ରଜ ପରେ ଏହି ସବୁ ଜିଲ୍ଲା ହେବ Unlock, ସୂଚନା ଦେଲେ Bijay Mohapatra

ଅନଲକ ପ୍ରକ୍ରିୟା ଆରମ୍ଭକୁ ନେଇ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି କେବେ ଓ କେଉଁ ସହରକୁ ଅନଲକ କରାଯିବ । କାରଣ ଅନଲକ ହେବା ପରେ ସମସ୍ତେ ନିଜର କିଛି ଜରୁରୀ କାମ କରି ପାରିବେ । ଏହି କ୍ରମରେ ଓଡିଶାର ଜଣେ ସରକାରୀ ଅଧିକାରୀ ବିଜୟ ମହାପାତ୍ର ଅନଲକ ପ୍ରକ୍ରିୟାକୁ ବିଶେଷ କିଛି ସୂଚନା ଦେଇଛନ୍ତି ।

ବିଜୟ ମହାପାତ୍ରଙ୍କ ଅନୁସାରେ ଅଳ୍ପ କିଛି ଦିନ ମଧ୍ୟରେ ଓଡିଶାର କିଛି ଜିଲ୍ଲାରେ ଅନଲକ ଗାଇଡଲାଇନ ଲାଗୁ ହୋଇପାରେ । ବିଜୟ ମହାପାତ୍ରଙ୍କ କହିବା ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ତିନୋଟି ଜୋନରେ ଭାଗ କରାଯାଇଛି । ପ୍ରଥମ ଜୋନ ୫ ପ୍ରତିଶତ ହାର, ଦ୍ଵିତୀୟ ଜୋନ ୫ ରୁ ୧୦ ପ୍ରତିଶତ ସଂକ୍ରମିତ ହାର ଓ ତୃତୀୟ ଜୋନରେ ୧୦ରୁ ଅଧିକ ପ୍ରତିଶତ ସଂକ୍ରମିତ ଅନୁସାରେ ଭାଗ କରାଯାଇଛି ।

ଏହି ତିନୋଟି ଜୋନ ଅନୁସାରେ ଓଡିଶାର ସମସ୍ତ ଜିଲ୍ଲାକୁ ବିଭକ୍ତ କରାଯାଇଛି । ସରକାର ସମସ୍ତ ସଂକ୍ରମିତ ହାରକୁ ଦେଖି କେଉଁ ସମସ୍ତ ଜିଲ୍ଲାକୁ ଅନଲକ ଓ କେଉଁ ସମସ୍ତ ଜିଲ୍ଲାରେ ଲକଡାଉନକୁ ବଳବତ୍ତର ରଖିବେ ଏହାକୁ ନେଇ ବର୍ତ୍ତମାନ ବିଚାର ବିମର୍ଶ କରୁଛନ୍ତି । ସଂକ୍ରମିତ ହାର ୧୦ ପ୍ରତିଶତରୁ ଅଧିକ ରହୁଥିବା ଅଞ୍ଚଳରେ କଟକଣା ଲାଗୁ ରହିବ ଓ ଯେଉଁ ସବୁ ଅଞ୍ଚଳରେ ସଂକ୍ରମଣର ହାର ୫ ପ୍ରତିଶତରୁ କମ ରହିବ ସେହି ସମସ୍ତ ଅଞ୍ଚଳରେ ଲକଡାଉନ ଖୋଲିଯାଇପାରେ ।

କିନ୍ତୁ ଶେଷ ନିଷ୍ପତି ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯିବ । ଅନଲକର ମାନେ ହିଁ କି ସବୁ କାମ ପାଇଁ ଅନୁମତି ଦିଆଯିବ । ଅନଲକର ପ୍ରଥମ ଚରଣରେ କିଛି ଏକ୍ଟିଭିଟିରେ କଟକଣା ଜାରି ରହିବ ତ କିଛି ଏକ୍ଟିଭିଟିକୁ ମଞ୍ଜୁରୀ ଦିଆଯିବ । କିନ୍ତୁ ଏହା ସତ୍ବେ ବି ଯଦି ଲୋକମାନେ ସହଯୋଗ କରିବେ ତେବେ ଏହି ସମସ୍ୟା ଆହୁରି ଜଲ୍ଦି ଦୂର ହୋଇଯିବ । କହିଦେଉଛୁ କି କଟକ, ଖୋର୍ଦ୍ଦା, ଯାଜପୁର, ଅନୁଗୁଳ ଇତ୍ୟାଦି କେତେକ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଅଛି ।

କିନ୍ତୁ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ବର୍ତ୍ତମାନ ସଂକ୍ରମଣ ହାର କମ ଅଛି । ଏମିତିରେ ସରକାର ସମସ୍ତ ଜିଲ୍ଲା ଗୁଡ଼ିକର ସଂକ୍ରମଣ ହାରକୁ ବିଶ୍ଳେଷଣ କରି ଏକ ଉଚିତ ପଦକ୍ଷେପ ନେବେ । ଯଦି କଟକ ଓ ଭୁବନେଶ୍ଵର ବିଷୟରେ କହିବା ତେବେ ଏଠିକାର ଜନସଂଖ୍ୟା ଅଧିକ ଓ ଲେବରମାନଙ୍କ କାମ ଅଧିକ । ଏଠି ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପାଇଁ ସମୟ ଲାଗିପାରେ । କିନ୍ତୁ କିଛି ଏକ୍ଟିଭିଟି ପାଇଁ ଅନୁମତି ମଧ୍ୟ ଦିଆଯାଇଛି ।

ସରକାର ସମସ୍ତ ଜିଲ୍ଲା ପାଇଁ କୌଣସି ନା କୌଣସି ଭଲ ପଦକ୍ଷେପ ନେବେ । ଶେଷ ନିଷ୍ପତି ରାଜ୍ୟ ସରକାର ନେବେ ଓ ଏହା ପରେ ହିଁ ଜଣା ଯିବ କି କେଉଁ ସମସ୍ତ ଜିଲ୍ଲାରେ ଲକଡାଉନ ରହିବ ଓ କେଉଁ ସମସ୍ତ ଜିଲ୍ଲାକୁ ଅନଲକ କରାଯିବ । କିନ୍ତୁ ସବୁ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ପ୍ପ୍ରକାରର ବିଶେଷ ରଣନୀତି ଲାଗୁ କରାଯିବ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *