ଗାଁ ଗଡ଼ିଆ ଭାରି ବଢ଼ିଆ: ଦୁଇ ପୋଖରୀର ଦୃଶ୍ୟ ଥରେ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ପୋଖରୀ ଲାଗୁଛି ସୁଇମିଂ ପୁଲ

କେନ୍ଦ୍ରାପଡାର ଜଜଙ୍ଗ ଗାଁ ରେ ଏମିତି ଏକ ବିରଳ ପୋଖରୀ ଦେଖିବାକୁ ମିଳିଛି ଯାହାର ସୌନ୍ଦର୍ଜ୍ୟ ଏତେ ନିଆରା ଲାଗୁଛି ନ ଦେଖି ରହି ହେବ ନାହି । ଏହି ଭିଡିଓ ରେ ଆପଣ ଯେଉଁ ଆକାଶ ମାର୍ଗରୁ ଦୃଶ୍ୟ ଦେଖୁଛନ୍ତି ଏହା ଦୁଇଟି ପୋଖରୀର ଦୃଶ୍ୟ । ଏହି ପୋଖରୀ ପରିଷ୍କାର ପରିଛନ ହେବା ସହ ଚକାଚକ ରଙ୍ଗୀନ ଭାବେ ସଜା ଯାଇଛି । ପୋଖରୀ ର ଶୋଭା ଏତେ ସୁନ୍ଦର ଲାଗୁଛି ଯେ କହି ହେବ ନାହି । ଏହାର ଆକାର ଯେମିତି ବାହ୍ୟ ସାଜସଜ୍ୟା ମଧ୍ୟ ସେତିକି ସୁନ୍ଦର ହୋଇଛି । ପୋଖରୀ ଭିତରେ କୁମ୍ଭୀରର ଡର ନାହି କିନ୍ତୁ କାନ୍ଥରେ ଚାବି ଅଙ୍କା ଯାଇଛି ।

ପୋଖରୀକୁ ଲାଗି ପାର୍କ ଓ ଯୋଗ କରିବା ପାଇଁ ସବୁ ଇନଷ୍ଟୁମେଣ୍ଟ ରହିଛି । ମନୋଲୋଭା କରୁଥିବା ଭଳି ଦୁଇଟି ପୋଖରୀ ରହିଛି । ରାତି ସମୟରେ ଏହାର ସାହାସଜା ଏତେ ମନୋଲୋଭା ହୋଇଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସେଠିକାର ଲୋକଙ୍କ କହିବା ଅନୁସାରେ ଫୋଟୋ ଉଠାଇବା ସହ ମନକୁ ଛୁଇଁଲା ଭଳି ଦୃଶ୍ୟ ହୋଇଛି । ଅନ୍ୟ ଗାଁ ର ଲୋକ ମାନେ ଏହି ପୋଖରୀର ଦୃଶ୍ୟ ଦେଖି ଆକର୍ଷିତ ହୋଇ ଦେଖିବାକୁ ଆସୁଛନ୍ତି । ଏଥିରେ ବୋଟିଙ୍ଗ ହେବା ସହ ଲାଇଟର ସାଜସଜା କରା ଯାଇଛି ।

ଏହି ଦୁଇ ପୋଖରୀର ନାଁ ହେଉଛି ବାଲି ଚତୁରୀ ଓ ଜେନା ପୋଖରୀ । ଏହି ପୋଖରୀର ଶୋଭା ବଢାଇବା ପାଇଁ ପ୍ରାୟ ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବ୍ଲକ ପକ୍ଷରୁ ୯ ଲକ୍ଷ ଟଙ୍କା ଓ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ୩୪ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଇଛି । ଦିନ ଥିଲା ଏହି ପୋଖରୀ ଅଳିଆ ଆବର୍ଜନାରେ ପୁରୀ ରହିଥିଲା । କିନ୍ତୁ ଗାଁ ଲୋକ ମାନେ ଏକତ୍ର ହୋଇ ଏହାକୁ ଏପରି ଭାବେ ସଜା ଯାଇଛି ଯାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ଗାଁ ପୋଖରୀ କହିଲେ ଯେଉଁ ଛବି ଆଙ୍କି ହୁଏ ଏ ପୋଖରୀ ତାହା ଠାରୁ ଭିନ୍ନ ଅଟେ ।

ପ୍ରକୃତ ରେ ଦେଖିବାକୁ ଗଲେ ବିକାଶ ତୃଣାମୂଳ ସ୍ଥାନ ରୁ ହିଁ ଆରମ୍ଭ ହୋଇଥାଏ । ଯଦି ଗାଁ ବିକାଶ ହୋଇ ପାରିବ ନାହି ତେବେ ତାର ପରିବେଶ କିପରି ବିକଶିତ ହୋଇ ପାରିବ । ଗୋଟେ ଗାଁ ର ସରପଞ୍ଚ ଚାହିଁଲେ କର୍ମଚାରୀ ଓ ଗାଁ ଲୋକ ମାନଙ୍କ ସହାୟତାରେ ସବୁ କିଛି ସମ୍ଭବ କରି ପାରିବେ । ବାସ୍ତବରେ ଏହି ପୋଖରୀ ର ଦୃଶ୍ୟ ମନକୁ ଛୁଇଁଲା ଭଳି ହୋଇଛି । ଏହି ପୋଖରୀ ରେ ସେଲଫି ନେବା ପାଇଁ ପଏଣ୍ଟ ରକ୍ଷା ଯାଇଛି ଯାହା ଦ୍ଵାରା ସେଠାରେ ଆସୁଥିବା ପର୍ଯ୍ୟଟକ ମାନେ ବହୁତ ମଜା ନେଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *