ପ୍ରଥମ ଥର ପାଇଁ ଦେଖନ୍ତୁ ରାଷ୍ଟ୍ରପତି Droupadi Murmuଙ୍କ Family ଏଲବମ

ବନ୍ଧୁଗଣ ଆପଣ ମାନେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଏବେ ଏବେ ଦେଶର ରାଷ୍ଟ୍ରପତି ହୋଇଛନ୍ତି ଆଉ ଖୁବ ଚର୍ଚ୍ଚା ରେ ମଧ୍ୟ ରହିଛନ୍ତି । ସେ ତାଙ୍କର କାର୍ଯ୍ୟ କଳାପ କୁ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୀବନର କିଛି ଜଣା ଅଜଣା କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ ହୁଏ ତ ଆଗରୁ କେବେ ଜାଣି ନ ଥିବେ ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଦେଶର ରାଷ୍ଟ୍ରପତି ତଥା ମହା ମହିମ ଦ୍ରୌପଦୀ ମୁର୍ମୁ ଯାହାଙ୍କ ଜୀବନରେ କିଛି ଏମିତି କଥା ରହିଛି ଯାହାକୁ ଜାଣିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ । ତେବେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଆଦୀବାସୀ ପରିବାର ରେ 20 ଜୁନ 1958 ମସିହା ରେ ଜନ୍ମଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପିଲା ଦିନରୁ ପାଠ ପଢା ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା । ସେ ପିଲା ଦିନରୁ ଅନେକ ସଂଘର୍ଷ କରି ଥିଲେ । ଏହା ଅପରେ ସେ ରାଇରଙ୍ଗପୁର ସ୍କୁଲରେ ଶିକ୍ଷକତା କରୁଥିଲେ । ଏହାରି ମଧ୍ୟରେ ତାଙ୍କର ବିବାହ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ଥିଲେ । ହେଲେ ଦ୍ରୌପଦୀ ଙ୍କ ଜୀବନ ଏତେ ସହଜ ନ ଥିଲା । ଇବନର ଅଳ୍ପ ବୟସରେ ସେ ନିଜର ସ୍ଵାମୀ, ଦୁଇ ପୁଅ, ମା ଓ ଭାଇ ଙ୍କୁ ହରାଇ ଦେଇଥିଲା ।

ହେଲେ କେବେ ବି ନିଜ ଜୀବନରେ ହାର ମାନି ନ ଥିଲେ ଦ୍ରୌପଦୀ ମୁର୍ମୁ । ଏହାରି ମଧ୍ୟରେ ତାଙ୍କ ଜୀବନରେ ସଂଘର୍ଷ ଆହୁରି କଷ୍ଟ ହୋଇ ଯାଇଥିଲା । କିନ୍ତୁ ସେହି ଭିତରେ ବ୍ରହ୍ମକୁମାରୀ ଧର୍ମ ରେ ସେ ଯୋଗ ଦେଇଥିଲେ । ଧୀରେ ଧୀରେ ତାଙ୍କର ରାଜନୀତି ଜୀବନ ଆରମ୍ଭ ହୋଇଥିଲା । ରାଇରଙ୍ଗପୁର ରୁ ସେ ସ୍ଵାଧୀନ ପାର୍ଟି ରେ କାଉନ୍ସିଲର ଭାବେ ନିର୍ବାଚିତ ହେବା ପରେ ସେ ରାଜନୀତି ରେ ଯୋଗ ଦେଇଥିଲେ ।

ଏହା ପରେ ଅନେକ ଇଲେକ୍ସନ ରେ ନିଜର ଦାୟିତ୍ଵ କୁ  ଖୁବ ନିଷ୍ଠାର ସହ ପାଳନ କରିଥିଲେ । ସେଥିପାଇଁ ତାଙ୍କୁ ଅନେକ ସମ୍ମାନ ରେ ସମ୍ମାନିତ ମଧ୍ୟ କରା ଯାଇଛି । ଏହା ପରେ ତାଙ୍କର ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଥିଲା ଆଉ ସେ ସେଥିରେ ଜିତିବା ପରେ ଭାରତର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ହାସଲ କରିଥିଲେ ।

ଆଉ ନିଜକୁ ରାଷ୍ଟ୍ରପତି ଭାବେ ପରିଚିତ କରିଥିଲେ । ତେବେ ଏହା ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୀବନର କିଛି ଅଜଣା କଥା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୀବନ କାହାଣୀ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *