ପିଣ୍ଟୁ ଭାଇ ଅନାଥ ଆଶ୍ରମ ଆଡପ୍ଟ କରି ଅନାଥ ପିଲା Shivaକୁ ଇଂଜିନିୟର କରେଇଥିଲେ, ଦେଖନ୍ତୁ କଣ କହୁଛନ୍ତି Purna Chandra

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମା-ରୁଛି । ବର୍ତ୍ତମାନ ସମସ୍ତେ ଏହାର ଉତ୍ତର ଜାଣିବା ପାଇଁ ଚହୁଁଛନ୍ତି । କେତେ ଟଙ୍କା ଆଦାୟ କରାଯାଇଥିଲେ କଣ ହୋଇଥିଲା କାହିଁକି ପିଣ୍ଟୁ ନନ୍ଦ ଟଙ୍କା ଆଦାୟ ପରେ ମଧ୍ୟ ବଞ୍ଚିପାରିଲେ ନାହିଁ । ଏହାସହିତ ଅନେକ ଲୋକ ପିଣ୍ଟୁ ନନ୍ଦଙ୍କ ଚରିତ୍ରକୁ ନେଇ ମଧ୍ୟ ତାଙ୍କ ଦେହାନ୍ତ ପରେ ବହୁତ କିଛି କହୁଥିବା ବେଳେ ସାମ୍ନାକୁ ଆସିଛନ୍ତି ତାଙ୍କ ସହ ମିଶୁଥିବା ପୂର୍ଣଚନ୍ଦ୍ର ଆଉ ଦେଇଛନ୍ତି ଏଭଳି କିଛି ମନ୍ତବ୍ୟ । ଆସନ୍ତୁ ଜାଣିବା ।

ପୂର୍ଣଚନ୍ଦ୍ର କହିଛନ୍ତି ପିଣ୍ଟୁ ନନ୍ଦ ଜଣେ ଭଲ ଲୋକ । ତେଣୁ ତାଙ୍କ ଦେହାନ୍ତ ପରେ ତାଙ୍କ ବିଷୟରେ ବହୁତ କିଛି ଭଲ କଥା କହିବା ପାଇଁ ରହିଛି । ହେଲେ କିଛି ଲୋକ ଭଲ ନ କହି ଓଲଟା ତାଙ୍କର ଖରାପ କଥାଟି ମିଡିଆ ସାମ୍ନାରେ କହୁଛନ୍ତି ବୋଲି କହିଛନ୍ତି ପୂର୍ଣଚନ୍ଦ୍ର । ସେ କହିଛନ୍ତି ପିଣ୍ଟୁ ନନ୍ଦଙ୍କ ସହ ମୁଁ ବ୍ୟକ୍ତିଗତ ଭାବରେ ମିଶିଛି ମୁଁ ତାଙ୍କୁ ଜାଣିଛି ଭଲରେ ସେ ଜଣେ ଭଲ ଲୋକ ।

କାରଣ ସେ ଏକ ଅନାଥ ଆଶ୍ରମକୁ ଆଡ଼ପ୍ଟ କରିଛନ୍ତି । ବାରଙ୍ଗ ପାଖରେ ରହିଛି ସେହି ଆଶ୍ରମଟି । ଆଉ ପିଣ୍ଟୁ ନନ୍ଦ ଏକ ଛୋଟ ପିଲାକୁ ଆଣି ସେହି ଅନାଥ ଆଶ୍ରମରେ ରଖି ପାଠ ପଢାଇ ତାକୁ ଇଂଜିନିୟର କରିଛନ୍ତି । ସେହି ପିଲାଟିର ନା ହେଉଛି ଶିବା । ଶିବା ପିଣ୍ଟୁ ନନ୍ଦଙ୍କ ସହ ଥିବାର ଅନେକ ଭିଡିଓରେ ଆପଣ ମାନେ ଦେଖିବା ପାଇଁ ପାଇବେ ସେଭଳି ମଣିଷ ଭଲ ନୁହେଁ ତ ଆଉ କଣ ମୁଁ ତାଙ୍କ ସହ ବ୍ୟକ୍ତିଗତ ଭାବରେ ମିଶିଥିଲି ତେଣୁ ଏହି କଥାଟି ଜାଣିଥିଲି ।

ଯାହା ହୁଏତ ଅନ୍ୟ ମାନଙ୍କୁ ଜଣା ନାହିଁ ବୋଲି କହିଛନ୍ତି ପୂର୍ଣଚନ୍ଦ୍ର । ସେ ଭଲ ମଣିଷ ଥିଲେ କିନ୍ତୁ ତାଙ୍କର ଏତେ ବଡ ବଡ ପିଲା ହୋଇଯିବା ପରେ ଡିଭୋର୍ସ ହୀବାରୁ ସେ ଅଧିକ ଚିନ୍ତାଗ୍ରସ୍ତ ହେବାକୁ ଲାଗିଲେ ଆଉ ନିଶା ସେବନ କରିବାକୁ ଲାଗିଲେ । ଗୋଟିଏ ସ୍ତ୍ରୀ ସ୍ଵାମୀର ଯତ୍ନ ନେଇଥାଏ ଆଉ ସେ ଦୂରେଇ ଯିବା ପରେ ସ୍ଵାମୀ ଅବାଟକୁ ଚାଲିଯାଏ ସେଇଆ ହୋଇଛି ପିଣ୍ଟୁ ନନ୍ଦଙ୍କ କ୍ଷେତ୍ରରେ ବୋଲି ପୂର୍ଣଚନ୍ଦ୍ରଙ୍କ ଠାରୁ ଶୁଣିବା ପାଇଁ ମିଳିଛି । ଆଉ ଶେଷରେ ସେ ଅନୁରୋଧ କରିଛନ୍ତି ତାଙ୍କ ନାମରେ ଖରାପ କଥା ସବୁ ନ କହି ପଦେ ଭାଲ କଥା କହିବା ପାଇଁ ।

Leave a Reply

Your email address will not be published. Required fields are marked *