“The Great Khali” ଙ୍କ ସମ୍ପତ୍ତି କେତେ ? ଜାଣିଲେ ଆପଣଙ୍କ ହୋସ ଉଡିଥିବ

କୋଟି କୋଟି ଟଙ୍କାର ମାଲିକ ଗ୍ରେଟ ଖଲି ।  ଯୁବକ ଙ୍କୁ ଦେଉଛନ୍ତି ଟ୍ରେନିଙ୍ଗ । ହଁ ଦର୍ଶକ ବନ୍ଧୁ ଗ୍ରେଟ ଖଲି ଚେହେରା ଯେମିତି ଉଚ୍ଚତା ମଧ୍ୟ ସେମିତି । ସାଧାରଣ ଲୋକଙ୍କ ଠାରୁ ସେ ସଂପୂର୍ଣ୍ଣ ଭିନ୍ନ ଅଟନ୍ତି । କାରଣ ଜଣେ ସାଧାରଣ ମଣିଷ ଏତେ ଓଜନଦାର ଓ ଉଚ୍ଚ ହୋଇ ନ ଥାନ୍ତି । ହେଲେ ଗ୍ରେଟ ଖଲି ଙ୍କୁ ଦେଖିଲେ ଆପଣ ଅସାଧାରଣ ବୋଲି ମନେ କରିବେ ।

www ରେ ଖେଳି ଅଣ୍ଡର ଟେକର ଭଳି ବଡି ବିଲଡର ଙ୍କୁ ହରାଇବାର ଦକ୍ଷତା ରଖିଛନ୍ତି ଗ୍ରେଟ ଖଲି । କେବଳ ରେସଲିଙ୍ଗ ନୁହେଁ ସେ ଜଣେ ଅଭିନେତା ମଧ୍ୟ । ସେ ଅନେକ ଭାରତୀୟ ଫିଲ୍ମ ରେ ଅଭିନୟ ମଧ୍ୟ କରିଛନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ତାଙ୍କର ମୋଟ ସମ୍ପତି କେତେ ରହିଛି । ଗ୍ରେଟ ଖଲି ଙ୍କ ଅସଲି ନାମ ହେଉଛି ଦିଲ୍ଲୀ ସିଂ ରାଣା ।

1972 ମସିହା ଅଗଷ୍ଟ 27 ତରାଇଖ ରେ ହିମାଚଳ ପ୍ରଦେଶ ରେ ତାଙ୍କର ଜନ୍ମ ହୋଇଥିଲା । ସେ www କି ଯିବା ପୂର୍ବରୁ ପଞ୍ଜାବ ପୋଲିସରେ ଚାକିରି କରିଥିଲେ । ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବାରୁ 12 ବର୍ଷ ବୟସରେ ସ୍କୁଲ ନ ଯାଇ ସେ ମୂଲ ଲାଗୁଥିଲେ । 90 ଦଶକ ରେ ସେ ହିମାଚଳ ପ୍ରଦେଶ ଛାଡି ପଞ୍ଜାବ ଚାଲି ଆସିଥିଲେ ।

ସେତେବେଳେ ତାଙ୍କର ଉଚ୍ଚତା ଓ ଚେହେରା ପାଇଁ ତାଙ୍କୁ ପୋଲିସ ଚାକିରି ଅଫର କରା ଯାଇଥିଲା । ଏହା ପରେ ସେ ଚାକିରି ଛାଡି www ରେ ପ୍ରବେଶ କରିଥିଲେ । ହେଲେ ଆଜି କୋଟି କୋଟି ଟଙ୍କାର ମାଲିକ ଗ୍ରେଟ ଖଲି । ତାଙ୍କର ସମୁଦାୟ ସମ୍ପତି ହେଉଛି 6 ମିଲିୟନ ଡଲାର । ପାଖା ପାଖି 49 କୋଟି ଟଙ୍କା ।

6 ମିଲିୟନ ଡଲାର ରୁ ଖାଲି 2.2 ମିଲିୟନ ଡଲାର ସେ ବ୍ରାଣ୍ଡ ଆମ୍ବାସିଡର ରୁ ରୋଜଗାର କରିଥାନ୍ତି । ସେ ଅମ୍ବୁଜା ସିମେଣ୍ଟ ଓ ମିଠେନ ଷ୍ଟିଲ ର ବ୍ରାଣ୍ଡ ଆମ୍ବାସିଡର ରହିଛନ୍ତି । ଏହା ସହ ସେ ହିମାଚଳ ସରକାର ଙ୍କ ଦ୍ଵାରା ପରିଚାଳନ ର କ୍ୟାମ୍ପେନ ହିମାଚଳ ପ୍ରଦେଶ ପ୍ଲାଷ୍ଟିକ ର ବ୍ରାଣ୍ଡ ଆମ୍ବାସିଡର ରହିଛନ୍ତି । ଖଲି ଏବେ www ମଧ୍ୟ ଛାଡି ସାରିଛନ୍ତି ।

ସେ 2014 ରେ ଶେଷ ଥର ପାଇଁ ରିଙ୍ଗ କୁ ଓଲହାଇ ଥିଲେ । ଭାରତ ଆସିବା ପରେ ସେ ନିଜର ଏକ ରେସଲିଙ୍ଗ ଏକାଡେମି ଖୋଲି ଥିଲେ । ଏକାଡେମି ଟି ଜଳନ୍ଧର ର କାନ୍ଦଲିବାଲ ଗାଁ ରେ ଖୋଲି ଛନ୍ତି । ସେଠାରେ ସେ 400 ରୁ ଅଧିକ ଯୁବକ ମାନଙ୍କୁ ରେସଲିଙ୍ଗ ଟ୍ରେନିଙ୍ଗ ଦେଉଛନ୍ତି ।

ସେ ନିଜର ଏକ ୟୂଟ୍ଯୂବ ଚ୍ଯାନେଲ କରି ରେସଲିଙ୍ଗ ର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଏହା ସହ ପଞ୍ଜାବ ରେ ଖଲି ଙ୍କର ଅନେକ ଢାବା ମଧ୍ୟ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଗ୍ରେଟ ଖଲି ଙ୍କ ଜୀବନ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *