86 ବର୍ଷୀୟ ମହିଳାଙ୍କ ଭିତରେ ଦେଖାଦେଲା କରୋନାର ଭୟଙ୍କର ପ୍ରତକ୍ରିୟା, ଡାକ୍ତର ମଧ୍ୟ ହେଲେ ଆଶ୍ଚର୍ଯ୍ୟ

ବନ୍ଧୁଗଣ କରୋନା ଶବ୍ଦ ଟି ଜଣ ସାଧାରଣ କୁ ଆଚଙ୍କିତ କରି ରଖିଛି । ଗତ ବର୍ଷ ଏହି ମହାମାରି କାରଣରୁ କେତେ ଜଣ ନିଜ ଜୀବନ ହରାଇଛନ୍ତି ତାହାର ହିସାବ ଅଗଣିତ କହିଲେ ଅଚୁକ୍ତି ହେବ ନାହିଁ । ଗତ ବର୍ଷ ବହୁତ ଲୋକଙ୍କ ଧନ ସମ୍ପତି ଠାରୁ ଅତି ମୂଲ୍ଯବାନ ସମ୍ପଦ ମନୁଷ୍ୟର ପ୍ରାଣ କୁ ସେହି ମହାମାରି ହରଣ କରିନେଇଛି । ବନ୍ଧୁଗଣ କରୋନା ସାରା ବିଶ୍ଵ ପାଇଁ ଗୋଟିଏ ଅଭିଶାପ ପାଲଟି ଯାଇଛି ।

ଯାହାର ଭୟ ତଥା ଆତଙ୍କ ଏବେ ସୁଧା ମନୁଷ୍ୟଙ୍କ ମନରେ ଘର କରି ରହିଅଛି । ବନ୍ଧୁଗଣ ଭାରତରେ ସମୁଦାୟ ଏକ କୋଟି ଦଶ ଲକ୍ଷ ଲୋକ ଏହା ଦ୍ଵାରା ସଂକ୍ରମିତ ହୋଇଛନ୍ତି । ଏଥିରୁ ଏକ ଲକ୍ଷ ୫୬ ହଜାର ଲୋକଙ୍କ ଜୀବନ ଯାଇଛି ।

ଏହା କେତେକ ଲୋକଙ୍କୁ ସଂପୂର୍ଣ୍ଣ ରୂପେ ବରବାଦ ମଧ୍ୟ କରିଦେଇଛି । କେତେକ ଲୋକଙ୍କ ଜୀବନ ଯିବା ସଙ୍ଗେ ସଙ୍ଗେ ପରିବାର ବର୍ଗ ର ରୋଜଗାର ର ବାଟ ମଧ୍ୟ ବନ୍ଦ କରିଦେଇଛି । ବନ୍ଧୁଗଣ ବର୍ତମାନ ଏହି ମହାମାରୀରୁ ବଞ୍ଚିବା ପାଇଁ ଔଷଧ ଏବଂ ଟୀକା ମଧ୍ୟ ବାହାରିଲାଣି । ବନ୍ଧୁଗଣ ବର୍ତମାନ ରୋଗର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବର୍ତମାନ ଏହା ପୁଣି ଫେରି ଆସୁଥିବାର ଦେଖା ଯାଉଛି ।

ବନ୍ଧୁଗଣ ଏହା ମନୁଷ୍ୟକୁ ସଂପୂର୍ଣ୍ଣ ରୂପେ ଦୁର୍ବଳ କରିଦେଉଛି । ଏହା ଆମର ଶ୍ଵାସ କ୍ରିୟାକୁ ଗଭୀର ଭାବରେ ପ୍ରଭାବିତ କରୁଛି । ବନ୍ଧୁଗଣ କିଛି ଦିନ ପୂର୍ବରୁ ରିପୋର୍ଟ ଆସିଅଛି ଯେ କରୋନା ର ପାର୍ଶ୍ଵ ପରିବର୍ତନ ହେବାକୁ ଲାଗିଛି । ଏହା ମଣିଷର ଶରୀରକୁ ସଂପୂର୍ଣ୍ଣ ଭାବେ କଳା ପକାଇ ଦେଉଛି । ଚୀନ୍ ର ଦୁଇଜଣ ଡାକ୍ତର ଏହି ସଂକ୍ରମଣ ରେ ସଂପୂର୍ଣ୍ଣ ରୂପେ କଳା ପଡି ଯାଇଥିଲେ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଯେଉଁ ଖବର ସମ୍ବନ୍ଧରେ କହିବାକୁ ଯାଉଛୁ, ତାହା ହେଉଛି ଇଟାଲିର ।

ଇଟାଲିର ଜଣେ ଡାକ୍ତର ଙ୍କ ପାଖକୁ ୮୬ ବର୍ଷୀୟ ବୃଦ୍ଧା ମହିଳା ଜଣେ ନିଜକୁ ଚେକଅପ କରାଇବାକୁ ଯାଇଥିଲେ । ତାଙ୍କର ହାତର ୩ ଟି ଆଙ୍ଗୁଠି; ବିଶି ଆଙ୍ଗୁଠି, କାଣୀ ଆଙ୍ଗୁଠି, ଏବଂ ପରି ଆଙ୍ଗୁଠି ଏହି ୩ ଟି ଆଙ୍ଗୁଠି ତାଙ୍କର ସଂପୂର୍ଣ୍ଣ ଭାବରେ କଳା ପଡିଯାଇଥିଲା । ସେ ଦେଖିଲେ ଶରୀର ଠିକ ଅଛି ମାତ୍ର ହାତର ୩ଟି ଆଙ୍ଗୁଠି କଳା ପଡିବାର କାରଣ କଣ ଅଟେ ?

ତାଙ୍କର ଯେତେବେଳେ ପରୀକ୍ଷା କରାଗଲା ସେଥିରୁ ଜଣା ପଡିଲା ଯେ, ସେ କରୋନା ରେ ଆକ୍ରାନ୍ତ ଅଛନ୍ତି । ଏହି ମହାମାରୀରେ ଆକ୍ରାନ୍ତ ହେବା କାରଣରୁ ତାଙ୍କର ଶରୀର ଧୀରେ ଧୀରେ କଳା ପଡିବାରେ ଲାଗିଛି । ଏବଂ ଡାକ୍ତର କହିଲେ ଯେ, ଆଉ କିଛି ଦିନ ପରେ ତାଙ୍କର ସଂପୂର୍ଣ୍ଣ ଶରୀର କଳା ପଡିଯିବ ଏବଂ ତାଙ୍କୁ ବଞ୍ଚାଇବା କଷ୍ଟକର ହୋଇଯିବ । ସେଥିପାଇଁ ତାଙ୍କର ୩ଟି ଅଙ୍ଗୁଠିକୁ କାଟି ଦିଆଗଲା କାରଣ ଯଦି ଏପରି ନ ହୁଏ ତେବେ ତାଙ୍କର ସଂପୂର୍ଣ୍ଣ ଶରୀର ପାଇଁ ବିପଦ ଜନକ କଥା ସାବ୍ୟସ୍ଥ ହେବ ।

ବନ୍ଧୁଗଣ ବର୍ତମାନ ତାଙ୍କ ଜୀବନ ବଞ୍ଚିଯାଇଛି ମାତ୍ର ସବୁଦିନ ପାଇଁ ସେ ପଙ୍ଗୁ ହୋଇ ଯାଇଛନ୍ତି । ବନ୍ଧୁଗଣ ବୈଜ୍ଞାନିକ ସୂତ୍ରରୁ କରୋନା ର ପାଶ୍ଵ ପରିବର୍ତନ ହେବା କଥା ସୂଚନା ମିଳିଛି ଏଣୁ ବେଳ ଥାଉ ଥାଉ ସାବଧାନ ରହିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ ଯଦି ଅଧିକ କିଛି ସୂଚନା ଜାଣିବାର ଥାଏ ମହାମାରୀ ସମ୍ବନ୍ଦରେ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *