ପୁଣି ଇତିହାସ ଦୋହରାଇଲା ନକ୍ସଲବାଦି, ଏମିତି ଥିଲା ସେମାନଙ୍କ ଚକ୍ରବ୍ୟୁହ, ଯେଉଁଥିରେ ସହିଦ ହେଲେ 11 ଯବାନ

ନମସ୍କାର ବନ୍ଧୁଗଣ । ଆଜି ଏକ ଦୁଖଦ ଖବର ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଛତିଶଗଡ ର ତାନ୍ତିବଡା ଅନ୍ତର୍ଗତ ଆରଏନ ପୁର ଠାରେ ଆଇଏଡି ବ୍ଳାଷ୍ଟ କରି ଡିଆରଜି ଯବାନ ଙ୍କ ଗାଡିକୁ ନକ୍ସଲବାଦୀ ମାନେ ଉଡାଇ ଦେଇଛନ୍ତି । ଯେଉଁଥି ରେ 10 ଜଣ ଯବାନ ଙ୍କ ସହ ଜଣେ ଡ୍ରାଇଭର ସ-ହି-ଦ ହୋଇ ଯାଇଛନ୍ତି ।

ହେଲେ ଏତେ ବଡ ଆକ୍ରମଣ କରିବାରେ ନକ୍ସଲବାଦୀ ମାନେ କେମିତି ସଫଳ ହେଲେ ତାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଛତିଶଗଡ ର ନକ୍ସଲ ଙ୍କ ଉତ୍ପାତ କୁ ଦ୍ରୁଷ୍ଟି ରେ ରଖି ଅତିରିକ୍ତ ଫୋର୍ସ ମୁତୟନ କରା ଯାଇଥିଲା ।

ସବୁ ଦିନ ଭଳି ଆଜି ବି ଯବାନ ମାନେ କମିଙ୍ଗ ଅପରେସନ କରିଥିଲେ । ହେଲେ ରକ୍ତମୁଖା ପାଲଟି ଯାଇଥିବା ନକ୍ସଲ ମାନେ ପୂର୍ବ ରୁ ରାସ୍ତା ମଝିରେ ବିପୁଳ ପରିମାଣର ଆଇଏଡି ପୋତି ଦେଇଥିଲେ । କାରଣ ଅନେକ ଦିନ ହେବ ନକ୍ସଲ ମାନେ ନିଜର ଉପସ୍ଥିତି କୁ ଜାହିର କରିବା ପାଇଁ ସୁଯୋଗ ଖୋଜି ବୁଲୁଥିଲେ ।

ନକ୍ସଲ ଙ୍କ ବିରୁଦ୍ଧରେ ଉଗ୍ର ରୂପ ଧାରଣ କରିଥିବା ଡିଆରଜି ବା ଡିଶଟ୍ରିକ ରିଜର୍ଭ କାର୍ଡ ର ଗୋଟେ ଟିମ ଆରଏନପୁର ବାଟେ ଅପରେସନ ସାରି ଫେରୁଥିବା ବେଳେ ପୂର୍ବର ରୁ ଯୋଜନା ମୁତାବକ ଯବାନ ଙ୍କ ଭ୍ୟାନ କୁ ଉଡାଇ ଦିଆ ଯାଇଥିଲା । ରାସ୍ତା ମଝିରେ କେତେ ପରିମାଣର ବିସ୍ପୋରକ ସାମଗ୍ରୀ ପୋତା ଯାଇଥିଲା ତାହା ସୃଷ୍ଟି ହୋଇଥିବା ଗାତ ରୁ ହିଁ ଜଣା ପଡୁଛି ।

ଗାତ କୁ ଦେଖିଲେ ଜଣା ପଡୁଛି ନକ୍ସଲ ମାନେ ଏହି ଯୋଜନା ଅନେକ ଦିନ ଧରି ଚଲାଇ ଆସୁଥିଲେ । ସ-ହି-ଦ ହୋଇଥିବା 11 ଜଣ ଡିଆରଜି ଯବାନ ଙ୍କ ମଧ୍ୟରେ ଜଣେ ଡ୍ରାଇଭର ମଧ୍ୟ ରହିଛନ୍ତି । ବର୍ତ୍ତମାନ ସହିଦ ହୋଇଥିବା ଯବାନ ଙ୍କ ନାମ ଜାରି କରା ଯାଇଛି ।

ସ-ହି-ଦ ଯବାନ ମାନେ ହେଲେ ଯୋଗାସ ଶୋଢି, ମୁନାରାମ କୋଟତି, ସନ୍ତୋଷ ଦାମ, ଦୁଲଗୋ ମୁଣ୍ଡାବି, ଲକ୍ଷମୋ ମୁରଗଣ, ଯୋଗା କମାସୀ, ହରିରାମ ମଣ୍ଡାବି, ରାଜୁରାମ କର୍ତ୍ତମ, ଜୟରାମ ପୋଡିଆ, ଜଗଦୀଶ କବାସୀ ଓ ଡ୍ରାଇଭର ଧନିରାମ ୟାଦବ । ତେବେ ଏହି ଯବାନ ଙ୍କ ସହିଦ ହେବା ନେଇ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ପୁରା ଦେଶରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *