ସମସ୍ତଙ୍କ ଜୀବନରେ ଏହି ୩ଟି ଜିନିଷ ଖାଦ୍ୟ, ପୋଷାକ ,ଘର ବହୁତ ଜରୁରୀ ହୋଇଥାଏ । କିନ୍ତୁ ପ୍ରାୟ ଖାଦ୍ୟ ଏବଂ ପୋଷାକ କିଛି ବି ଉପାୟରେ ଲୋକ ଯୋଗାଡ କରିନେଇଥାନ୍ତି କିନ୍ତୁ ନିଜର ଘର ଏତେ ସହଜରେ ମିଳି ନଥାଏ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ନିଜର ଘର ହେଉ ଯାହା ଅନେକ ଚେଷ୍ଟା ପରେବୀ ସମ୍ଭବ ହେଇପାରୁନି । ଆପଣଙ୍କ ଘରେ ଯଦି ଧନ ସମ୍ବନ୍ଧିତ ସମସ୍ୟା ଅଛି କିମ୍ବା ଲୋନ ନେଇ ଘର କରିବାକୁ ଚାହୁଁଛନ୍ତି ତାହା ହେଇପାରୁନାହିଁ ତ ଏପରି ସମସ୍ୟା ପାଇଁ କିଛି ଉପାୟ ଆପଣଙ୍କୁ କହିବାକୁ ଯାଉଛୁ ତାହା ବହୁତ ଲାଭଦାୟକ ଅଟେ ।
ଏହି ଉପାୟ ଲାଲ କିତାବରୁ ଖୋଜା ହେଇ ଆସିଛି ।
ପ୍ରଥମ ଉପାୟ
ଏହାକୁ ରବିବାର ଠାରୁ ଆରମ୍ଭ କରିବା ଦରକାର ଏବଂ ୧୦୮ ଦିନ ପଯ୍ୟନ୍ତ ଲାଲ ରଙ୍ଗର ଗାଈକୁ କ୍ଷୀର ପିଆନ୍ତୁ ।
ଦିତୀୟ ଉପାୟ
୧୨ ରବିବାର ଯାକେ ଧଳା ରଙ୍ଗ ଗାଈର ବାଛୁରୀକୁ ମସୁର ଡାଲି ଓ ଗୁଡ ଖୁଆନ୍ତୁ ।
ତୃତୀୟ ଉପାୟ
ଏହା ରବିବାର ଠାରୁ ଆରମ୍ଭ କର ଏବଂ ୧୦୮ ଦିନ ପାଯ୍ୟନ୍ତ ସକାଳୁ ଉଠି ଗଣେଶଙ୍କୁ ଲାଲ ଫୁଲ ଚଢାଅ ।
ଚତୁର୍ଥ ଉପାୟ
୧୨ ରବିବାର ଲଗାତାର କରନ୍ତୁ ,କୌଣସି ବି ଗଣେଶ ମନ୍ଦିରକୁ ଯାଇ ଗଣେଶଙ୍କୁ ଗୁଡ ଅର୍ପଣ କରନ୍ତୁ ।
ପଞ୍ଚମ ଉପାୟ
ରବିବାର ଦିନ ନିମ୍ବ କାଠିରେ ଏକ ଛୋଟ ଘର ବନାନ୍ତୁ ଓ ଏହାକୁ ସଜାନ୍ତୁ ଏବଂ କୌଣସି ମନ୍ଦିରରେ ଏହାକୁ ଦାନ କରିଦିଅନ୍ତୁ ।
ଷଷ୍ଠ ଉପାୟ
୧୨ ରବିବାର ପାଯ୍ୟନ୍ତ କୌଣସି ମେହେନତ କରୁଥିବା ଲୋକର ଛୁଆକୁ ଲୁହାରେ ତିଆରି ଖେଳଣା ଦାନ କରନ୍ତୁ ।
ସପ୍ତମ ଉପାୟ
ପୂଜା ଘରେ ଏକ ମାଟିର ଦୀପ ତିଆରି କରନ୍ତୁ ଏବଂ ସେଥିରେ ପ୍ରତି ସନ୍ଧ୍ୟାରେ ସୋରିଷ ତେଲର ଦୀପ ଜଳାନ୍ତୁ ।
ତେବେ ଯଦି ଆପଣ ମଧ୍ୟ ବହୁତ ଦିନ ହେବ ନିଜର ଏକ ଘର ବନେଇବାକୁ ଚହୁଁଛନ୍ତି କିନ୍ତୁ ଧନ ଅଭାବରୁ ଅସମର୍ଥ ଅଟନ୍ତି , ତେବେ ନିଶ୍ଚୟ ଏହ ସବୁ ଉପାୟ ଗୁଡିକ କରିକି ଦେଖନ୍ତୁ । ଦେଖିବେ ଭଗବାନଙ୍କ କୃପାରୁ ଆପଣ ମଧ୍ୟ ନିଜର ଏକ ସୁନ୍ଦର ଗହର କରିବାରେ ସମର୍ଥ ହେବେ । କାରଣ ଭଗବାନଙ୍କ ଆଶୀର୍ବାଦ ରହିଲେ ମଣିଷ ସବୁ ଦୁଃଖ କ୍ଷତରୁ ମୁକ୍ତି ପାଇ ପାରିବ ।