ଡାକ୍ତର Sumitଙ୍କୁ ଫେରି ପାଇବା ପାଇଁ ପୁଣି ମୂଳରୁ ଆରମ୍ଭ ହେଲା Tapaswiniଙ୍କ ଲଢେଇ

ବହୁ ଚର୍ଚ୍ଚିତ ବ୍ରହ୍ମପୁରର ବୋହୁ ତପସ୍ଵିନୀ ଦାସଙ୍କ ମାମଲାରେ ଆସିଛି ନୂଆ ମୋଡ । ସୂଚନା ଅନୁସାରେ ତପସ୍ଵିନୀ ପୁଣି ଥରେ ନିଜ ଲଢେଇ ଆରମ୍ଭ କରିବେ ନିଜର ଶଙ୍ଖା ସିନ୍ଦୁର ଓ ପରିବାରକୁ ଫେରିବା ପାଇଁ । ପୁଣି ଥରେ କୋର୍ଟର ଦ୍ଵାରସ୍ଥ ହେବେ ତପସ୍ଵିନୀ । ଅନ୍ୟ କ୍ଷେତ୍ରରେ ସ୍ଡାକ୍ଟର ସୁମିତା ନିଜେ କୁଆଡେ ପଳାଇ ଯାଇ ନିଜର ଓକିଲଙ୍କ ଜରିଆରେ ଖବର ଜଣାଉଛନ୍ତି । ତେବେ ତପସ୍ଵିନୀଙ୍କୁ ବୋଧ ହୁଏ ଗେଷ୍ଟ ହାଉସର ଭଡା ଦେବାକୁ ପଡିପାରେ ।

ସୁମିତ ନିଜର ଫୋନ ବନ୍ଦ କରି ରଖିଛନ୍ତି । ଯଦି ସେ ଅନଲାଇନ ପଇସା ପଠାଇବେ ତେବେ ତାଙ୍କୁ ଫୋନ ଅନ କରିବାକୁ ପଡିବ । ଅନ୍ୟ ପକ୍ଷରେ କିଭଳି ତପସ୍ଵିନୀ ଗେଷ୍ଟ ହାଉସରୁ ଟଙ୍କା ପଇଠ କରି ଛାଡିବେ । ସୋମବାର ଦିନ ତପସ୍ଵୀନି କୋର୍ଟ ଯିବେ ବୋଲି ମନସ୍ଥ କରିଛନ୍ତି । ମାନସିକ ନି-ର୍ଯ୍ୟା-ତ-ନା ଦେଇ ତପସ୍ଵିନୀଙ୍କୁ ଏମିତି ମୋଡରେ ଠିଆ କରିବା ପଛରେ କଣ ସୁମିତଙ୍କର ଯୋଗଦାନ ନାହି ତାହା ଏବେ ପ୍ରଶ୍ନ ଉଠୁଛି ।

ଆଇନଗତ ଭାବେ ତପସ୍ଵିନୀ ସୁମିତଙ୍କ ସ୍ତ୍ରୀ ହୋଇଥିବାରୁ ତାଙ୍କୁ ରାସ୍ତା ମଝିରେ ଏମିତି ଛାଡି ଚାଲିଯିବା କେଉଁ ସ୍ଵାମୀଙ୍କୁ ସୋଭା ଦିଏ ତାହା ପ୍ରଶ୍ନ ଉଠୁଛି । ଯେଉଁ ସାହସ ନେଇ ତପସ୍ଵିନୀ ସିନ୍ଦୁର ପାଇଁ ଲଢେଇ ଲଢୁଛନ୍ତି ସୁମିତ ସେତିକି ସ୍ପଷ୍ଟବାଦି ହୋଇପାରୁ ନାହାନ୍ତି । ସୁମିତଙ୍କ ଓକିଲ କହିଛନ୍ତି ଯେ ୭ ଦିନ ଏକାଠି ରହିବା ସମୟରେ ତପସ୍ଵିନୀଙ୍କ ସହ ସୁମିତ କଥା ହୋଇ ନାହାନ୍ତି । ତେଣୁ ତାଙ୍କୁ ଛାଡିଯିବା କଥା ଉଚିତ କହିବାକୁ ମନେ କରି ନାହାନ୍ତି ସୁମିତ ବୋଲି ଓକିଲ କହିଛନ୍ତି ।

ସୁମିତା କଣ ଗୋଟେ ମ୍ଯାସେଜ ବା ଚିଠି ଲେଖିପାରିଲେ ନାହି କି ସେ କେତେ ଦିନ ପାଇଁ ଯାଉଛନ୍ତି ଓ କେବେ ଫେରିବେ । କେହି କାହା ସହ ରହିବା ପାଇଁ ବାଧ୍ୟ କରିପାରିବେ ନାହି । କିନ୍ତୁ ସୁମିତ କୋର୍ଟର ଆଦେଶ ଅନୁଯାୟୀ ତପସ୍ଵୀନିଙ୍କ ହାତ ଧରି ଗେସ୍ଟ ହାଉସ ଆସିଥିଲେ । ତେବେ ଘରୁ ଯିବା ସମୟରେ ଦୁହେଁ ଏକାଠି କାହିଁକି ବାହାରିଲେ ନାହି ତାହା ପ୍ରଶ୍ନ ସାଜିଛି ।

ଘରଭଡା ଖୋଜିବା ପାଇଁ ଆସି ସୁମିତଙ୍କର ଦେହ ଖରାପ ହୋଇଛି ବୋଲି ଯୁକ୍ତି ବାଢିଛନ୍ତି ସୁମିତଙ୍କ ଓକିଲ । ନିଜକୁ ନ୍ୟାୟିକ ଭାବେ ଠିକ ରଖିବା ପାଇଁ ଓକିଲଙ୍କ ମାଧ୍ୟମରେ ଏପରି ଯୁକ୍ତି ରଖିଛନ୍ତି ଡାକ୍ତର ସୁନିତା । କୋର୍ଟର ସମୟ ସୀମା ସରିବା ପରେ ଏପରି ଦୂ-ର୍ଘ-ଟ-ଣା ଘଟିଛି । ତେବେ ଆସନ୍ତା ୧୭ ତାରିଖରେ ହେଉବାକୁ ଥିବା ଶୁଣାଣିର ଅପେକ୍ଷାରେ ଅଛନ୍ତି ତପସ୍ଵିନୀ ।

ତେବେ କଣ ତପସ୍ଵିନୀ ନିଜର ପୂର୍ବ ସ୍ଥାନକୁ ଯାଇ ପୁଣି ଧାରଣାରେ ବସିବେ ନାଁ କୋର୍ଟର ସାହାରା ନେବେ ନାଁ ପୋଲିସ ସାହାଯ୍ୟରେ ଶାଶୁଘରକୁ ଏଣ୍ଟ୍ରି କରିବେ ତାହା ଦେଖିବା ବାକି ରହିଲା । ଆଜି ତପସ୍ଵିନୀ ସେହି ଜାଗାରେ ଅଛନ୍ତି ଯେଉଁଠାରେ ନିଜର ସଂଘର୍ଷ ଆରମ୍ଭ କରିଥିଲେ । ସୁମୀ ପୁଣି ଥରେ ତାଙ୍କ ସହ ଏକାଠି ରହିବା ପାଇଁ ପ୍ରତିଶ୍ରୁତି ଦେଇ ଛାଡି ଚାଲି ଯାଇଛନ୍ତି ।

ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *