ବର୍ତମାନ ପର୍ଯ୍ୟନ୍ତ ବହୁତ ରାମାୟଣ ଟିବିରେ ଆସିଲା କିନ୍ତୁ ରାମାନନ୍ଦ ସାଗର ଭଳି ରାମାନୟନ ଲୋକ ପ୍ରିୟତା ଅନ୍ୟ କୌଣସି ରାମାୟଣ ପାଇଲା ନାହିଁ, ରାମାନନ୍ଦ ସାଗର ରାମାୟଣ ଯେତେବେଳେ ବାହାରିଥିଲା ସେତେବେଳେ ସମସ୍ତଙ୍କ ଘରେ ଟିବି ନଥିଲା କିନ୍ତୁ ଯାହା ଘରେ ଟିବି ରହୁଥିଲା ତାଙ୍କ ଘରେ ରାମାୟଣ ସମୟରେ ମେଳା ଲାଗି ଯାଉଥିଲା । ଲୋକ ଏହି ରାମାୟଣ କଳାକାରମାନଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ଏହି କଳାକାର ମାନେ ମଧ୍ୟ ନିଜ ପରିଶ୍ରମ ଦ୍ଵାରା ଲୋକଙ୍କ ଭାବନାକୁ ସନ୍ତୁଷ୍ଟ କରୁଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏହି ରାମାୟଣ କିଛି କଳାକାର ମାନଙ୍କ ଛୁଆଙ୍କ ବିଷୟରେ କହିବାକୁ ଯାଉଛୁ ।
ଅରବିନ୍ଦ ତ୍ରିବେଦୀ :
ଅରବିନ୍ଦ ତ୍ରିବେଦୀ ରାମାୟଣରେ ଲଙ୍କା ପତି ରାବଣ ଅଭିନୟ କରିଥିଲେ ତାଙ୍କ ଅଭିନୟ ଲୋକଙ୍କୁ ଏତେ ଭଲ ଲାଗିଲା ଯେ ଲୋକ ଜୀବନ ସାରା ଅରବିନ୍ଦଙ୍କୁ ରାବଣ ମାନିଲେ ତାଙ୍କର ତିନୋଟି ଝିଅ ଅଛନ୍ତି ଏବଂ ୩ ଜଣ ଲାଇମ ଲାଇଟ ଠାରୁ ବହୁତ ଦୂରରେ ଅଛନ୍ତି ।
ମୂଲରାଜ ରାଜଦା :
ମୂଲରାଜ ରାମାୟଣରେ ଜନକ ରାଜ ମାତା ସିତାଙ୍କ ପିତା ରୂପରେ ଅଭିନୟ କରିଥିଲେ ତାଙ୍କ ଅଭିନୟ ମଧ୍ୟ ଲୋକଙ୍କୁ ବହୁତ ପ୍ରଭାବିତ କରିଥିଲା ଗୋଟେ ପିତାର କଣ କରତବ୍ୟ ଏବଂ ସୀମା ତାହା ସେ ବହୁତ ଭଲରେ ଲୋକଙ୍କୁ ବୁଝେଇ ପାରିଥିଲେ ତେବେ ତାଙ୍କ ପୁଅ ନାମ ସମୀର ରାଜଦା ଅଟେ ।
ଯିଏ ରାମାୟଣରେ ଶତ୍ରୁଘନ ରାମଙ୍କ ଭାଇ ଅଭିନୟ କରିଥିଲେ ଏବଂ ନିଜ ଅଭିନୟ ପାଇଁ ପ୍ରଶଂସା ପାତ୍ର ହୋଇଥିଲେ । ସମୀର ରାଜଦା ବହୁତ ଗୁଜୁରାତି ଚଳଚିତ୍ରରେ କାମ କରିଥିଲେ କିନ୍ତୁ ରାମାୟଣ ଭଳି ପ୍ରସିଦ୍ଧି ତାଙ୍କୁ ଅନ୍ୟ କେଉଁ ଜାଗାରେ ପ୍ରାପ୍ତ ହେଲା ନାହିଁ ।
ଦାରା ସିଂହ :
ରାମାନନ୍ଦ ସାଗର ରାମାୟଣରେ ଦାରା ସିଂହ ସବୁଠାରୁ ମହତ୍ଵପୂର୍ଣ ଅଭିନୟ କରିଥିଲେ, ଦାରା ସିଂହ ହନୁମାନଙ୍କ ଅଭିନୟ କରିଥିଲେ ତାଙ୍କ ୩ଟି ପୁଅ ଅଛନ୍ତି ବିନ୍ଦୁ ଦାରା ସିଂହ, ପ୍ରଦ୍ଯୁମନ ରନ୍ଧାବା ଓ ଅମ୍ରିକ ସିଂହ ରନ୍ଧାବା ଅଟେ ତେବେ ବିନ୍ଦୁ ଏବଂ ପ୍ରଦ୍ଯୁମନ ସିଂହ ରନ୍ଧାବା ଫିଲ୍ମରେ କାମ କରିବା ପସନ୍ଦ କରନ୍ତି ଏବଂ କାମ ମଧ୍ୟ କରନ୍ତି ତେବେ ଅମ୍ରିକ ସିଂହ ଯିଏ ସବା ସାନ ଭାଇ ସେ ଗୋଟେ ପ୍ରୋଡ୍ଯୁସାର ଅଟନ୍ତି ଏବଂ ଫିଲ୍ମ ପ୍ରଡକସନ ଦେଖନ୍ତି ।
ଅରୁନ ଗୋବିଲ :
ଭଗବାନ ରାମଙ୍କ ଅଭିନୟ ଅରୁନ ଗୋବିଲ କରିଥିଲେ ଏବଂ ଏତେ ସୁନ୍ଦର ଭାବରେ କରିଥିଲେ ଯେମିତି ଆଜି ପର୍ଯ୍ୟନ୍ତ ଅନ୍ୟ କେହି କରି ପାରି ନାହାନ୍ତି, ତାଙ୍କର ଗୋଟେ ଝିଅ ଏବଂ ଗୋଟେ ପୁଅ ଅଛନ୍ତି ଝିଅ ଗୋଟେ ବଡ କମ୍ପାନୀରେ ଜବ କରନ୍ତି ଏବଂ ପୁଅ ବହୁତ ବଡ ବୀଜନେସମ୍ୟାନ ଅଛନ୍ତି ଝିଅ ନାମ ସୋନିକା ଅଟେ ଏବଂ ପୁଅ ନାମ ଅମଲ ଗୋବିଲ ଅଟେ ।
ଦୀପିକା ଚିକଲିଆ :
ଦୀପିକା ରାମାୟଣରେ ସୀତା ମାତାଙ୍କ ଅଭିନୟ କରିଥିଲେ ତାଙ୍କ ଅଭିନୟ ଏତେ ଭଲ ଥିଲା ଯେ ଲୋକ ତାଙ୍କୁ ବହୁତ ପସନ୍ଦ କରିବା ଆରମ୍ଭ କରିଥିଲେ ତେବେ ତାଙ୍କର ଦୁଇଟି ଝିଅ ଅଛନ୍ତି ଜୁହୀ ଓ ନିଧି ଅଟନ୍ତି ଦୁହେଁ ପାଠ ପଢୁଛନ୍ତି ଓ ଅଭିନୟ କରିବା ପାଇଁ ତାଙ୍କର ବହୁତ ଇଛା