ଆସିଲା ବଡ ଖବର! ପୁଣି ବଢିବ Petrol ଓ Diesel ଦାମ, ଦେଖନ୍ତୁ କେତେ ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ

ନମସ୍କାର ବନ୍ଧୁଗଣ, ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାର ଆଶଙ୍କା କରା ଯାଉଛି । କେବଳ ଭାରତ ନୁହେଁ ବରଂ ବିଶ୍ଵ ସ୍ତର ରେ ପେଟ୍ରୋଲିୟମ ଜାତ ସାମଗ୍ରୀ ର ଦର ବୃଦ୍ଧି ହୋଇପାରେ । ତୈଳ ରପ୍ତାନି କାରୀ ଦେଶ ଗୁଡିକୁ ନେଇ ଗଠିତ ସଂଘଠନ ଅପେକ ପ୍ଲସ ପକ୍ଷ ରୁ ଉତ୍ପାଦନ ହ୍ରାସ କରିବାକୁ ନିସ୍ପତି ନିଆ ଯାଇଛି । ଆସନ୍ତା ମାସ ଅର୍ଥାତ ନଭେମ୍ବର ମାସରେ ଦୈନିକ ୨୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରାଯିବ । କୋରୋନା ପରେ ଏତେ ବଡ ଉତ୍ପାଦନ କାଟ କେବେ ଦେଖିବାକୁ ମିଳି ନ ଥିଲା ।

ଏଣୁ ଉତ୍ପାଦନ କମିଲେ ବିଶ୍ଵ ସ୍ତର ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଅପରେ ବୋଲି ଆଶଙ୍କା କରା ଯାଉଛି । ତୈଳ ଦର କୁ ବଢାଇଲେ ମାନ୍ଦା ଅବସ୍ଥା ସହ ଯୁଝୁଥିବା ବିଶ୍ଵ ଅର୍ଥନୀତି କୁ ଗତି ମିଳିବ ବୋଲି ଯୁକ୍ତି ଦର୍ଶାଇଛି ଅପକେ ପ୍ଲସ । ଅନ୍ୟ ପାଖ ରେ ସାଉଦି ଆରବ ଓ ଋଷ ଅପେକ ପ୍ଲସ ର ଏଭଳି ପଦକ୍ଷେପ କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଆମେରିକା ଓ ୟୁରୋପୀୟ ସଂଘ । ଋଷ ଓ ୟୁକ୍ରେନ ଯୁଦ୍ଧ ସହ ବିଭିନ୍ନ କଟକଣା କୁ ଦେଖି ଋଷ ଜାଣିଶୁଣି ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛି ୱ୍ହାଇଟ ହାଉସ ।

ଏଭଳି ନିସ୍ପତି କୁ ଅପରିଣାମ ଦର୍ଶିତା ବୋଲି ମଧ୍ୟ କହିଛି ୱ୍ହାଇଟ ହାଉସ । ନଭେମ୍ବର ୮ ରେ ଆମେରିକାରେ ମିଲ୍ଟନ ଏଲେକ୍ସନ ବା ୪୩୫ ହାଉସ ଅଫ ରିପ୍ରେଜେଣ୍ଟ ଓ ୩୫ ସିନେ ଆସୋସିଏନ ପାଇଁ ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ବୃଦ୍ଧି ପ୍ରସଙ୍ଗ ଲୋକ ମାନଙ୍କ ମନରେ ମତକୁ ନିଶ୍ଚିନ୍ତ ଭାବେ ପ୍ରଭାବିତ କରିବ । ଅନ୍ୟ ପକ୍ଷରେ ଋଷ ଉପରେ କଟକଣା ଲଗାଇ ତେଲ ପାଇଁ ମଧ୍ୟ ପ୍ରାଚ୍ଯ ୟୁରୋପୀୟ ସଂଘ ନିର୍ଭର କରୁଥିବାରୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ ବୋଲି କୁହା ଯାଉଛି ।

ତେବେ ଦେଖିବାକୁ ଗଲେ ମେ ୨୨ ରୁ ଭାରତରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି କରାଯାଇ ନାହି । ସେଥିପାଇଁ କେନ୍ଦ୍ର ସରକାର ନିସ୍ପତି ନେଲେ ସବୁ ସାମଗ୍ରୀ ର ଦର ବୃଦ୍ଧି ହେଲେ ବି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ନ ପାଉ । ତୈଳ କମ୍ପାନୀ ଗୁଡିକର ଗୋଟେ କ୍ଵାଟର ରେ ୬୦୦୦ କୋଟି ରୁ ୧୦ ହଜାର କୋଟି ଯାଏଁ ଯେଉଁ ହାନି ହୋଇଛି ତାକୁ ଅଏଲ ବନ୍ଦ ମାଧ୍ୟମରେ କେନ୍ଦ୍ର ସରକାର ପୂରଣ କରୁଛନ୍ତି ।

ଆଗକୁ ମଧ୍ୟ ସମାନ ନୀତି ଆପେଣଇ ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *