ସାବଧାନ, ପୁଣି ଫେରିଲା ନାଇଟ କର୍ପ୍ଯୁ- ଜାଣନ୍ତୁ ସଂପୂର୍ଣ୍ଣ ନିୟମ

ବନ୍ଧୁଗଣ କରୋନା ର ଭୟ ସମସ୍ତଙ୍କୁ ବହୁତ ଭୟାଭିତ କରିଦେଇଛି । ମାତ୍ର ସେହି ଭୟରୁ ଟିକେ ଆଶ୍ୱୋସ୍ଥି ପାଇଲା ବେଳକୁ ପୁଣି ଥରେ କରୋନା ମାଡି ଆସିଲାଣି । ବନ୍ଧୁଗଣ ହଟାତ କରୋନା ସଂକ୍ରମଣ ବଢିବା କାରଣରୁ ମହାରାଷ୍ଟ୍ର ର ଅମରାବତୀ ଜିଲ୍ଲା ରେ ଗୋଟିଏ ସପ୍ତାହ ପାଇଁ ଲକ-ଡାଉନ ଘୋଷଣା କରାଯାଇଛି । ସେହିପରି ପୁନେରେ ନାଇଟ କର୍ଫ୍ଯୁ ଫେରିଛି । ପୁନେରେ ଆସନ୍ତା କାଲୀ ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ହେବ ।

ବନ୍ଧୁଗଣ ପ୍ରାଏ ଏକ ବର୍ଷ ଧରି ଆମେ କୋରଣା ଯନ୍ତ୍ରଣା ସମସ୍ତେ ସହିଛୁ । ବନ୍ଧୁଗଣ ଏବେ ପୁଣି ଥରେ ଦେଶର ଦୁଇଟି ସହରରେ, ମହାରାଷ୍ଟ୍ର ଏବଂ କେରଳରେ କରୋନା ଆକ୍ରାନ୍ତକ ସଂଖ୍ୟା ବଧୁଅଛି । ପୁନେରେ ଆସନ୍ତା କାଲିଠାରୁ ନାଇଟ କର୍ଫ୍ଯୁ ଲାଗୁ ହେବାକୁ ଯାଉଛି ।

ପୁଣି ଥରେ ଆବଶ୍ଯକିୟ ସେବା ଏବଂ ପରିବହନ ବାଦ ପଡିବ । ବନ୍ଧୁଗଣ ଆସନ୍ତା କାଲିଠାରୁ ପୁନେରେ ବହୁତ କ୍ଷେତ୍ରରେ କଟକଣା ଲାଗିବାକୁ ଯାଉଛି । ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଏବ ଉଚ୍ଚ ବିଦ୍ୟାଳୟ ବନ୍ଧ ହେବାକୁ ଯାଉଛି । ବନ୍ଧୁଗଣ କରୋନା ସଂକ୍ରମଣ ବହୁତ ଧୃତ ଗତିରେ ବଢିବାକୁ ଲାଗିଛି ଏହା ଫଳରେ ସେଠାରେ ପୁଣିଥରେ ନାଇଟ କର୍ଫ୍ଯୁ ଜାରି କରାଯାଇଛି ।

ସେହିଭଳି ମହାରାଷ୍ଟ୍ରରେ ସ୍ଥିତି ଧୀରେ ଧୀରେ ସଙ୍ଘିନ ହେବାକୁ ଲାଗିଛି । ଗତ କାଲି ୨୪ ଘଣ୍ଟା ମଧ୍ୟରେ ୬,୨୮୧ ଟି ନୂଆ ପଜେଟିଭ ମାମଲା ସାମନାକୁ ଆସିଛି । ବନ୍ଧୁଗଣ ସେହିଭଳି କେରଳରେ ମଧ୍ୟ ବଢୁଛି ସଂକ୍ରମଣ । କେରଳରେ ସମୁଦାଯ ୪,୬୫୦ ଟି ପଜେଟିଭ ମାମଲା ସାମ୍ନା କୁ ଆସି ସାରିଲାଣି । ସେହିଭଳି କର୍ଣ୍ଣାଟକ ରେ ୪୯୦, ତାମିଲନାଡୁ ରେ ୪୩୮, ପଞ୍ଜାବ ରେ ୩୫୨, ଛତିଶଗଡରେ ୨୫୩, ଗୁଜୁରାଟ ରେ ୨୫୮, ଏବଂ ମଧ୍ୟ ପ୍ରଦେଶ ରେ ୨୫୭ ଜଣ ଆକ୍ରାନ୍ତ ହୋଇ ସାରିଲେଣି ।

ଦିନକରେ ଯେତୋଟି ମାମଲା ସାମ୍ନା କୁ ଆସିଛି କେବଳ ମହାରାଷ୍ଟ୍ର ଏବଂ କେରଳରେ ୭୬% ସର୍ବାଧିକ ମାମଲା ସାମ୍ନା କୁ ଆସିଛି । ବନ୍ଧୁଗଣ ଏବେ ପରିସ୍ଥିତି ଚିନ୍ତା ଜନକ ହୋଇଥିବାରୁ ୬ ଟି ସହରରେ କଟକଣା ଜାରି ହୋଇଛି । ଅମରାବତିରେ ନାଇଟ କର୍ଫ୍ଯୁ କୁ ଆହୁରି ୭ ଦିନ ବଢାଇ ଦିଆ ଯାଇଛି । ରତ୍ନଗିରି, ସିନ୍ଧୁଦୂର, ରାୟଗଡ, ସତ୍ରା, ବିଡ ଆଦି ଜିଲ୍ଲା ରେ ରାତ୍ରି କର୍ଫ୍ଯୁ ଘୋଷଣା କରିଛି ପ୍ରଶାସକ ।

ଦେଶରେ ଗତବର୍ଷ କରୋନା ଶୀର୍ଷକୁ ଛୁଇଁବା ପରେ ଧୀରେ ଧୀରେ ତାହା କମିଥିଲା, ଏହାପରେ ଲକ-ଡାଉନ ତଥା ଷଟ-ଡାଉନ ଭଳି କଟକଣା କୋହଳ ମଧ୍ୟ ହୋଇଥିଲା । ଅଚାନକ କରୋନା ସ୍ଥିତି ବଦଳିବାକୁ ଲାଗିଥିଲା । ବର୍ତମାନ କରୋନା ପୁଣି ମାଡି ଆସି ମନରେ ଆଶଙ୍କା ତଥା ଭୟ ର ଘର ନେଇ ଆସିଛି । ବନ୍ଧୁଗଣ ଫେବୃଆରି ୧୭ ତାରିଖରୁ କରୋନା ର ଗ୍ରାଫ ଉପର ମୁହାଁ ହୋଇ ଉଠିଛି ।

ବର୍ତମାନ ୧୦ ହଜାର ତଳକୁ ଖସି ଆସିଥିବା ଦୈନିକ ସଂକ୍ରମଣ ପ୍ରତିଦିନ ବଢିବାକୁ ଲାଗିଛି । ବନ୍ଧୁଗଣ ଗୋଟିଏ ଦିନରେ ଦେଶରେ କରୋନା ରେ ୯୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏଣୁ ଆପଣ ମାନଙ୍କୁ ବିନୀତ ଅନୁରୋଧ କି ଆପଣ ମାନେ ଦୟାକରି ନିଜକୁ ଏହି ସଂକ୍ରମଣ ରୁ ବଞ୍ଚିତ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ମହତ୍ଵପୂର୍ଣ୍ଣ ମହାମାରୀ ବିଷୟରେ ଅଧିକ କିଛି ଜାଣିବାର ଇଛା ଶକ୍ତି ଥାଏ ତେବେ, ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *