ବଡ ଖବର: ରାଜ୍ୟରେ କୋହଳ ହୋଇପାରେ ଲକଡାଉନ?

କ-ରୋ-ନାର ଦ୍ଵିତୀୟ ଲହର ଆରମ୍ଭ ହେବା ମାତ୍ରେ ହିଁ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଲାଗୁ କରିଦେଇଥିଲେ । ଏମିତିରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କେବେ କ-ରୋ-ନାରୁ ମୁକ୍ତି ମିଳିବ ଓ ରାଜ୍ୟରୁ ଲକଡାଉନ ଓ ସଟଡାଉନ କେବେ ବନ୍ଦ ହେବ । କାରଣ ଲକଡାଉନ ଯୋଗୁ କେହି ବି ନିଜର କାମକୁ ଯାଇ ପାରୁ ନାହାନ୍ତି । ଯେଉଁ କାରଣରୁ ତାଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି । କହିଦେଉଛୁ କି ସପ୍ତାହକୁ ୫ ଦିନ ଲକଡାଉନ ଓ ୨ ଦିନ ସଟଡାଉନ ଲାଗୁ କରିବାର ମୁଖ୍ୟ ଲକ୍ଷ ହେଉଛି ରାଜ୍ୟରେ ଦ୍ରୁତ ଗତି ବଢୁଥିବା ସଂ-କ୍ର-ମ-ଣକୁ ଧୀରେ ଧୀରେ କରି ନିୟନ୍ତ୍ରଣରେ ଆଣିବା ।

କିନ୍ତୁ ଏହା ମଧ୍ୟରେ ସରକାର ସମସ୍ତଙ୍କର ଦୈନନ୍ଦିନର କାର୍ଯ୍ୟ ସହିତ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଓ ଅନ୍ୟ କିଛି କାମ କରିବା ନିମନ୍ତେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ୭ ରୁ ୧୧ ପର୍ଯ୍ୟନ୍ତ କିଛି ଦୋକାନଙ୍କୁ ଖୋଲିବା ପାଇଁ ଅନୁମତି ବି ଦେଇଛନ୍ତି । ଅର୍ଥାତ ଏହି ସମୟରେ ଲକଡାଉନକୁ କୋହଳ କରାଯାଇଛି ।

ଯାହା ଦ୍ଵାରା ଲୋକମାନେ ନିଜର ଜରୁରୀ ସାମଗ୍ରୀ କିଣି ପାରିବେ । ଏହା ମଧ୍ୟରେ ପନିପରିବା ଦୋକାନ ଓ ମାଛ ମାଂସ ଦୋକାନ କିମ୍ବା ଅନ୍ୟ କୌଣସି ଦୋକାନ ସାମ୍ନାରେ ଲୋକମାନେ କ-ରୋ-ନା ନିୟମର ଉଲ୍ଲଘନ କରିବା ସହ, କ-ରୋ-ନା ନ ମାନି ଭିଡ କରୁଛନ୍ତି । ଅନ୍ୟ ପଟେ ପୋ-ଲି-ସ ବି ନିୟମ ମାନୁ ନ ଥିବା ଲୋକମାନଙ୍କୁ ଫାଇନ ବି କାଟୁଛି । କିନ୍ତୁ ଦିନ ପୁଣି ୧୧ ଟା ପରେ ତାଲା ବନ୍ଦ ଲାଗୁ ହୋଇ ଯାଇଛି ।

କିନ୍ତୁ ଅନ୍ୟ ପଟେ ଏକ ଆଶ୍ଵସ୍ତି କର ଖବର ବି ସ୍ଵାମନାକୁ ଆସୁଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ରାଜ୍ୟରେ ସଂ-କ୍ର-ମ-ଣ ସଂଖ୍ୟା ଧୀରେ ଧୀରେ କମ ହେବାରେ ଲାଗିଛି । କହିଦେଉଛୁ କି ଗତ ୨୪ ଘଣ୍ଟାରେ ୭୦,୩୧୩ ନମୁନା ପରୀକ୍ଷା ହୋଇଥିଲା ଓ ସେଥିରୁ ୭,୩୯୫ ନୂଆ ପଜିଟିବ କେସ ସାମ୍ନାକୁ ଆସିଛି । ଏମିତିରେ ପଜିଟିବ ହାର ୧୦.୫୧ ପ୍ରତିଶତ ଅଟେ । ଏହି ସଂଖ୍ୟା ପ୍ରମାଣ କରୁଛି କି ରାଜ୍ୟରେ ବର୍ତ୍ତମାନ କ-ରୋ-ନାର ସ୍ଥିତି ନିୟନ୍ତ୍ରଣରେ ଆସୁଛି ।

ଯଦି ଏହିଭଳି ସଂଖ୍ୟା କମ ହୋଇଯିବ ତେବେ ଜୁନ ମାସ ଶେଷ ଆଡକୁ ରାଜ୍ୟରେ ଲକଡାଉନର ନିୟମ କୋହଳ ହୋଇପାରେ ବୋଲି ଆଶା କରାଯାଉଛି । କହିବାକୁ ଗଲେ ଆମେ ଭଲ ସ୍ଥିତି ଆଡକୁ ଅଗ୍ରସର ହେଉଛି । କହିଦେଉଛୁ କି ବିଶେଷଜ୍ଞମାନଙ୍କ କହିବା ଅଟେ କି ଯଦି ସଂକ୍ରମିତଙ୍କ ସଂଖ୍ୟା ୫ ପ୍ରତିଶତ ତଳକୁ ରୁହେ ତେବେ ଲକଡାଉନର ନିୟମକୁ କୋହଳ କରାଯାଇ ପରେ ।

ସେଥିପାଇଁ ଆମ ସମସ୍ତଙ୍କୁ ସଚେତନ ହେବା ସହିତ ମାସ୍କ ଓ ସାମାଜିକ ଦୂରତା ଭଳି ଅନ୍ୟ କିଛି ନିୟମକୁ ବି ମାନିବାକୁ ପଡିବ । କିନ୍ତୁ ଅନ୍ୟ ପଟେ ଲକଡାଉନ କାରଣରୁ ପ୍ରାୟତଃ ସମସ୍ତଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି । ବିଶେଷ କରି ଦିନ ମଜୁରିଆ ହିସାବରେ କାମ କରୁଥିବା ଲୋକମାନଙ୍କର । ଏମିତି ଯଦି ଲକଡାଉନ କୋହଳ ହୁଏ ତେବେ ଏହି ସମସ୍ତ ବ୍ୟକ୍ତିଙ୍କର ଜୀବନରେ କିଛି ସୁଧାର ଆସିପାରେ ।

Leave a Reply

Your email address will not be published. Required fields are marked *