Ramayanରେ ଶ୍ରୀ ରାମ, ହନୁମାନ ଓ ମାତା ସୀତାଙ୍କ ଝିଅମାନେ ଦେଖିବାକୁ କୌଣସି Bollywood ହେରୋଇନ ମାନଙ୍କଠାରୁ କମ ନୁହନ୍ତି, ଫୋଟୋ ଦେଖି ହୋଇଯିବେ ଦିବାନା

ରାମାୟଣ ଏକ ଏମିତି ଆଧ୍ୟାତ୍ମିକ ସିରିଏଲ ଅଟେ ଯାହାକି ସମସ୍ତଙ୍କ ହୃଦୟରେ ଘର କରି ବସି ଯାଇଛି । ଏହା ୮୦ ଦଶକରେ ଦୂରଦର୍ଶନରେ ପ୍ରସାରିତ ହେଉଥିଲା ଓ ଏହା ପରେ ପୁଣି ଥରେ ଲକଡାଉନ କାରଣରୁ ଦୂରଦର୍ଶନ ଉପରେ ପ୍ରସାରିତ ହୋଇଥିଲା । ଏହି ସିରିଏଲ ବର୍ତ୍ତମାନ କୌଣସି ଟିଭି ଚ୍ୟାନେଲରେ ପ୍ରସାରିତ ହେଉ ନାହିଁ । ଏତେ ବର୍ଷ ହୋଇଯିବା ସତ୍ବେ ବି ଆଜି ବି ଲୋକମାନଙ୍କ ମଧ୍ୟରେ ଏହି ସିରିଏଲର କ୍ରେଜ ଦେଖିବାକୁ ମିଳିଥାଏ ।

କହିଦେଉଛୁ କି ରାମାୟଣର ପୁନଃ ପ୍ରସରାଣ ପରେ ଏହା ଟିଆରପିର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ପୁଣି ଥରେ ରାମାୟଣ ଧାରାବାହିକ ପ୍ରସାରିତ ହେବା ପରେ ବର୍ତ୍ତମାନ ଦର୍ଶକମାନେ ଏହି ସିରିଏଲରେ ଅଭିନୟ କରୁଥିବା କଳାକାରମାନଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ।

କେବଳ ତାଙ୍କ ବିଷୟରେ ନୁହେଁ ତାଙ୍କର ପରିବାର ବିଷୟରେ ବି ଜାଣିବା ପାଇଁ ଇଚ୍ଛୁକ ଅଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ରାମାୟଣରେ ଅଭିନୟ କରିସାରିଥିବା ରାମ, ସୀତା ଓ ହନୁମାନଙ୍କ ରିୟଲ ଲାଇଫ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ।

ରାମାୟଣରେ ରାମଙ୍କ କିରଦାର ଅରୁଣ ଗୋବିଲ କରିଥିଲେ । ଅରୁଣ ଗୋବିଲଙ୍କ ଜନ୍ମ ୧୨ ଜାନୁୟାରୀ ୧୯୫୨ରେ ମେରଠରେ ହୋଇଥିଲା । ଅରୁଣ ଗୋବିଲ ୧୯୮୭ରୁ ଅଭିନୟ କରୁଛନ୍ତି । ଏହା ଛଡା ଅରୁଣ ଗୋବିଲ ଜଣେ ପ୍ରଡ୍ୟୁସର ବି ଅଟନ୍ତି । ତାଙ୍କ ଦ୍ଵାରା ଅଭିନୟ କରାଯାଇଥିବା ରାମଙ୍କ କିରଦାରର ବହୁତ ପ୍ରଶଂସା ହୋଇଥିଲା । ଅରୁଣ ଗୋବିଲଙ୍କ ରିୟଲ ଲାଇଫ ପତ୍ନୀଙ୍କ ନାଁ ଶ୍ରୀ ଲେଖା ଗୋବିଲ ଅଟେ । ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛି । ତାଙ୍କର ପୁଅର ନାଁ ଅମଳ ଓ ଝିଅ ନାଁ ସୋନିକା ଅଟେ ।

୧୯୮୭ର ରାମାୟଣରେ ହନୁମାନଙ୍କ କିରଦାରରେ ନଜର ଆସିଥିବା ଦାରା ସିଂହଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କିନ୍ତୁ ଦାରା ସିଂହ ଆଜି ଏହି ଦୁନିଆରେ ଆଉ ନାହାନ୍ତି । ତାଙ୍କ ଦ୍ଵାରା ଅଭିନୟ କରଯାଇଥିବା ହନୁମାନ ରୋଲ ଆଜି ଅମର ହୋଇ ଯାଇଛି । ଦାରା ସିଂହ ୧୯୬୧ରେ ସୁରଜୀତ କୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ୪ ଟି ଝିଅ ଅଛି । ଯାହାଙ୍କୁ ଆପଣମାନେ ଦେଖି ପାରିବେ ।

ରାମାୟଣରେ ସୀତା ଭୂମିକାରେ ନଜର ଆସିଥିବା ଅଭିନେତ୍ରୀଙ୍କ ଅସଲ ନାଁ ଦୀପିକା ଚିଖଲିୟା ଅଟେ । ଦୀପିକା ଚିଖଲିୟାଙ୍କ ଜନ୍ମ ୨୯ ଏପ୍ରିଲ ୧୯୬୫ରେ ମୁମ୍ବାଇ ମହାରାଷ୍ଟ୍ରରେ ହୋଇଥିଲା । ଦୀପିକା ଚିଖଲିୟା ଜଣେ ଅଭିନେତା ସହ ଜଣେ ରାଜନେତା ବି ଅଟନ୍ତି । ଦୀପିକା ଚିଖଲିୟା ୧୯୯୧ରେ ବିଜନେସମ୍ୟାନ ହେମନ୍ତ ଟୋପିବାଲାଙ୍କ ସହ ବିବାହ କରିଥିଲେ ଓ ଆଜି ତାଙ୍କର ଦୁଇଟି ଝିଅ ବି ଅଛି । ଯାହାଙ୍କର ନାଁ ଜୁହୀ ଟୋପିବାଲା ଓ ନିଧି ଟୋପିବାଲା ଅଟେ ।

Leave a Reply

Your email address will not be published. Required fields are marked *