ଏମିତି କିଏ ମଣିଷ ଅଛି ଯାହା ଜୀବନରେ କିଛି ବି ସମସ୍ୟା ନାହିଁ ,ଆମ ସମସ୍ତଙ୍କ ଜୀବନରେ ସମସ୍ଯା ଆସିଥାଏ ଆପଣ ଗରିବ ହୁଅନ୍ତୁ କି ଧନୀ ଏବଂ ଏହା ସମୟ ସମୟରେ ମଣିଷର ପରୀକ୍ଷା ନେଇଥାଏ । କୁହାଯାଏକି ଯଦି ଆମ ଜୀବନରେ ସମସ୍ଯା ହୋଇନଥାଏ ତାହେଲେ ଆମେ ଜୀବନର ଖୁସିକୁ ଜାଣି ପାରିବା ନାହିଁ । କେବେ କେବେ କିଛି ସମସ୍ୟା ଗ୍ରହ ଦୋଷରୁ ହୋଇଥାଏ ଯାହାକୁ ଠିକ ସମୟରେ ସଠିକ ଉପାୟ ଦ୍ଵାରା ଦୂର କରାଯାଇଥାଏ ।
ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟାକୁ ଦୂର କରି ପାରିବେ ଏବଂ ଆପଣ ସୁଖ ପୂର୍ବକ ଜୀବନ ବିତାଇ ପାରିବେ ।
ରବିବାରରେ ଦାନ କରିବା ବହୁତ ଭଲ ହୋଇଥାଏ ବୋଲି କୁହାଯାଏ । ଯଦି ଆପଣ ରବିବାର ଦିନ କେଉଁ ଗରିବ ଲୋକକୁ ଭୋଜନ କରିବାକୁ ଦିଅନ୍ତି ଏହା ଦ୍ଵାରା ଆପଣଙ୍କୁ ବହୁତ ପୂନ୍ୟ ମିଳିଥାଏ ଏହା କରିବା ଦ୍ଵାରା ଆପଣଙ୍କର ଦୋଷ ମଧ୍ୟ ଦୂର ହୋଇଥାଏ ।
ଜୋତିଷ ଓ ପୁରାଣ ଅନୁସାରେ ପ୍ରତି ରବିବାର ଦିନ ସୂର୍ୟଙ୍କୁ ପୂଜା କରିବା ଉଚିତ । ରବିବାର ସୁର୍ୟଙ୍କ ଦିନ ହୋଇଥାଏ ଏହି ଦିନ ଯଦି ଆପଣ ନିୟମିତ ରୂପେ ଭଗବାଙ୍କୁ ପୂଜା କରିବେ ତାହେଲେ ସୂର୍ୟ ଦେବତା ଆପଣଙ୍କୁ ଆଶୀର୍ବାଦ କରିବେ ଏବଂ ଏହି ଦିନ ଭକ୍ତଙ୍କୁ ବହୁତ ଲାଭ ମିଳିଥାଏ । ଶାସ୍ତ୍ରରେ କୁହାଯାଇଛି କି ଯଦି ଆପଣ ସକାଳୁ ଉଠି ସୂର୍ଯ ଦେବତାଙ୍କୁ ପୂଜା କରିବେ ତାହେଲେ ଆପଣଙ୍କୁ ବହୁତ ଲାଭ ମିଳିବ ଏବଂ ଏହା ସହିତ ଆପଣଙ୍କ ଭାଗ୍ୟ ବି ଖୋଲି ଯାଇଥାଏ ।
ରବିବାର ଦିନ ଯଦି ଆପଣ ଗରିବ ମାନଙ୍କୁ ରସ ବାସନ ସହିତ କିଛି ଖାଦ୍ଯ ଦାନ କରନ୍ତି ଏବଂ ଏହା ସହ ଚନ୍ଦନ ଦାନ କରିବା ଦ୍ଵାରା ଆପଣଙ୍କର ସଙ୍କଟ କଟିଯାଇଥାଏ । ଯଦି ଆପଣ ରବିବାର ଦିନ କେଉଁ ଗରିବ ଲୋକକୁ ଅପମାନ ଦେଉଛନ୍ତି ତାହେଲେ ଆପଣ ଏମିତି କରନ୍ତୁ ନାହିଁ ,କୁହାଯାଏକି ଏମିତି କରିବା ଦ୍ଵାରା ଆପଣଙ୍କ ପରିବାର ଉପରେ ନକରାତ୍ମକର ଆସାର ପଡିଥାଏ ।
ଯଦି ଆପଣ ବି ଜୀବନରେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ଦରିଦ୍ରତାରେ ଦିନ କାଟୁଛନ୍ତି ତେବେ ଏହି ଉପାୟ କରି ନିଶ୍ଚୟ ଦେଖନ୍ତୁ । ଏହା ଦ୍ଵାରା କିଛି କ୍ଷତି ତ ହେବନି ହୋଇପାରେ ଭାଗ୍ୟ ବଦଳିପାରେ ।