ରକ୍ତହୀନତା – କିପରି କରିବେ ଦୂର ? Dr Sini S Venugopal

ମଣିଷ ହେଉ ବା ପକ୍ଷୀ ବା ପଶୁ ସମସ୍ତଙ୍କ ଶରୀରରେ ରକ୍ତ ହୋଇଥାଏ ରକ୍ତ ଆମ ଶରୀରକୁ ବଞ୍ଚାଇଥାଏ କାହିଙ୍କିନା ରକ୍ତ ଦ୍ଵାରା ଆକ୍ସିଜନ ଆମ ପୁରା ଶରୀରରେ ବ୍ୟାପିଥାଏ ଆଉ ଆମ ଶରୀରକୁ କାମ କରିବା ବା ଚଳା ବୁଲା ଯାହା ବି କରିବା ପାଇଁ ଶକ୍ତି ମିଳିଥାଏ । ତେବେ ବହୁତ ଲୋକ ଏହା ଭାବୁଥିବେ ଯେ ରକ୍ତ ହୀନତା କଣ ହୋଇଥାଏ ଆଉ ଏହି ସମୟରେ କଣ କରିବା ଉଚିତ ହୋଇଥାଏ । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା କଣ କରିବା ଦ୍ଵାରା ରକ୍ତ ହାନି ହୋଇନଥାଏ ।

ମଣିଷ ଶରୀରରେ ଖାଇବା ଦ୍ଵାରା ରକ୍ତ ନିର୍ମାଣ ହୋଇଥ୍ସାଏ ତେବେ ଯଦି ଆପଣ ଭଲ ଭଲ ଖାଦ୍ଯ ବା ପୋଶତିକର ଖାଦ୍ଯ ଖାଇବେ ନାହିନ ତେବେ ଆପଣଙ୍କ ଶରୀରରେ ବିଟାମିନ ଅଭାବ ହବ ଆଉ ଆପଣଙ୍କୁ ଜୀବନରେ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିବ କଣ ଆପଣ ଏହା ଜାଣିଛନ୍ତି ଯେ ଶରୀରରେ ଆଇରନ ଅଭାବ ରହିବା ଦ୍ଵାରା ଆମ ଶରୀରରେ ହେମୋଗ୍ଲୋବୀନ କମ ହୋଇଥାଏ ଯାହା ଦ୍ଵାରା ଆମ ଶରୀରରେ ବହୁତ ପ୍ରକାର ରୋଗ ହୋଇଥାଏ ଆଉ ରକ୍ତ ହାନି ହୋଇଥାଏ ଯାହାକୁ ଏନିମିଆ କୁହା ଯାଏ । ଡକ୍ଟର କହିବା ଅନୁଯାଇ ହେମୋଗ୍ଲୋବିନ ଦୁଇଟି ଜିନିଷ ଦ୍ଵାରା ନିର୍ମିତ ।

ହେମୋ ଆଉ ଗ୍ଲୋବିନ ତେବେ ହେମୋଗ୍ଲୋବିନ ଆମ ଶରୀରରେ ମୁଖ୍ୟ କାମ କରିଥାଏ ଏହା ଆମ ଶରୀରରେ ଆକ୍ସିଜନ ଗୋଟେ ଅଙ୍ଗରୁ ଅନ୍ୟ ଅଙ୍ଗକୁ ନେଇଥାଏ । ତେବେ ଯଦି କିଛି ଅଙ୍ଗ ଆକ୍ସିଜନ ପାଇବେ ନାହିଁ ତାହେଲେ କଣ ହବ କଣ ଆପଣ ମାନେ ଜାଣିଛନ୍ତି । ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ସେହି ଅଙ୍ଗ କାମ କରିବା ବନ୍ଦ କରିବ ଆଉ ପାରାଲିସିସ ହୋଇଯିବ ଏହା ଛଡା ରୋଗୀ କୋମାରେ ମଧ୍ୟ ଯାଇ ପାରେ । ମହିଳାଙ୍କ ଭିତରେ ୧୨ ଠାରୁ ଅଧିକ ହେମୋଗ୍ଲୋବିନ ରହିବା ଉଚିତ ଯଦି ଏହା ଠାରୁ କମ ହୁଏ ତେବେ ତାଙ୍କୁ ଏନିମିଆ ସମସ୍ଯା ହୋଇପାରେ ।

ଏହା ଛଡା ଗର୍ଭବତୀ ମହିଳାଙ୍କ ହେମୋଗ୍ଲୋବୀନ ଯଦି ୧୧ ଠାରୁ କମ ହୋଇଥାଏ ତେବେ ତାଙ୍କୁ ଏନିମିଆ ସମସ୍ୟା ହୋଇପାରେ । ତେବେ ଗର୍ଭବତୀ ରହିବା ବେଳେ ଛୁଆଙ୍କୁ ପୋଷଣ ଯାଇଥାଏ ସେହି ସମୟରେ ମାର ହେମୋଗ୍ଲୋବିନ କମ ହବା ସ୍ଵଭାବିକ କଥା ଅଟେ ସେଥିପାଇଁ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ ଆଇରନ, ଫୋସଫୋରସଭଳି ବିଟାମିନ ଖାଦ୍ଯ ଖାଇଲେ ଆପଣଙ୍କ ଶରୀର ସୁସ୍ତ ରହିବ ଆଉ ଆପଣଙ୍କ ଛୁଆ ମଧ୍ୟ ସବଳ ହବ । କଣ ଆପଣ ଜାଣିଛନ୍ତି ମାସିକ ବା ଅନ୍ୟ ସମସ୍ୟାରେ ମଧ୍ୟ ରକ୍ତ ଅଧିକ ବାହାରିବାରୁ ମଧ୍ୟ ଏନିମିଆ ହୋଇଥାଏ ସେଥିପାଇଁ ଖାଇବା ଉପରେ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *