ପୂଜା ପାଠ, ଦାନ ଧର୍ମ କରୁଥିବା ଲୋକେ କଣ ପାଇଁ ପାଇଥାନ୍ତି ଅଧିକ କଷ୍ଟ

ଆଜିକା ସମୟରେ ବହୁତ କମ ଲୋକେ ଧର୍ମ କର୍ମ ଭଳି କାମ କରିଥାନ୍ତି କିନ୍ତୁ ତାଙ୍କ ଜୀବନରେ ବହୁତ କମ ସୁଖ ହୋଇଥାଏ ଦୁଃଖ ବହୁତ ଅଧିକ ହୋଇଥାଏ । ତେବେ ଯେଉଁ ଲୋକ ଧର୍ମ କର୍ମ କରନ୍ତି ନାହିଁ ତାଙ୍କୁ ଜୀବନରେ ବହୁତ ସୁଖ ମିଳିଥାଏ । ତେବେ ଯେଉଁ ଲୋକେ ଭଲ କର୍ମ କରନ୍ତି ପୂଜା ପାଠ କରନ୍ତି ସେ ସବୁବେଳେ ଏହି ବିଚାର କରନ୍ତି ଯେ ତାଙ୍କୁ କେଉଁ ପାପର ଦଣ୍ଡ ମିଳୁଛି ଆଉ ଯିଏ ଖରାପ କର୍ମ କରିଥାଏ ସେ କଣ ପାଇଁ ଏତେ ଭଲ ଶୁଭ ଫଳ ପାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଗୋଟେ ସନ୍ୟାସୀ ଆଉ ତାଙ୍କ ଦୁଇ ପୁଅ ବିଷୟରେ କହିବାକୁ ଯାଉଛୁ ଯାହା କାହାଣୀ ଜାଣିବା ପରେ ଆପଣ ଜାଣି ପାରିବେ ଭଗବାନ ଏହି ଭଳି କଣ ପାଇଁ କରିଥାନ୍ତି ।

ଗୋଟେ ଗାଁରେ ଜଣେ ସନ୍ୟାସୀ ଥିଲେ ସେ ବହୁତ ଭଲ ଲୋକ ଥିଲେ, ଯିଏ ତାଙ୍କ ପାଖକୁ ଦୟା ପାଇଁ ଆସିଥାନ୍ତି ସେ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି ଆଉ ନିଜ କର୍ମ ଅନୁଯାଇ ସବୁ କିଛି ଭଲ ଦେଖିକି କରନ୍ତି । ସନ୍ୟାସୀ ଜଣଙ୍କର ଦୁଇଟି ପୁଅ ଥିଲେ ଦୁଇ ପୁଅ ଶିକ୍ଷା ଗ୍ରହଣ କରି ଗାଁକୁ ଫେରିଥିଲେ ପ୍ରଥମ ପୁଅଟି ଖରାପ ବାଟକୁ ଚାଲି ଯାଇଥିଲା କିନ୍ତୁ ଅନ୍ୟ ପୁଅଟି ପୂଜା ପାଠ ନିଜ ବାପା ଭଳି କରୁଥିଲା ସବୁବେଳେ ଭଲ କାର୍ଯ୍ୟ କରିଥାଏ ଆଉ ଭଗବାନ ନାମ ଜାପ କରିଥାଏ ।

ତେବେ ଏହି ଭଳି କିଛି ମାସ ଗଲା ଦୁଇ ଭାଇ ପୂର୍ବ ପଶ୍ଚିମ ଦିଗ ଭଳି ଥିଲେ ଜଣେ ବହୁତ ଧାର୍ମିକ ଆଉ ଜଣେ ବହୁତ ଖରାପ ବ୍ୟବହାର କରିଥାଏ । ପ୍ରଥମ ପୁଅଟି ବେ-ଶ୍ୟା ପାଖକୁ ସବୁ ଦିନ ଯାଇଥାଏ ଆଉ ଅନ୍ୟ ପୁଅଟି ସବୁବେଳେ ସତସଙ୍ଗ ଆଉ ଅନ୍ୟ ଜିନିଷରେ ବ୍ୟସ୍ତ ରହିଥାନ୍ତି । ଦିନେ ଖରାପ ପୁଅଟି ବେ-ଶ୍ୟା ଘରୁ ଫେରିବା ସମୟରେ ରାସ୍ତା କଡରେ ସୁନା ଭର୍ତି ବ୍ୟାଗ ପାଇଲା  ।

ଅନ୍ୟ ପୁଅଟି ରାସ୍ତାରେ ଆସିବା ସମୟରେ ତାଙ୍କ ଗୋଡରେ କଣ୍ଟା ଲାଗିଥିଲା ଯାହା ପରେ ଧାର୍ମିକ ପୁଅକୁ ବହୁତ ଖରାପ ଲାଗିଲା ଆଉ ସେ କାନ୍ଦି କାନ୍ଦି ନିଜ ବାପା ପାଖକୁ ଆସି ପହଞ୍ଚିଲେ ଆଉ ଏହାର କାରଣ ପଚାରିଲେ । ତାଙ୍କ ବାପା କହିଲେ ବଡ ପୁଅ ଆର ଜନ୍ମରେ ବହୁତ ପୂଣ୍ୟ କରିଥିଲା ସେ ଏହି ଜନ୍ମରେ ରାଜ ଯୋଗ ପାଇବା ଉଚିତ କିନ୍ତୁ ତା ଖରାପ କର୍ମ ଦ୍ଵାରା ସବୁ ପୂଣ୍ୟ ସେ ହରାଇଲା ଆଉ ଏହି ଭଳି ସୁନା ବ୍ୟାଗ ପାଇଲା ନଚେତ ସେ ନିଜେ ରାଜା ହୋଇ ପାରିଥାନ୍ତା ।

ତୁମେ ଆର ଜନ୍ମରେ କିଛି ପୂଣ୍ୟ କରି ନଥିଲ ଏହି ଜନ୍ମରେ ତମର କେବଳ ଏତିକି ଜୀବନ ଥିଲା ଆଜି ତମେ ଏ ଦୁନିଆରୁ ଚାଲି ଯାଇଥାନ୍ତ କିନ୍ତୁ ତମ ପୂଣ୍ୟ ପାଇଁ ଆଜି ତମ ଭାଗ୍ୟ ପରିଣତ ହେଲା ଆଉ କେବଳ କଣ୍ଟା ଫୁଟିଲା । ସେଥିପାଇଁ ଆମକୁ କର୍ମ କରିବା ଉଚିତ ଫଳ ଭଗବାନ କଣ ଦେବେ ତାହା ବିଷୟରେ ଚିନ୍ତା କରିବା ଉଚିତ ନୁହ ।

Leave a Reply

Your email address will not be published. Required fields are marked *