ସ୍ମାର୍ଟଫୋନ ପାଖରେ ରଖି ଶୋଇଲେ କମ ହୋଇଥାଏ ଯୌନ କ୍ଷମତା- ଜାଣନ୍ତୁ କେମିତି

ବିଜ୍ଞାନର ଏହି ଯାତ୍ରାରେ ଆମ ଜୀବନ ପ୍ରାୟ ସମ୍ପୂର୍ଣ ଭାବରେ ଟେକନିକ ଉପରେ ଆଧାରିତ ହୋଇଗଲାଣି । ଏହି ଟେକନିକ ଆମ ଜୀବନ ବଞ୍ଚିବାର ନିୟମ ବହୁତ ସହଜ କରିଦେଇଛି । ଯେଉଁଥିରେ ସ୍ମାର୍ଟଫୋନ ର ବହୁତ ବଡ ଭୂମିକା ଅଛି ।କିନ୍ତୁ ଧ୍ୟାନ ଦେବା ବାଲା କଥା ଏହାକି ଏହି ଜିନିଷ ଆମ ଜୀବନକୁ ଯେତିକି ସହଜ କରେ ,ସେତିକି ବି ସମସ୍ଯା ଠିଆ କରିବାରେ ସକ୍ଷମ ଅଟେ । ବିଜ୍ଞାନ ଦ୍ଵାରା ବାହାରିଥିବା ସମସ୍ତ ଜିନିଷର କିଛି ଭଲ ଗୁଣ ଥାଏ ଏବଂ କିଛି ଖରାପ ବି ଥାଏ ।

ଏକ ଷ୍ଟଡ଼ିରେ ଏହି କଥା ସାମ୍ନାକୁ ଆସିଛି କି ସ୍ମାର୍ଟଫୋନ ର ଅଧିକ ବ୍ୟବହାର କଲେ ଆମ ମନର ସ୍ଥିତି ପ୍ରଭାବିତ ହୋଇରହିଥାଏ ।

ଏହାର ଅସର ଲୋକମାନଙ୍କର ଯୌନ ଜୀବନରେ ବି ପଡିବାକୁ ଲାଗିଲାଣି । ଏକ ନୂଆ ଅଧୟନର ରିପୋର୍ଟ ରେ ଏହି କଥାର ଖୁଲାସା କରାଯାଇଛି । ନ୍ୟୁଜ ଦ୍ଵାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଆଜିକାଲି ୬୦୦ ପ୍ରତିଶତ ଲୋକଙ୍କ ପାଖରେ ସ୍ମାର୍ଟଫୋନ ଅଛି ଏବଂ ଏଥି ମଧ୍ୟରୁ ୯୨ ପ୍ରତିଶତ ଲୋକ ଏହାକୁ ରାତିରେ ଉପଯୋଗ କରିବା କଥା ସ୍ଵିକାର କରିଛନ୍ତି । ସେଥି ମଧ୍ୟରୁ କେବଳ ୧୮ ପ୍ରତିଶତ ଲୋକମାନେ ନିଜ ଫୋନକୁ ବେଡରୁମରେ ଫ୍ଲାଇଟ ମୋଡ ରେ ରଖିବା କଥା କହିଛନ୍ତି ।

ଯୌନ କ୍ଷମତା ପ୍ରଭାବିତ ହୋଇଥାଏ

ସ୍ମାର୍ଟଫୋନ ୨୦ବର୍ଷ ରୁ ୪୫ବର୍ଷ ବୟସର ଲୋକଙ୍କୁ ନକରାତ୍ମକ ରୂପରେ ପ୍ରଭାବିତ କରିଥାଏ । ଏଥି ମଧ୍ୟରୁ ୬୦ ପ୍ରତିଶତ କହିଛନ୍ତି କି ଫୋନ ତାଙ୍କର ଯୌନ କ୍ଷମତାକୁ ପୂର୍ଣ୍ଣରୂପେ ପ୍ରଭାବିତ କରୁଛି । ରିପୋର୍ଟ ରେ ଉଲେଖ କରାଯାଇଛି କି ପ୍ରାୟ ୫୦ ପ୍ରତିଶତ ଲୋକମାନେ ଯୌନ ଜୀବନ ଭଲ ହେଉନାହିଁ ବୋଲି ସେମାନେ କହିଛନ୍ତି କାରଣ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ର ବ୍ୟବହାର କରିଥାନ୍ତି ।

Leave a Reply

Your email address will not be published. Required fields are marked *