ପ୍ରତି ଦିନ ସକାଳେ କେବଳ ୨ ମିନିଟ ପାଇଁ କରନ୍ତୁ ଏହି ମନ୍ତ୍ରର ଜପ- ସବୁ କ୍ଷେତ୍ରରେ ହେବ ଆପଣଙ୍କର ବିଜୟ

ଦେବୀ ଦେବତାଙ୍କ କାଳ୍ପନିକ ବିଶ୍ଵାସ ପରେ କେବଳ ସୂର୍ଯ୍ୟ ଦେବ ଏମିତି ଦେବତା ଯିଏ ପ୍ରତ୍ୟକ୍ଷ ରେ ଅଛନ୍ତି ଏବଂ ନିଜ ତେଜ ପ୍ରତାପ ଦ୍ଵାରା ସବୁ ପ୍ରାଣୀଙ୍କ ଜୀବନରୁ ଅନ୍ଧାର ଦୂର କରି ଥାନ୍ତି । ସେଥିପାଇଁ ଲୋକ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତି ଯେ ତାଙ୍କ ଜୀବନରୁ ଅନ୍ଧାର ନାସ ହବ ଏବଂ ଜୀବନ ରେ ପ୍ରକାଶ ହବ । ଆଜି ଆମେ ଆପଣଙ୍କୁ ସୂର୍ଯ୍ୟ ଦେବଙ୍କ ପୂଜା ବିଧି ଏବଂ କିଛି ମହତ୍ଵପୂର୍ଣ ମନ୍ତ୍ର ଜାପ କରିବା ବିଷୟରେ କହିବୁ ।

ଯାହା ଦ୍ଵାରା ଆପଣଙ୍କ ଜୀବନର ସବୁ ପ୍ରକାର ଅସୁବିଧା ଦୂର ହବ ।

ଏହି ବିଧି ଅନୁଯାଇ କରନ୍ତୁ ପୂଜା ଓ ଆରାଧନା :

ଏମିତି ମାନ୍ୟତା ଅଛି ଯେ ସକାଳେ ସୂର୍ଯ୍ୟ ଦେବଙ୍କ ପୂଜା ଓ ଉପାସନା କଲେ ଜୀବନ ବହୁତ ପ୍ରକାର ସମସ୍ୟା ଦୂର ହୋଇ ଥାଏ, ଏହା ସହ ଜୀବନ ରେ ସୁଖ ସମୃଦ୍ଧି ପ୍ରବେଶ କରି ଥାଏ । ସକାଳେ ସୂର୍ଯ୍ୟ ଦେବଙ୍କୁ ଦେଖିଲେ ଆଖି ଭଲ ହୋଇ ଥାଏ ଏବଂ ଆଖି ଜନିତ ସମସ୍ୟା ଦୂର ହୋଇ ଥାଏ, ସକାଳେ ଉଠି କାମ ସାରି ସ୍ନାନ କରନ୍ତୁ ଏହା ପରେ ସୂର୍ଯ୍ୟଙ୍କୁ ଧୀରେ ଧୀରେ ଅର୍ଘ୍ୟ ଦିଅନ୍ତୁ ଏବଂ ସେହି ପାଣି କୌଣସି ବାସନ ରେ ଏକତ୍ରିତ କରି ନିଅନ୍ତୁ ।

ଏମିତି ମଧ୍ୟ ମାନ୍ୟତା ଅଛି ଯେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲା ବେଳେ ଯଦି ପାଣି ମାଟି ରେ ପଡି ଥାଏ ତେବେ ସେହି ଅର୍ଘ୍ୟ ର କିଛି ମହତ୍ଵ ନଥାଏ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ବଞ୍ଚିଥିବା ପାଣିକୁ ୩ଥର ନିଜ ଉପରେ ପକାନ୍ତୁ ଏହା ଛଡା ବଞ୍ଚିଥିବା ପାଣି ଆପଣ କୌଣସି ମାଟିର ପାତ୍ରରେ ରେ ଢାଳି ପାରନ୍ତି ।

ଅର୍ଘ୍ୟ ଦେଲା ବେଳେ ଏହି ମନ୍ତ୍ର ଜପ କରନ୍ତୁ :

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲା ବେଳେ ଆପଣଙ୍କୁ ମନ୍ତ୍ର ଜପ କରିବା ଉଚିତ ନଚେତ ଆପଣଙ୍କୁ ଅର୍ଘ୍ୟ ଲାଭ ପ୍ରାପ୍ତ ହବ ନାହିଁ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲା ବେଳେ ଏହି ମନ୍ତ୍ରର ଜପ ଅବଶ୍ୟ କରନ୍ତୁ ” ॐ ଏହି ସୂର୍ଯ ସହସ୍ତ୍ରାଂଶୋଂ ତେଜୋରାଶେ ଜଗତ୍ପତୟେ, ଅନୁକମ୍ପୟେ ମାମ୍ ଭକ୍ତ୍ଯା ଗୃହ୍ନାଗ୍ରହ ଦିୱାକରଃ । ଏହି ମନ୍ତ୍ର ପ୍ରତି ଦିନ ଅର୍ଘ୍ୟ ଦେଲା ବେଳେ ୧୧ ରୁ ୧୨ ଥର ଅବଶ୍ୟ ଜାପ କରନ୍ତୁ, ଆପଣଙ୍କ ସବୁ ପ୍ରକାର ଅସୁବିଧା ଦୂର ହୋଇ ଯିବ । ଏହା ଛଡା ଆହୁରି ଗୋଟେ ମନ୍ତ୍ର ମହତ୍ଵପୂର୍ଣ ଅଟେ ତାହା “ॐ ହୀଂ ହୀଂ ସୂର୍ଯ୍ୟାୟ ସହସ୍ତ୍ରକିରଣାୟ, ମନୋୱାଂଛିତ ଫଲଂ ଦେହୀଃ ଦେହୀଃ ସ୍ୱାହା । ଏହି ଦୁଇଟି ମନ୍ତ୍ର ସବୁ ଦିନ ନିୟମିତ ଭାବରେ ଜପ କରନ୍ତୁ ।

Leave a Reply

Your email address will not be published. Required fields are marked *