ପୁଅ ଅପେକ୍ଷାରେ 8 ବର୍ଷ ହେଲା ଶ୍ମଶାନରେ ଅଛି ବାପା, ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ… ଦେଖନ୍ତୁ Video

ନିସ୍ତବ୍ଧ ମସାଣି ଆଉ ବଣ ଭିତରେ ରହିଛି ମସାଣି । ରାସ୍ତାରେ ଛିଡା ହେଲେ ମସାଣି ଠିକରେ ଦେଖାଯାଉ ନାହି । ଖାଲି କୋଠା ଘରକୁ ଦେଖିଲେ ଲାଗୁଛି ମସାଣି ବୋଲି । ଆଉ ଏଠାରେ ବସିଛନ୍ତି ଜଣେ ବୃଦ୍ଧ । ଆଉ ପେକ୍ଷା କରିଛନ୍ତି ପୁଅକୁ କେତେବେଳେ ତାଙ୍କ ପୁଅ ଫେରିବ ଆଉ ସାଙ୍ଗରେ ନେଇ ଘରକୁ ଫେରିବ । ତେବେ ବନ୍ଧୁଗଣ ଘଟଣା ଜାଣିବା ପରେ ଆପଣ ମାନଙ୍କ ଆଖିରୁ ଲୁହ ରହିବ ନାହି । ମଶାଣିରେ ବାପା ବସିଛି ପୁଅର ଫେରିବା ବାଟକୁ ଚାହିଁ ରହିଛି ।

ବେଳେବେଳେ ଡାକ ବି ଛାଡୁଛି କିନ୍ତୁ ପୁଅ ଏବେ ଆସୁ ନାହି କି କେବେ ବି ଆସିବ ନାହି । କାରଣ ତାଙ୍କ ପୁଅ ଆଉ ଏ ଦୁନିଆରେ ନାହି । ଦର୍ଶକ ବନ୍ଧୁ ଗୋଟେ ବାପା ନିଜ ପୁଅକୁ ହରାଇ ଏମିତି ଦୁଖରେ ଭାଙ୍ଗି ପଡିଛନ୍ତି ଆଉ ମୃ-ତ୍ୟୁର ସତକୁ ସ୍ଵୀକାର କରୁପାରୁ ନାହାନ୍ତି । ସେଥିପାଇଁ ମଶାଣିରେ ଦିନ ରାତି ବସି ରହୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁଅ ଯେଉଁ ଠାରେ ପୋଡା ଯାଇଥିଲା ସେଠାରେ ମାସ ମାସ ଧରି ଏମିତି ବସିଛନ୍ତି ବାପା । ଏ ହେଉଛନ୍ତି ପୁରୀ ନିମାପଡା ବ୍ଲକର ଗୌତମ ମହାନ୍ତି ।

୮ ବର୍ଷ ହେଲା ଦୁର୍ଘଟଣାରେ ପ୍ରାଣ ହରାଇଥିଲା ପୁଅ । ଯାହା ଫଳରେ ମାନସିକ ହାରସାମ୍ୟ ହରାଇ ବସିଛନ୍ତି ଗୌତମ । ପୁଅର ଅ-ପ-ମୃ-ତ୍ୟୁ ପରେ ନ ଖାଇ ନ ପିଇ ଝୁରି ଝୁରି ଏମିତି ଏଠି ବସି ରହିଛନ୍ତି ବାପା । ଯେତେ ଯିଏ ଡାକିଲେ କି କହିଲେ ମସାଣି ଛାଡି ଯାଉ ନାହାନ୍ତି ଗୌତମ । ବେଳେବେଳେ କିଛି କହୁଛନ୍ତି ନ ହେଲେ ଅନେକ ସମୟରେ ଚୁପ ବସୁଛନ୍ତି । ତାଙ୍କର ଏମିତି ଅବସ୍ଥା ଦେଖି ଝିଅ ନଳିନୀ ଓ ଜ୍ଵାଇଁ ଗଙ୍ଗାଧର ନିଜ ଘରେ ନେଇ ରଖିଲେ । କିନ୍ତୁ ସେ ଘରେ ନ ରହି ଦିନ ରାତି ଏମିତି ମସାଣିରେ ବସୁଛନ୍ତି ।

ତେବେ ଶାଶୁଘର ଜଞ୍ଜାଳ ଭିତରେ ବି ବାପାଙ୍କ ସେବା ଯତ୍ନ କରିବାରେ ବ୍ୟସ୍ତ ଅଛନ୍ତି ନଳିନୀ । ହାଲି ସେବା କରୁଛନ୍ତି ତାହା ନୁହେଁ ବରଂ ଚିକିତ୍ସା ବି କରୁଛନ୍ତି । ହେଲେ ବାପା ଭଲ ହେବାକୁ ହେଲେ ବଡ ମେଡିକାଲ ନେବାକୁ ପଡିବ । କିନ୍ତୁ ଜ୍ଵାଇଁ ରାଜମିସ୍ତ୍ରୀ କାମ କରୁ ଥିବାରୁ ଚିକିତ୍ସା ପାଇଁ ଟଙ୍କା ର ଅଭାବ ରହୁଛି । ତେଣୁ ସରକାରୀ ସହାୟତାର ଏବେ ରହିଛି ଅପେକ୍ଷା । କଥାରେ ଅଛି ବାପା ମା ଏମିତି ଦୁଇ ଜଣ ମଣିଷ ଯିଏ ପିଲାଙ୍କୁ କେବେ ବି ଛାଡି ପାରନ୍ତି ନାହି କି ଭୁଲି ପାରନ୍ତି ନାହି ।

ତେଣୁ ଯାହାକୁ କୋଳେଇ କାଖେଇ ମଣିଷ କରିଥିଲେ ଆଜି ଯେତେବେଳେ ସେ ଦୁନିଆରେ ନାହି ତାହାକୁ ସହଜରେ କେମିତି ଗ୍ରହଣ କରିବା ବାପା । ଯିଏ ବି ଗୌତମ ଙ୍କ ଦୁଖ ଦେଖିଲେ କହିବେ ଭଗବାନଙ୍କ କୌଣସି ବାପା ସହ ଏମିତି କ କରନ୍ତୁ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *