡଗୁଡ ଶବ୍ଦ ସବୁଠାରୁ ବଡ କାରଣ ଭୋକ ଅଟେ, କାହିଁକିନା ଖାଲି ପେଟ ହବା ଆପଣଙ୍କ ପାଚନ ତନ୍ତ୍ର ବିନା ଭୋଜନ ରେ କାମ କରିଥାଏ ଯାହା ଫଳରେ ଏହା ଶବ୍ଦ କରିଥାଏ ।

ସ୍ଥଳାନ୍ତ୍ର କ୍ୟାନ୍ସର :

ଯଦି ବାରମ୍ବାର ଆପଣଙ୍କ ପେଟ ଶବ୍ଦ କରୁଛି ବା ଆପଣଙ୍କୁ ପ୍ରାୟ ସବୁବେଳେ ଗ୍ୟାସ ହାଉଛି ତେବେ ଆପଣଙ୍କୁ ଡକ୍ଟରକୁ ଦେଖେଇବା ଦରକରାର ଅଟେ । ଯଦି ବଟିକା ଦ୍ଵାରା ଏହି ଗ୍ୟାସ କାମୁ ନାହିଁ ତେବେ ଏହା ସ୍ଥଳାନ୍ତ୍ର କ୍ୟାନ୍ସର ହୋଇ ପାରେ ସେଥିପାଇଁ ଭଲ ଭାବରେ ଚିକିତ୍ସା କରାନ୍ତୁ । କ୍ୟାନ୍ସର ପେଟରେ ଗ୍ୟାସ ବନେଇଥାଏ ଏହାର ଅନ୍ୟ କିଛି କାରଣ ଦେଖା ଯାଏ ନାହିଁ ସେଥିପାଇଁ ଏହାକୁ ଚିହ୍ନିବା ବହୁତ କଷ୍ଟ ଅଟେ ।

Leave a Reply

Your email address will not be published. Required fields are marked *