ପୁଲୱାମାରେ ସହିଦ ହୋଇଥିବା ଜଣେ ଯବାନଙ୍କର ଜନ୍ମ ହେଲା ପୁତ୍ର ସନ୍ତାନ, ସହିଦଙ୍କ ପତ୍ନୀ କହିଲେ – ମୋ ପୁଅ ନେବ ପାକିସ୍ତାନ ଠାରୁ ପିତୃହତ୍ୟାର ପ୍ରତିଶୋଧ

ଗତ ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ପୁରା ଦେଶରେ କେବଳ ଗୋଟେ ଚର୍ଚ୍ଚା, ପୁଲୱାମାରେ ହୋଇଥିବା ଆକ୍ରମଣ ବିଷୟରେ । ଯେଉଁଥିରେ ବହୁତ ଗୁଡେ ଯବାନ ସହିଦ ହେବା ସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆକ୍ରମଣରେ ପ୍ରାଣହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

ସେହିଭଳି ଉତ୍ତରପ୍ରଦେଶର ଏଟା ନିବାସୀ ରାଜେଶ ଯାଦବ ଏହି ଆକ୍ରମଣରେ ସହିଦ ହୋଇଥିଲେ । ଆଉ ସେହି ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ । ସ୍ୱାମୀଙ୍କ ସହିଦ ହେବା ଦୁଖ ଥଲେ ମଧ୍ୟ ପିଲାର ମୁହଁ ଦେଖି ଟିକିଏ ଖୁସି ଅଛନ୍ତି ଶ୍ୱେତା । ସହିଦ ରାଜେଶ ଯାଦବଙ୍କ ବାପା କହିଛନ୍ତି ପୁଅ ସହିଦ ହେବାର ଦୁଃଖ ଅଛି, ହେଲେ ନାତିକୁ ଦେଖିଲେ ଛାତି କୁଣ୍ଢେମୋଟ ହୋଇଯାଉଛି ।

ସବୁଠାରୁ ବଡ଼ ଖୁସିର କଥା ତଥା ଗର୍ବର ବିଷୟ ହେଲା ପୁଅକୁ ହରାଇ ଥିଲେ ମଧ୍ୟ ସେ ନାତିକୁ ବଡ଼ କରି ସେନାକୁ ପଠାଇବା ପାଇଁ ଚାହୁଁଛନ୍ତି । ପୁଅକୁ ଭାରତୀୟ ସେନାରେ ଜଣେ ବୀର ସୈନିକ ଭାବେ ଦେଖିବା ପାଇଁ ଚାହୁଛନ୍ତି ବୋଲି ପ୍ରକାଶ କରିଛନ୍ତି ଶ୍ୱେତା ।  ସେ ପାକିସ୍ତାନ ଠାରୁ ପିତୃହତ୍ୟାର ପ୍ରତିଶୋଧ ନେବ ।

ଏବେ ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆକ୍ରମଣେ ପରେ ତାଙ୍କ ପତ୍ନୀ କହିଛନ୍ତି ମୋର ପୁଅ ବଡ ହୋଇ ପାକିସ୍ତାନ ଠାରୁ ତା ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବ । ପୁତ୍ର ସନ୍ତାନ ଜନ୍ମ ପରେ ସହିଦଙ୍କ ପତ୍ନୀ ଶ୍ୱେତା କହିଛନ୍ତି ବଡ଼ହେଲେ ପୁଅକୁ ସେନାକୁ ପଠାଇବେ । ପୁଅକୁ ହରାଇ ଦୁଃଖ ଥିଲେ ବି ପରିବାର ଲୋକେ ଏବେ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *