ପ୍ରତିଦିନ ସକାଳେ କୁହନ୍ତୁ ଏହି ମନ୍ତ୍ର ବିନା ପୂଜା ରେ ସମସ୍ତ ଇଚ୍ଛା ହେବ ପୂରଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନ ରେ ସବୁବେଳେ ଖୁସି ନଥାଏ । କେବେ ଖୁସି ତ କେବେ ଦୁଃଖ ରହିଥାଏ । ସବୁଦିନ ସକାଳୁ ଉଠିଲେ ଆମର ଗୋଟେ ଗୋଟେ ଦିନ ଖୁସି ରେ ଯାଏ ତ ଆଉ ବହୁତ ଦିନ ଖରାପ ଯାଇଥାଏ । ହେଲେ ଆମ ସହ ଏମିତି କଣ ପାଇଁ ହୋଇଥାଏ । ଏମିତି କଣ କଲେ ଆମେ ଆମ ଜୀବନରେ ସବୁବେଳେ ଖୁସି ରେ ବିତାଇ ପାରିବା । ଏମିତି କହିବାକୁ ଗଲେ ସୁଖ ଦୁଃଖ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା କି ଆମେ ଚାହିଁଲେ ବି ସୁଖ ପାଇଁ ଦୁଃଖ କୁ ଛାଡି ପାରିବୁ ନାହିଁ । ଏବଂ ଦୁଃଖ ଠାରୁ ଆମେ କେବେବି ମୁଁହ ବୁଲାଇ ପାରିବୁନି । କିନ୍ତୁ ଆମେ ଚାହିଁଲେ ଆମ ଜୀବନରୁ ଆମର ସବୁ କଷ୍ଟ , ଅସୁବିଧା ଏବଂ ଦାରିଦ୍ର୍ୟତା କୁ ଦୂର କରିପାରିବା ।

ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ମନ୍ତ୍ର ଜଣାଇବାକୁ ଚାହୁଁଛୁ ଯାହାକୁ ଆପଣ ପଢିଲେ ଆପଣଙ୍କ ଦରିଦ୍ରତା , ଦୁଃଖ, ସମସ୍ୟା ଆଦି ସବୁ ସମାପ୍ତ ହେବ ଓ ଆଦିର ଅନ୍ତ ଘଟିବ ଏବଂ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧି ରେ ଭରପୁର କରିଦେବ ।

୧. ବନ୍ଧୁଗଣ ସର୍ବ ପ୍ରଥମେ ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠିବା ପରେ ଦେବ ଙ୍କ ଦେବ ମହାଦେବ ଙ୍କ ଅବତାର ପ୍ରଭୁ ହନୁମାନ ଙ୍କ ମନ୍ତ୍ର କୁ ଜପ କରିବା ଉଚିତ । ଆପଣ ସକାଳୁ ଉଠିବା ପରେ ନିଜ ମୁଖ କୁ ଉତ୍ତର ଦିଗ ଆଡ଼କୁ କରି ବସନ୍ତୁ ଏବଂ ପ୍ରଭୁ ହନୁମାନ ଙ୍କ ହନୁମାନ ଚାଳିଶା କୁ ଥରେ ମାତ୍ର ଜପ କରି ଦିଅନ୍ତୁ । ଯଦି ଆପଣ ପ୍ରତିଦିନ ବଜରଙ୍ଗବଲୀ ଙ୍କ ହନୁମାନ ଚାଳିଶା କୁ ଜପ କରିବେ ତେବେ ଆପଣଙ୍କ ଜୀବନର ସମସ୍ତ ଦୁଃଖ ଦୂର ହୋଇଯିବ । କୌଣସି ନା କୌଣସି ଉପାୟ ରେ ସ୍ୱୟଂ ପ୍ରଭୁ ହନୁମାନ ଆପଣଙ୍କ ନିକଟ କୁ ଆସିବେ ଏବଂ ଆପଣଙ୍କ ସମସ୍ତ ସମସ୍ୟା ର ଅନ୍ତ ଘଟାଇବେ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ଯଦି ଆପଣ ପ୍ରତିଦିନ ପ୍ରଭୁ ହନୁମାନ ଙ୍କ ମନ୍ତ୍ର ଜପ କରିଥାନ୍ତି ତେବେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ଅନିଷ୍ଟ ଚିନ୍ତା କରିଥାଏ ତେବେ ସେହି ବ୍ୟକ୍ତି ଆପଣଙ୍କ କିଛି ମଧ୍ୟ ବିଗାଡ଼ି ପାରିବ ନାହିଁ ଏବଂ ଏହାର ପରିଣାମ ସେ ସ୍ୱୟଂ ଭୋଗ କରିବ । ଏହା ସହିତ ପ୍ରଭୁ ହନୁମାନ ଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣ ବିଶେଷ କାର୍ଯ୍ୟ ରେ ବିଜୟ ହାସଲ କରିବେ ଏବଂ କେବେବି ହାରିବେ ନାହିଁ । ତେଣୁ ଏହି ମନ୍ତ୍ର ର ବିଶେଷ ମହତ୍ତ୍ୱ ରହିଛି ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ମହାଦେବ ଙ୍କ ବିଶେଷ ମନ୍ତ୍ର ସମ୍ବନ୍ଧରେ । ପ୍ରତିଦିନ ସକାଳୁ ଉଠି ଭୋଳାନାଥ ଙ୍କ ଓଁ ନମଃ ଶିବାୟ ମନ୍ତ୍ର କୁ ଜପ କରନ୍ତୁ । ଏହି ମନ୍ତ୍ର ଶୁଣିବାକୁ ସାମାନ୍ୟ ଲାଗିଥାଏ ସତ କିନ୍ତୁ ଏହି ମନ୍ତ୍ର ର ବିଶେଷ ମହତ୍ତ୍ୱ ରହିଛି । ଏହି ଓଁ ଶବ୍ଦ ର ସୃଷ୍ଟି ୩ ଦେବ ଙ୍କ ରଚନା ରୁ ହୋଇଛି । ବ୍ରହ୍ମା ଙ୍କ ବ୍ରହ୍ମାଣ୍ଡ ରଚନା, ବିଷ୍ଣୁ ଙ୍କ ସୌନ୍ଦର୍ଯ୍ୟ ରଚନା ଏବଂ ମହାଦେବ ଙ୍କ ସୃଷ୍ଟି ର ସଂକଳନ ରେ ଏହି ଓଁ ଶବ୍ଦ ର ଉତ୍ପତ୍ତି ହୋଇଛି । ଯଦି ଆପଣ ମହାଦେବ ଙ୍କ ଏହି ମନ୍ତ୍ର କୁ ପ୍ରତିଦିନ ଜପ କରିବେ ତେବେ ଆପଣଙ୍କ ଜୀବନ ର ସମସ୍ତ ଦୁଃଖ ଓ ସମସ୍ୟା ର ଅନ୍ତ ଘଟିବ ।

୪. ବନ୍ଧୁଗଣ ଯଦି ଆପଣ କୌଣସି ରୋଗରେ ପୀଡ଼ିତ ଅଛନ୍ତି ଅଥବା କୌଣସି ଅସୁବିଧା ରେ ଅଛନ୍ତି ଏବଂ ସେଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ମହାଦେବ ଙ୍କ ମହାମୃ-ତ୍ୟୁଞ୍ଜୟ ମନ୍ତ୍ର ର ଜପ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା, ଦୁଃଖ ଓ ଦାରିଦ୍ର୍ୟତା ର ଅନ୍ତ ଘଟିବ ।

Leave a Reply

Your email address will not be published. Required fields are marked *