ମହେଶ୍ଵେତା ରାୟଙ୍କୁ କିଏ ଅବା ନଯାଣିଛି ଓଡିଆ ପ୍ରସିଦ୍ଧ ଅଭିନେତ୍ରୀ ମହେଶ୍ଵେତା ରାୟ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ଉପରେ ଏମିତି ଗୋଟେ ଚିତ୍ର ଆଙ୍କି ଦେଇଛନ୍ତି ଯାହା ଦର୍ଶକ କେବେ ବୁଲିବେ ନାହିଁ ଆଜିକା ଯୁଗରେ ଏମିତିକା ଅଭିନେତ୍ରୀ ମିଳିବା ବହୁତ କଷ୍ଟ ।
ମହେଶ୍ଵେତା ନିଜ ପରିବାର ଓ ନିଜେ ମିଡିଆ ଠାରୁ ବହୁତ ଦୂରେଇ ରୁହନ୍ତି ଯାହା ଫଳ ସ୍ୱରୂପ ତାଙ୍କ ପରିବାର ବିଷୟରେ ବହୁତ କମ ଲୋକେ ଜାଣିଛନ୍ତି । ତେବେ ତାଙ୍କ ଦର୍ଶକ ମାନାଙ୍କୁ ତାଙ୍କ ପ୍ପରିବାର ବିଷୟରେ ଜାଣିବାକୁ ବହୁତ ଇଛା ଅଟେ ସେଥିପାଇଁ ଆଜି ଆମେ ଆପଣଙ୍କୁ ମହେଶ୍ଵେତାଙ୍କ ପରିବାର ବିଷୟରେ କିଛି କଥା କହିବାକୁ ଯାଉଛୁ ।
କଣ ଆପଣ ଜାଣିଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ମହେଶ୍ଵେତାଙ୍କ ଜନ୍ମ କେଉଁ ଜାଗାରେ ହୋଇଥିଲା, ତେବେ ଜାଣି ରଖନ୍ତୁ ମହେଶ୍ଵେତାଙ୍କ ଜନ୍ମ ପୁରୀ ଜିଲାରେ ୧୯୬୨ ମସିହାରେ ହୋଇଥିଲା, ତେବେ ତାଙ୍କ ସ୍ବାମୀଙ୍କ ନାମ ସିରିସ ରାଉତରାୟ ଅଟେ । ଦୁହିଙ୍କ ସମ୍ପର୍କ ବହୁତ ଭଲ ଅଟେ ଓ ଦୁହେଁ ଏକାଠି ବହୁତ ଭଲରେ ରୁହନ୍ତି । ମହେଶ୍ଵେତାଙ୍କ ପ୍ରଥମ ଚଳଚିତ୍ର ଥିଲା “ ସେସ ଶ୍ରାବଣ” ଏହା ୧୯୭୬ ମସିହାରେ ହୋଇଥିଲା ଓ ତାଙ୍କ ଅଭିନୟ ଦେଖି ଦର୍ଶକ ମାନେ ତାଙ୍କ ଚଳଚିତ୍ର ଦେଖିବା ପସନ୍ଦ କରିଥିଲେ ।
ମହେଶ୍ଵେତା ଓଡିଆ ଫିଲ୍ମ ସହ ବହୁତ ଗୁଡେ ବେଙ୍ଗୋଲି ଫିଲ୍ମ ମଧ୍ୟ କରିଛନ୍ତି ଓ ସେଥିବୀ ତାଙ୍କ ଦିବାନା ମାନେ ଅଛନ୍ତି । ମହେଶ୍ଵେତା ନିଜ ସମୟରେ ବହୁତ ବଡ କଳାକାର ମାନଙ୍କ ସହ ମୁଖ୍ୟ ଅଭିନୟ କରୁଥିଲେ ଯେମିତିକି ଉତ୍ତମ ମହାନ୍ତି, ବିଜଯ ମହାନ୍ତି, ଶ୍ରୀରାମ ପଣ୍ଡା ଓ ବହୁତ ବଡ ବଡ ଅଭିନେତାଙ୍କ ସହ ମହେଶ୍ଵେତା ବହୁତ ଚଳଚିତ୍ର କରିଛନ୍ତି । ୨୦୧୦ ମସିହାରେ ତାଙ୍କର ଗୋଟେ ଫିଲ୍ମ ସୁପର ଡୁପର ହିତ ହୋଇଥିଲା ଯାହା ନାମ ଥିଲା “ତୁ ଥିଲେ ମତେ ଡର କାହାକୁ” ।
ତେବେ କଣ ଆପଣ ଜାଣିଛନ୍ତି ମହେଶ୍ଵେତା ବର୍ତମାନ ପର୍ଯ୍ୟନ୍ତ ୭୦ ଠାରୁ ଅଧିକ ଚଳଚିତ୍ର କରି ସାରିଛନ୍ତି ଓ ତାଙ୍କର ପ୍ରାୟତଃ ସବୁ ଚଳଚିତ୍ର ସୁପର ଡୁପର ହିତ ହୋଇଛି । ମହେଶ୍ଵେତା ବହୁତ ସାହସୀ ମହିଳା ଅଟନ୍ତି ଓ ଜୀବନରେ ଆସିଥିବା ବହୁତ ଅସୁବିଧାକୁ ସେ ନିଜେ ସମାଧାନ କରିଛନ୍ତି । ତେବେ ଅଭିନୟ ସହ ସେ ରାଜନୀତିରେ ମଧ୍ୟ ଅଛନ୍ତି ଓ ତାଙ୍କ ଏହି ରୂପକୁ ଲୋକେ ବହୁତ ପସନ୍ଦ ମଧ୍ୟ କରନ୍ତି, ତେବେ ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।