ପ୍ରେମ ବିବାହ କରିବା ସତ୍ତ୍ୱେ କାହିଁକି ହୁଏ ଝଗଡା ? Dr Samrat Kar

ଆମେ ଆଜି କାଲି ସମାଜରେ ଦେଖୁଛେ ବିବାହ ଯେତିକି ହେଉଛି ଛାଡପତ୍ର ମଧ୍ୟ ସେହି ମାତ୍ରା ରେ ବୃଦ୍ଧି ପାଉଛି । ବିବାହ ର କିଛି ବର୍ଷ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟ ରେ କଳହ ସୃଷ୍ଟି ହୋଇ କଥା ଯାଇ ପହଞ୍ଚିଥାଏ ଛାଡପତ୍ର ପର୍ଯ୍ୟନ୍ତ ।

ତେବେ ଅନେକ ଲୋକ ଭାବନ୍ତି ପ୍ରେମ ବିବାହ କରିବା ଦ୍ୱାରା ବୈବାହିକ ଜୀବନରେ ସର୍ବଦା ଶାନ୍ତି ବଜାୟ ରହିଥାଏ । କିନ୍ତୁ ଆପଣ ପ୍ରେମ ବିବାହ କରନ୍ତୁ ବା ଘର ଲୋକଙ୍କ ପସନ୍ଦ ରେ ବିବାହ କରନ୍ତୁ, ବିବାହ ଯେମିତି ଦୁଇ ଟି ମଣିଷଙ୍କୁ ବର ଓ କନ୍ୟା ଙ୍କୁ ନେଇ ହୋଇଥାଏ ସେହିପରି ବୈବାହିକ ଜୀବନରେ ଆସୁଥିବା ସବୁ ଉଥନ ପତନ କୁ ମଧ୍ୟ ପତି ଓ ପତ୍ନୀ ମିଶିକି ସମ୍ଭାଳି ନେବା ଉଚିତ ।

କିନ୍ତୁ ଆଜି କାଲି ର ଲୋକଙ୍କ ପାଖରେ ସମୟ ହିଁ ନାହିଁ ପରସ୍ପରଙ୍କ ପ୍ରତି ଯାହା ଫଳ ରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ଦୁହେଁ ଦୁହିଁଙ୍କୁ ଭଲରେ ସମୟ ଦେଇପାରନ୍ତି ନାହିଁ । ତେବେ ଭଲ ପାଇବା କଣ ? ଭଲ ପାଇବା ହେଉଛି ଏକ ଆକର୍ଷଣ ଯେମିତି କି ଦୁନିୟାରେ ଏତେ ପୁଅଙ୍କ ମଧ୍ୟରୁ ଗୋଟିଏ ଝିଅକୁ କେବଳ ଗୋଟିଏ ପୁଅ ହିଁ ଭଲ ଲାଗେ ସେହିପରି କୋଟିଏ ଝିଅଙ୍କ ମଧ୍ୟରୁ ଗୋଟିଏ ଝିଅ ସେ ପୁଅକୁ ଭଲ ଲାଗେ ।

ତେଣୁ ଏହା ମଣିଷ ଶରୀରରୁ ଆକର୍ଷିତ ହରମୋନ ଦ୍ୱାରା ହୋଇଥାଏ । ଯାହା ଫଳରେ ରାତିରେ ନିଦ ହୁଏ ନାହିଁ ଭୋକ ହୁଏ ନାହିଁ କେବଳ ସେହି ଝିଅ ବା ପୁଅଟି କଥା ହିଁ ମନେ ପଡିଥାଏ । ତେବେ ଏହା କେବଳ ଶାରୀରିକ ଆକର୍ଷଣ ନୁହେଁ । ମାନସିକ ଆକର୍ଷଣ ମଧ୍ୟ ଥାଏ । ଯେପରି ଗୋଟିଏ ଛୋଟ ଝିଅକୁ ପଚାରିଲେ ସେ କହିବ ମୁଁ ଦୁନିଆରେ ମୋ ବାବାଙ୍କୁ ବେଶୀ ଭଲ ପାଏ । ସେହିପରି ଗୋଟିଏ ପୁଅକୁ ପଚାରିଲେ ସେ କହିବ ମୋ ମା ହିଁ ସବୁଠୁ ଭଲ ଓ ସୁନ୍ଦରୀ ।

ତେଣୁ ମଣିଷ ବଢିବା ସହିତ ମଣିଷ ଶରୀରରେ ହର୍ମୋନରେ ପରିଵର୍ତନ ଦେଖାଦେଇଥାଏ । ଯେପରି ସାମାଜିକ ଆକର୍ଷଣ, ଆତ୍ମୀୟ ଆକର୍ଷଣ, ଏହି ଭଳି ଯେମିତି ଆପଣ ଭାବିଥିବେ କି ଏପରି ଝିଅକୁ ଭଲ ପାଇବେ ଯିଏ ଆପଣଙ୍କ ଘରକୁ ଭଲ ଭାବେ ଚଳାଇବ । ଯେପରି ସ୍ୱାମୀ ଓ ସ୍ତ୍ରୀ ମନ୍ଦିର ଗଲେ ଉଭୟ ଭାବିବା ଉଚିତ କି ଆମେ ପ୍ରଥମେ ଠାକୁର ଦର୍ଶନ କରିବା । ଏମିତି ନୁହେଁ କୁ ସ୍ୱାମୀ ଭାବୁଥିବେ ଆମେ ବୁଲିବୁ ଓ ସ୍ତ୍ରୀ ଭାବୁଥିବେ ଠାକୁର ଦର୍ଶନ ତେଣୁ ସେହି ପରି ସବୁ ଆକର୍ଷଣ ରହିବା ଉଚିତ ।

ବିବାହ ପରେ ହୁଏତ ଆପଣ ଯେଉଁ ସବୁ ଗୁଣ ଦେଖି ଭଲ ପାଇଥିବେ ବା ଯେଉଁ ସୌନ୍ଦର୍ଯ୍ୟ ଦେଖି ଭଲ ପାଇଥିବେ ତାହା କମ ହୋଇ ଯାଇ ପାରେ ଯାହା ଫଳରେ କଣ ହୁଏ ନା ସେହି ସ୍ୱାମୀ ବା ସ୍ତ୍ରୀ ଅନ୍ୟ କାହା ଆଡ଼କୁ ଆକର୍ଷିତ ହୋଇ ଥାନ୍ତି । ଯାହା ଫଳରେ ଅଶାନ୍ତି ହୁଏ କଳହ ହୁଏ ଓ ବିଛେଦ ହୋଇ ଥାଏ ।

କିନ୍ତୁ ଯଦି ଆପଣ ଚାହାନ୍ତି କି ଆପଣଙ୍କ ଜୀବନରେ ପ୍ରେମ ସର୍ବଦା ରହୁ ତେବେ ଯେକୌଣସି କାରଣରୁ ଝଗଡା ହେଲେ ସ୍ୱାମୀ ନିଜକୁ ସ୍ତ୍ରୀ ଜାଗାରେ ରଖି ଭାବିବେ ଓ ସ୍ତ୍ରୀ ନିଜକୁ ସ୍ୱାମୀ ଜାଗାରେ ରଖି ଭାବିବେ ତେବେ ଯାଇ ସେମାନେ ପରସ୍ପର କୁ ବୁଝିପାରିବେ ଓ ପ୍ରେମ ସର୍ବଦା ରହିବ ।

Leave a Reply

Your email address will not be published. Required fields are marked *