ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଇଣ୍ଟରଭିୟୁରେ ପ୍ରାୟତଃ ଏହିଭଳି ପ୍ରଶ୍ନ କରାଯାଏ । ଏହା ସହିତ ଏହା ଆପଣଙ୍କର ସାଧାରଣ ଜ୍ଞାନର ବି ପରୀକ୍ଷା କରିଥାଏ । ଏହି ସବୁ ମଜାଦାର ପ୍ରଶ୍ନ ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନ ବିଷୟରେ । ଏହି ସବୁ ପ୍ରଶ୍ନ ଆପଣଙ୍କ ଜିକେ ନଲେଜକୁ ବଢାଇବାରେ ସାହାର୍ଯ୍ୟ କରିବ ।
ପ୍ରଶ୍ନ – କଳା କଳା ମା ନାଲି ନାଲି ପିଲା,
ଯେଉଁଠି ଯାଏ ମା ସେଠି ଯାଏ ପିଲା ।
ଉତ୍ତର – ରେଳଗାଡି
ପ୍ରଶ୍ନ – ଏମିତି କେଉଁ ଫଳ ଅଛି ଯାହାକୁ କେବେ ବି କିଣି ହେବ ନାହିଁ ?
ଉତ୍ତର – ପରିଶ୍ରମର ଫଳ
ପ୍ରଶ୍ନ – ଗୋଟିଏ କମ୍ପୁ ଥାଏ ଥର ଥର
ଦ୍ଵିତୀୟ ଝାଳରେ ଜୁଡୁବୁଡୁ
ତୃତୀୟ ସବୁବେଳେ କାନ୍ଦେ
କୁହନ୍ତୁ ଏହି ତିନି ଜଣ କିଏ ?
ଉତ୍ତର – ଥଣ୍ଡା, ଗରମ, ବର୍ଷା
ପ୍ରଶ୍ନ – ପାଞ୍ଚଟି ଅକ୍ଷରରେ ମୋର ନାଁ,
ଓଲଟା ସିଧା ଗୋଟିଏ ସମାନ ।
ଉତ୍ତର – ନବଜୀବନ
ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି,
ଯିଏ ଅନ୍ୟକୁ ଭରପୁର ପେଟ ଭୋଜନ କରାଇଥାଏ,
କିନ୍ତୁ ନିଜେ କେବେ ବି କିଛି ବି ଖାଇ ନ ଥାଏ ।
ଉତ୍ତର – ଚାମଚ
ପ୍ରଶ୍ନ – ଦୁଇଟି କାନ ଗୋଟିଏ ଗଭୀର ପେଟ,
ସବୁଦିନ ଦେଖା ହୁଅନ୍ତି ଗ୍ୟାସ ପାଖରେ ।
ଉତ୍ତର – କଢେଇ
ପ୍ରଶ୍ନ – ଗୋଟିଏ ଓଭରରେ କେତୋଟି ବଳ ଥାଏ ?
ଉତ୍ତର – ଗୋଟିଏ ଓଭରରେ ଗୋଟିଏ ବଳ ଥାଏ । କିନ୍ତୁ ୬ ଥର ବୋଲିଙ୍ଗ କରାଯାଏ ।
ପ୍ରଶ୍ନ – ଆସେ ସକାଳେ ସନ୍ଧ୍ୟାକୁ ଯାଏ,
କିନ୍ତୁ କେବେ ବି କୁହେ ନାହିଁ ଘରର ଠିକଣା ।
ଉତ୍ତର – ସୂର୍ଯ୍ୟ
ଯଦି ଆପଣ ପାଖରେ ୪ ଟି ଗାଈ ଓ ୮ ଟି ଛେଳି ଅଛି ତେବେ ଆପଣଙ୍କ ପାଖରେ କେତୋଟି ଗୋଡ ଅଛି ?
ଉତ୍ତର – ମୋ ପାଖରେ ଦୁଇଟି ଗୋଡ ଅଛି ।
କାରଣ ମୋ ଗୋଡ ସହିତ ଗାଈ ଓ ଛେଳିର ସମ୍ପର୍କ କଣ ।
ପ୍ରଶ୍ନ – ଏମିତି ଜବାବ ଦିଅନ୍ତୁ ଯେଉଁଥିରେ ଏହି ଚାରି ଜଣଙ୍କ ନାଁ ଥିବ,
ଗୋଟିଏ ମିଠାର ନାଁ
ଗୋଟିଏ ଝିଅର ନାଁ
ଗୋଟିଏ ଔଷଧର ନାଁ
ଗୋଟିଏ କାରର ନାଁ
ଉତ୍ତର – Honey ଗୋଟିଏ ମିଠାର ନାଁ ଅଟେ ।
Honey ଗୋଟିଏ ଝିଅର ବି ନାଁ ହୋଇଥାଏ ।
Honey ଗୋଟିଏ ଔଷଧର ନାଁ ଅଟେ ଯାହା ସବୁ ରୋଗ ପାଇଁ ଉପଯୁକ୍ତ ହୋଇଥାଏ ।
Honey ଗୋଟିଏ କାରର ବି ନାଁ ଅଟେ । ଯାହାକି Honey carsର ନାଁ ରେ ଜାପାନର ପ୍ରସିଦ୍ଧ କାର କମ୍ପାନୀ ଅଟେ ।
ପ୍ରଶ୍ନ – ଦୌଡି ଦୌଡି ଦୂର ସମୁଦ୍ରରୁ ଆସିଥାଏ
ଓ କୂଳରେ ଆସି ହଜି ଯାଏ ।
ଉତ୍ତର – ସମୁଦ୍ର ଲହରୀ
ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ପଢିବାରେ ଓ ଲେଖିବାରେ,
ଦୁଇଟି କାମରେ ଆସିଥାଏ
କିନ୍ତୁ ସେ ପେନ ବି ନୁହେଁ
ଓ କାଗଜ ବି ନୁହେଁ
ଉତ୍ତର – ଚଷମା
ପ୍ରଶ୍ନ – ସବୁ ଖାଲି ସ୍ଥାନରେ ଗୋଟିଏ ହିଁ ଶବ୍ଦ ଆସିବ
ଗୋଟିଏ ଝିଅର ନାଁ _____ ଥିଲା
ତାକୁ ପଢିବାରେ _____ ନ ଥିଲା
ସେ ଖେଳିବାରେ _____ରଖୁଥିଲା
ତାହାର ମା ତାକୁ _____ କୁ ଦେଖି ଚିନ୍ତିତ ରହୁଥିଲା
ଉତ୍ତର – ଗୋଟିଏ ଝିଅର ନାଁ ରୁଚି ଥିଲା
ତାକୁ ପଢିବାରେ ରୁଚି ନ ଥିଲା
ସେ ଖେଳିବାରେ ରୁଚି ରଖୁଥିଲା
ତାହାର ମା ତାକୁ ରୁଚି କୁ ଦେଖି ଚିନ୍ତିତ ରହୁଥିଲା ।