ରବିବାର ଦିନ ଖାଆନ୍ତୁ ନାହିଁ ଏହି ଜିନିଷ, କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ହୋଇଯିବେ ବର୍ବାଦ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ସୌର ମଣ୍ଡଳ ର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟ ଦେବ ଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି । ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀ ରେ କୌଣସି ନା କୌଣସି ଗ୍ରହ ର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଏଥିପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ ଯେପରି ଆମ ଗ୍ରହ ସର୍ବଦା ଶାନ୍ତ ରହୁ ବୋଲି । ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବ ଙ୍କ ଆରାଧନା କରିଥାଉ ।

କିନ୍ତୁ ଯେତେବେଳେ ରବିବାର ଦିନ ର କଥା ଉଠିଥାଏ ତେବେ ଆମେ ସେହି ଦିନକୁ କେବଳ ଛୁଟି ର ଦିନ ବୋଲି ଭାବି ଆରାମ କରିଥାଉ । ରବିବାର ଦିନ ସୂର୍ଯ୍ୟ ଦେବ ଙ୍କ ବାର ବୋଲି ମାନା ଯାଇଥାଏ । କିନ୍ତୁ ଆମେ ଏହି ଦିନ ଛୁଟି ଦିନ ଭାବି କିଛି ଅନୁଚିତ କାର୍ଯ୍ୟ କରିଥାଉ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଯାହା ରବିବାର ଦିନ କରିବା ଆଦୋୖ ଉଚିତ ହୋଇନଥାଏ ଏବଂ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ପ୍ରଥମେ ଜାଣିବା ରବିବାର ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ ।

୧. ବନ୍ଧୁଗଣ ପ୍ରଥମତଃ, ରବିବାର ଦିନ କେବେବି ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ ।  ଏପରି କରିବା ଦ୍ୱାରା ଅନିଷ୍ଠ ହୋଇଥାଏ । ଯଦି ଆପଣ ଚାହିଁବେ ତେବେ ଏହି ଦିନ ଓସ୍ତ ଗଛ ମୂଳରେ ଘିଅ ଦୀପ ଲଗାଇ ପାରିବେ ଅଥବା ଧୂପ ଦୀପ ଲଗାଇ ପାରିବେ । କିନ୍ତୁ ଏହି ଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରିବା ଆଦୋୖ ଉଚିତ ନୁହେଁ ।


୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରାୟତଃ ବ୍ୟକ୍ତି ରବିବାର ଦିନ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାନ୍ତି । କିନ୍ତୁ ଯଦି ଆପଣ ସୂର୍ଯ୍ୟ ଦେବ ଙ୍କ କୃପାଦୃଷ୍ଟି ଲାଭ କରିବାକୁ ଚାହୁଁଛନ୍ତି ତେବେ, ରବିବାର ଦିନ ସୂର୍ଯୋଦାୟ ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ ଏବଂ ସ୍ନାନ କରନ୍ତୁ । ଏହାପରେ ଏକ ତମ୍ବା ର ଲୋଟା ରେ ଚାଉଳ ଓ କୁମକୁମ ର ଜଳ କୁ ସୂର୍ଯ୍ୟ ଦେବ ଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ସୂର୍ଯ୍ୟଦେବ ଙ୍କ ଆଶୀର୍ବାଦ ଅବଶ୍ୟ ପ୍ରାପ୍ତ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ରବିବାର ଦିନ କେବେବି କେଶ କାଟନ୍ତୁ ନାହିଁ ଅଥବା କେଶରେ ତେଲ ଲଗାନ୍ତୁ ନାହିଁ । ଏହା ଅନୁଚିତ ଅଟେ । ଏହା ସହିତ ସୂର୍ଯ୍ୟ ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଆପଣ ସୂର୍ଯ୍ୟଦେବ ଙ୍କୁ ରାଶି ତେଲ ଅବଶ୍ୟ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଠାରୁ ଆପଣ ମୁକ୍ତି ପାଇ ପାରିବେ ।

ବର୍ତ୍ତମାନ ଜାଣିବା ରବିବାର ଦିନ କେଉଁ ଜିନିଷ ଖାଇବା ଉଚିତ ନୁହେଁ ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ‘ମସୁର ଡାଲି’ । ଶାସ୍ତ୍ର ଅନୁସାରେ ରବିବାର ଦିନ ମସୁର ଡାଲି ଖାଇବା ଆଦୋୖ ଉଚିତ ନୁହେଁ । ଏହାକୁ ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀ ରେ ଦେଖା ଯାଇଥାଏ । ରବିବାର ସୂର୍ଯ୍ୟ ଦେବ ଙ୍କ ଦିନ ଅଟେ । ତେଣୁ ସୂର୍ଯ୍ୟ ଦେବ ଙ୍କ ଉପାସକ ମାନେ ଏହି ଦିନ ମସୁର ଡାଲି ଖାଇବା ଅନୁଚିତ ଅଟେ ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ପିଆଜ ଓ ରସୁଣ’ । ଏହା ତାମସିକ ଭୋଜନ ଅଟେ । ତେଣୁ ଏହି ଦିନ ପିଆଜ ଓ ରସୁଣ ର ସେବନ କରିବା ଅନୁଚିତ । ଏହା ସହିତ ‘ନାଲି ଶାଗ’ ମଧ୍ୟ ସେବନ କରିବା ଉଚିତ ନୁହେଁ । କାରଣ ଏହା ଶୀଘ୍ର ଉଠି ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ଅଳ୍ପ ଆୟୁ ଥିବା ଏହି ଶାଗ ର ସେବନ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ ।


୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ମାଛ’ । ଶାସ୍ତ୍ର ଅନୁସାରେ ଆମିଷ ର ସେବନ କୁ ସମ୍ପୂର୍ଣ୍ଣ ରୂପରେ ଅନୁଚିତ ବୋଲି କୁହା ଯାଇଛି । କିନ୍ତୁ ଯେଉଁ ବ୍ୟକ୍ତି ଆମିଷ ଖାଆନ୍ତି, ସେମାନେ ରବିବାର ଦିନ ମାଛର ସେବନ କରନ୍ତୁ ନାହିଁ ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ରାଶି ତେଲ’ । ରବିବାର ଦିନ ସୂର୍ଯ୍ୟ ଦେବ ଙ୍କୁ ରାଶି ତେଲ ଅର୍ପଣ କରନ୍ତୁ କିନ୍ତୁ କୌଣସି ଭୋଜନ ରେ ଏହାର ଉପଯୋଗ ବା ସେବନ କରନ୍ତୁ ନାହିଁ । ଯଦି ଆପଣ ସୁସ୍ଥ ଓ ନିରୋଗ ରହିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଲୁଣ ଓ ରାଶିତେଲ ଭୋଜନ ରେ ଉପଯୋଗ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *