ଛୋଟ ଛୁଆ ସହ ଭାଇରାଲ ହେଉଛି Rashi Khannaଙ୍କ ଏହି Video

ଅଭିନେତ୍ରୀମାନେ ଆଜିକାଲି ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି । ସେମାନେ ପ୍ରାୟତଃ ସବୁବେଳେ ନିଜର କୌଣସି ନା କୌଣସି ଭିଡିଓ ଓ ଫଟୋ ଶେୟାର କରିଥାନ୍ତି । ବେଳେ ବେଳେ ଏହା ମଧ୍ୟରୁ ଏମିତି କିଛି ଭିଡିଓ ଓ ଫଟୋ ଥାଏ ଯାହାକି ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତାକୁ ସମସ୍ତେ ପସନ୍ଦ ବି କରନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ଅଭିନେତ୍ରୀଙ୍କ ଭାଇରାଲ ଭିଡିଓ ନେଇ ଆସିଛୁ ।

ଯାହାକି ସମସ୍ତଙ୍କୁ ବହୁତ ଭଲ ଲାଗୁଛି । କହିବାକୁ ଗଲେ ଏହି ଭିଡିଓରେ ଯେଉଁ ଅଭିନେତ୍ରୀ ନଜର ଆସୁଛନ୍ତି ସେ ହେଉଛନ୍ତି ରାଶି ଖନ୍ନା । ରାଶି ଖନ୍ନା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ତେଲୁଗୁ ଓ ତାମିଲ ଭାଷାରେ ବହୁତ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପରେ ଅଭିନୟ କରିସାରିଛନ୍ତି ।

କହିଦେଉଛୁ କି ୨୦୧୩ରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହା ପର ଠାରୁ ସେ ଲଗାତାର ଫିଲ୍ମରେ କାମ କରୁଛନ୍ତି । ତାଙ୍କର ପ୍ରାୟତଃ ଫିଲ୍ମ ହିଟ ମଧ୍ୟ ହୋଇଛି । ଏହା ଛଡା ସେ କେତେକ ଫିଲ୍ମରେ ଗୀତ ମଧ୍ୟ ଗାଇଛନ୍ତି । ଯଦି ଭିଡିଓ ବିଷୟରେ କହିବା ତେବେ ସେ ଏହି ଭିଡିଓରେ ଗୋଟିଏ ଛୋଟ ପିଲାକୁ ନିଜ କୋଳରେ ବସାଇ ଗେଲ କରୁଛନ୍ତି । ରାଶି ଖନ୍ନା ସେହି ପିଲାର ଗାଲରେ କିସ କରୁଛନ୍ତି ତ ଛୋଟ ପିଲାଟି ବି ରାଶି ଖନ୍ନାଙ୍କ ଗାଲକୁ କିସ କରୁଛି ।

ଛୋଟ ପିଲାଟି ଲାଜେଇ ଯାଉଛି । ଏହାକୁ ଦେଖି ରାଶି ଖନ୍ନା ହସିବାକୁ ଲାଗୁଛନ୍ତି । କହିବାକୁ ଗଲେ ଏହି ମୂହୁର୍ତ୍ତକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ସହ ଲୋକମାନେ ଏହି ଭିଡିଓରେ ବହୁତ କମେଣ୍ଟ ବି କରୁଛନ୍ତି । ଯଦି ରାଶି ଖନ୍ନାଙ୍କ ଫିଲ୍ମ ବିଷୟରେ କହିବା ତେବେ ତାଙ୍କର ଫିଲ୍ମ ୱାର୍ଲ୍ଡ ଫେମସ ଲଭର ବହୁତ ହିଟ ହୋଇଥିଲା ।

ଏଥିରେ ସେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ସହ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସିଥିଲେ । କହିଦେଉଛୁ କି ଆସନ୍ତା ବର୍ଷ ସେ ଅନ୍ୟ କେତେକ ଫିଲ୍ମରେ ନଜର ଆସିବେ । ଯାହାର କି ଶୁଟିଙ୍ଗରେ ସେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *