ପୂଜାରେ ଦୀପ ଲଗାଇବା ସମୟରେ ଏହି ସବୁ କଥା ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ, ଘରେ ଦେଖାଦେବ ସୁଖ-ଶାନ୍ତି ଓ ଧନରେ ହେବ ବୃଦ୍ଧି।

ଆମ ଭାରତ ଧାର୍ମିକ ଦେଶମାନଙ୍କ ମଧ୍ୟରେ ଅନ୍ୟତମ । ଆମ ଦେଶରେ ସବୁ ଜାତିର ଲୋକ ବସବାସ କରନ୍ତି । ସେମାନେ ନିଜ ନିଜ ଦେବୀ ଦେବତାଙ୍କ ପୂଜା କରନ୍ତି । ସନାତନ ଧର୍ମରେ ଦେବୀ-ଦେବତାଙ୍କ ପୂଜା କରିବାର ବିଶେଷ ମହତ୍ଵ ରହିଛି ଓ ପୂଜା ସମୟରେ ଆରତୀ କରିବାର ମହତ୍ଵ ମଧ୍ୟ ରହିଛି । ଲୋକମାନେ ନିଜ ଘର ଓ ମନ୍ଦିରରେ ଭଗବାନଙ୍କ ଆରାଧନା କରନ୍ତି ଏବଂ ନିଜର ଓ ପରିବାରର ଦୁଃଖ ଦୂର କରିବାକୁ ପ୍ରାର୍ଥନା କରନ୍ତି ।

କୁହାଯାଏ କି ଭଗବାନଙ୍କ ପୂଜା ଓ ଆରାଧନାରେ ବ୍ୟକ୍ତିର ମନ ଶାନ୍ତ ରହେ । ଏମିତିରେବି ଆପଣ ମଧ୍ୟ ନିଜ ଘର ବା ମନ୍ଦିରରେ ପ୍ରତିଦିନ ଦୀପ ଜାଳୁଥିବେ । ଦୀପ ଜାଳିବା ଦ୍ଵାରା ନିଜ ଘରର ବାସ୍ତୁଦୋଷ ଦୂର ହେଇଥାଏ ।

କିନ୍ତୁ ଦୀପ ଜାଳିବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ, ଯାହାଦ୍ୱାରା ଆପଣଙ୍କ ଘରେ ସୁଖଶାନ୍ତିର ବୃଦ୍ଧି ହେବ ଏବଂ ଦେବାଦେବୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ବିଷୟରେ ।

ଯଦି ଆପଣ ଦୀପ ଜାଳୁଛନ୍ତି ତେବେ ଧ୍ୟାନ ଦେବେ ଯେମିତି ଦୀପର କୌଣସି ସ୍ଥାନ କ୍ଷତ ହେଇ ନଥିବ । ଏହାସହ ପୂଜା କରିବା ସମୟରେ ସଫାସୁତୁରା ରଖିବା ନିହାତି ଆବଶ୍ୟକ । ଏବଂ ଦୀପ ଉଚିତ ଦିଗରେ ରହିବା ଅତ୍ୟାବଶ୍ୟକ ।

ଦେଖାଯାଏ ଲୋକମାନେ ସବୁବେଳେ ତେଲ କିମ୍ବା ଘିଅରେ ଦୀପ ଜାଳନ୍ତି । ଏଥିରେ ଧ୍ୟାନ ଦେବେ ଯଦି ଆପଣ ଘିଅର ଦୀପ ଜାଳୁଛନ୍ତି ତେବେ ସେଥିରେ ଧଳା ବତୀ ବ୍ୟବହାର କରିବେ ଏବଂ ଯଦି ଆପଣ ତେଲ ଦୀପ ଜାଳୁଛନ୍ତି ତେବେ ସେଥିରେ ନାଲି ବତୀ ବ୍ୟବହାର କରନ୍ତୁ । କାରଣ ଏହା ଶୁଭ ହୋଇଥାଏ ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯଦି ଘରେ ପ୍ରଭାତ ଓ ସନ୍ଧ୍ୟା ସମୟରେ ପ୍ରତିଦିନ ଦୀପ ଜାଳିବେ ତେବେ ଘରେ ସକାରାତ୍ମକ ଶକ୍ତିର ଆବିର୍ଭାବ ହେଇଥାଏ ଏବଂ ନକରାତ୍ମକ ଶକ୍ତିର ସମାପ୍ତ ଘଟିଥାଏ । କେବଳ ଏତିକି ନୁହଁ ପ୍ରତିଦିନ ଏହା କରିବା ଦ୍ଵାରା ଘରେ ସୁଖ ଶାନ୍ତିର ସମୃଦ୍ଧି ହେଇଥାଏ ।

ଆପଣ ଏହି କଥାର ବିଶେଷ ଧ୍ୟାନ ରଖିବେ ଆପଣ ପ୍ରତିଦିନ ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟରେ ଦୀପ ପ୍ରଜ୍ଵଳନ କରନ୍ତୁ । ଏହାଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି । କିନ୍ତୁ ଧ୍ୟାନ ରଖିବେ ଦୀପକୁ ତଳେ ଭୂମି ଉପରେ ରଖିବେ ନାହିଁ, ଏହାକୁ ଚାଉଳ, ଧାନ କିମ୍ବା କୌଣସି ଅନ୍ୟ ବସ୍ତୁ ଉପରେ ରଖିବେ ।

ଏହିଭଳି ଅନେକ ଆଧ୍ୟାତ୍ମିକ ଟିପ୍ସ ଆଗକୁ ମଧ୍ୟ ଜାଣିବାକୁ ଚାହୁଁଥିଲେ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *