ଆଜି ପୁଣି ଏତେ ଶସ୍ତା ହେଲା ସୁନା, 6 ଦିନ ହେବ ଲଗାତର କମୁଛି ସୁନା ଦାମ, ଦେଖନ୍ତୁ ଆଜିର Gold Rate

ସୁନା ଜିନିଷ ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ । ଲୋକ ମାନେ ଚାହିଁ ବସିଥାନ୍ତି ବସିଥାନ୍ତି କେବେ ସୁନାର ରେଟ କମିଲେ ସୁନା କିଣିବେ । କିନ୍ତୁ ଏବେ ସତରେ ଆସିଯାଇଛି ଭଲ ସମୟ ଏବେ ସୁନାର ରେଟ ବହୁତ ମାତ୍ରାରେ କମ ହୋଇଯାଇଛି ।

ଆଜି ମଧ୍ୟ ସୁନା ଆଉ ର୍ପର ଦର ବହୁତ ହ୍ରାସ ପାଇଛି । ଗତ କିଛି ଦିନ ହେବ ସୁନାର ଦରରେ ହ୍ରାସ ଘଟିଛି । ଆଜି ଲଗାତର ୬ ଦିନ ପାଇଁ ସୁନାର ଦର ହ୍ରାସ ପାଇଛି । ଆଜି ଏମ ସିଏକ୍ସ ରେ ସୁନାର ଓ ରୂପାର ଦୁଇଟି ଜକରେ ଦର ହ୍ରାସ ପାଇଛି ।


ଆଜି ଏମସୀ ଏକ୍ସରେ ସୁନାର ଦାମ ୦.୨୦ ପ୍ରତିଶତ ହ୍ରାସରେ ବ୍ୟବସାୟ ଚାଲିଛି । ସେହିପରି ରୂପାର ଦାମ ମଧ୍ୟ ଆଜି ୦.୦୨ ପ୍ରତିଶତ ହ୍ରାସ ପାଇଛି । ଗତକାଲି ମଧ୍ୟ ସୁନା ରୂପ ଦର ହ୍ରାସ ପାଇଥିଲା । ଆଜି ଏମସିଏକ୍ସ ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୦ ପ୍ରତିଶତ ହ୍ରାସ ପାଇ ୪୭,୫୪୧ ଟଙ୍କାରେ ବ୍ୟବସାୟ ଚାଲିଥିବା ବେଳେ ରୂପା ପ୍ରତି କିଲୋଗ୍ରାମକୁ ୦.୦୨ ପ୍ରତିଶତ କମ ପାଇଁ ୬୭,୩୬୦ କାରବାର ଚାଲିଛି ।

ଗତବର୍ଷ ଏମସିଏକ୍ସ ରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କାରେ କାରବାର ଚାଲିଛି ଏବେ ବହୁତ ଶସ୍ତାରେ ମିଳୁଛି ସୁନା ମାନେ ୮,୫୦୦ ଶସ୍ତା ହୋଇଛି । ଆଜି ୨୪ କ୍ୟାରେଟ ସୁନାର ପ୍ରତି ୧୦ ଗ୍ରାମକୁ ୪୭,୮୭୦ ଟଙ୍କା ଆଉ ରୂପା ଦର କିଲୋ ପ୍ରତି ୬୭,୪୦୦ ଟଙ୍କା ରହିଛି । ଓଡିଶାର ରାଜଧାନୀ ଭୁବନେଶ୍ଵର ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୬,୯୨୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୯,୧୩୦ ଟଙ୍କା ଅଟେ ।

ଯଦି ଆପଣ ସୁନାର ଶୁଦ୍ଧତା ଜାଣିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ‘ବିଆଇଏସ କେୟାର ଆପ’ ରେ ସୁନାର ଶୁଦ୍ଧତା ପରୀକ୍ଷା କରିପାରିବ । ଖାଲି ଆପ ମାଧ୍ୟମରେ ସୁନାର ଶୁଦ୍ଧତା ଜାଣିବା ସହ ଆଉ ମଧ୍ୟ ବହୁତ ଫାଇଦା ରହିଛି ଏହା ମାଧ୍ୟମରେ ସୁନା ସହିତ କୌଣସି ଜିନିଷକୁ ନେଇ ମଧ୍ୟ ଅଭିଯୋଗ କରିପାରିବେ । ଏମିତି ଆହୁରି ଭଲ ଭଲ ନ୍ଯୁଜ ଜାଣିବା ପାଇଁ ଏହି ଲେଖାକୁ ଲାଇକ ଆଉ ସେୟାର କରନ୍ତୁ ଆମ ସହିତ ଏମିତି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *