ପ୍ରାଇଭେଟ୍ ସ୍କୁଲକୁ ପାଣି ପିଆଉଛି ଏହି ସରକାରୀ ସ୍କୁଲ୍, ଦେଖିଲେ ଆଖି ଲାଖିଯିବ- ଦେଖନ୍ତୁ Video

ବନ୍ଧୁଗଣ, ନିକଟତରେ ମାଟ୍ରିକ ପରୀକ୍ଷା ରେଜଲ୍ଟ କୁ ନେଇ ଭାଇରାଲ ହୋଇଥିବା ଭିଡିଓ ରେ ପ୍ରାଇଭେଟ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସରକାରୀ ବିଦ୍ୟାଳୟର ପିଲାଙ୍କୁ କିଛି ଏଭଳି ଆଖ୍ୟା ଦେଇଥିଲେ ଯେ ସତେ ଯେମିତି ସେମାନେ କିଛି ଭୁଲ କରିଛନ୍ତି ।

ମାତ୍ର ଆଜି ଆମ୍ଭେ ଯେଉଁ ବିଦ୍ୟାଳୟ ସମ୍ବନ୍ଧରେ ଆପଣଙ୍କୁ କହିବାକୁ ଯାଉଅଛୁ ତାହା ମଧ୍ୟ ଏକ ସରକାରୀ ବିଦ୍ୟାଳୟ ସମ୍ବନ୍ଧରେ । ଆପଣ ଏହି ବିଦ୍ୟାଳୟ କୁ ଦେଖିଲେ ଜାଣିପାରିବେ ଯେ ଏହା କିଭଳି ଭାବରେ ପ୍ରଶଂସା ର ମୁଖପାତ୍ର ପାଲଟି ଯାଇଅଛି । ଏହି ବିଦ୍ୟାଳୟ ବାଟ ଦେଇ ଥରେ ଯିଏ ଯାଉଛି, ସେ ଘଡିଏ ସେଇଠି ଅଟକି ରହୁଅଛି । ସମଗ୍ର ସ୍କୁଲ ପରିବେଶ କୁ ମନଭରି ଉପଭୋଗ କରୁଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀ ମିଶି ଏହି ବିଦ୍ୟାଳୟ କୁ ସଜାଇ ଦେଇଛନ୍ତି ।

କରୋନା ସମୟରେ ବର୍ତ୍ତମାନ ସମସ୍ତ ସ୍କୁଲ ବନ୍ଧା ଥିବା ବେଳେ ଛାତ୍ର ଛାତ୍ରୀ ମାନେ ଘରେ ରହି ଅନଲାଇନ କ୍ଳାସ ଦ୍ଵାରା ନିଜର ଶିକ୍ଷା ଗ୍ରହଣ କରୁଛନ୍ତି । ମାତ୍ର ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରି ଆସି ଘାସ ଓପାଡିବା ଠାରୁ ଆରମ୍ଭ କରି ଗଛରେ ପାଣି ଦେବା ଭଳି ସମସ୍ତ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଆମ୍ଭେ ଏମିତି ଗୋଟିଏ ସମୟ ମଧ୍ୟରେ ବନ୍ଧା ହୋଇଛୁ ଯେଉଁଠାରେ କିଛି ଲୋକ ସରକାରୀ ସ୍କୁଲ କୁ ନ୍ୟୁନ ଦୃଷ୍ଟିରେ ଦେଖୁଛନ୍ତି ।

କିଛି ପିତାମାତା ମାନେ ଭାବୁଛନ୍ତି ଯେ, ସରକାରୀ ବିଦ୍ୟାଳୟରେ ତାଙ୍କ ପିଲା ପାଠ ପଢିଲେ ସେ ମୂର୍ଖ ହୋଇଯିବ । ସବୁବେଳେ ଘରୋଇ ବିଦ୍ୟାଳୟ କୁ ମାନ୍ୟତା ଦେଉଛନ୍ତି । ମାତ୍ର ମାଲକାନଗିରି ଅଞ୍ଚଳର ଏହି ସରକାରୀ ସ୍କୁଲଟିକୁ ଯିଏ ଦେଖିବ ସେ ନିଜର ଚିନ୍ତାଧାରା ନିଶ୍ଚିତ ରୂପେ ବଦଳାଇବାକୁ ବାଧ୍ୟ ହେବ । ଏହା ଏଭଳି ଏକ ବିଦ୍ୟାଳୟ ଅଟେ ଯାହା ଦୁର୍ବଳ କି ଅବା ଅବହେଳିତ ନୁହେଁ ।

ଏହା ଏକ ସୁନ୍ଦର ତଥା ସଫଳ ବିଦ୍ୟାଳୟ ର ଏକ ବରିଷ୍ଠ ଉଦାହରଣ ଅଟେ । ଏହି ବିଦ୍ୟାଳୟର ଶିକ୍ଷକ ତଥା ଶିକ୍ଷୟତ୍ରୀ କହିଛନ୍ତି ଯେ, ଆମ୍ଭେ ଏହି ବିଦ୍ୟାଳୟ କୁ ବହୁତ ମାନ୍ୟତା ଦେଇ ଆସିଛୁ । ବର୍ତ୍ତମାନ କୋଭିଡ ସମୟରେ ମଧ୍ୟ ଆମେ ଏହି ବିଦ୍ୟାଳୟକୁ ଆସି ଆମ୍ଭ ସ୍ୱଇଛାରେ ସମସ୍ତ କାର୍ଯ୍ୟ କରିଅଛୁ ।

ଏହାକୁ ଆମ୍ଭେ ଆକର୍ଷଣୀୟ କରିଅଛୁ । କାରଣ ସମସ୍ତ ଲୋକଙ୍କ ଧ୍ୟାନ ଏହି ବିଦ୍ୟାଳୟକୁ ଆସୁ ଏବଂ ଆଜିଭଳି ଦିନରେ ଯେଉନଭଳି ଭାବରେ ସରକାରୀ ବିଦ୍ୟାଳୟକୁ ଅତି ନ୍ୟୁନ ମାନର ଦେଖୁଛନ୍ତି ସେ ଭଳି କେହି ମଧ୍ୟ ନ ଦେଖନ୍ତୁ ।

ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ତଦାରଖରେ ଏହି ବିଦ୍ୟାଳୟ ବର୍ତ୍ତମାନ ଏତେ ପ୍ରସିଦ୍ଧ ହୋଇଆସିଛି । ମାଟ୍ରିକ ରେଜଲ୍ଟ ରେ କମ ନମ୍ବର ରଖି ଯେଉଁଭଳି ଭାବରେ ପ୍ରାଇଭେଟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନିଜର ଉତ୍ତେଜନା ପ୍ରକାଶ କରିଥିଲେ । ସେମାନଙ୍କ ନିମନ୍ତେ ଏହି ବିଦ୍ୟାଳୟ ଏକ ସଠିକ ଉଦାହରଣ ପାଲଟି ଯାଇଅଛି । ବନ୍ଧୁଗଣ ଆପଣ ମାନଙ୍କ ମତାମତ କଣ ଅଟେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *