ରାନୁ ମଣ୍ଡଲଙ୍କ ଏହି କାରନାମା ତାଙ୍କୁ ପୁଣିଥରେ ଭିକାରୁଣୀ କରିଦେଲା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁହାଯାଏ ଯେ, ମନୁଷ୍ୟ ଦ୍ଵାରା ଧନ ଦୌଲତ ଓ ଐଶ୍ଚର୍ଯ୍ୟ ର ପ୍ରାପ୍ତି ତ ହୋଇଯାଇଥାଏ । କିନ୍ତୁ ତାହାକୁ ସମ୍ଭାଳି ରଖିବା ସେତେ କଷ୍ଟକର ହୋଇଥାଏ । ଏହିପରି କିଛି ହୋଇଛି ରାନୁ ମଣ୍ଡଲ ଙ୍କ ସହିତ । ଆଜ୍ଞା ବନ୍ଧୁଗଣ ଏହି କୋରୋନା କାଳ ରେ ରାନୁ ମଣ୍ଡଲ ଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି । ପଇସା ର ଅଭାବ ତାଙ୍କୁ ନିଜର ପୂର୍ବ ସ୍ଥିତି ରେ ଆଣି ପହଞ୍ଚାଇ ଦେଇଛି । ସେ ପୁଣିଥରେ ଭିକ ମାଗିବା ପାଇଁ ମଜବୁର ହୋଇଯାଇଛନ୍ତି । ତେବେ ରାନୁ ମଣ୍ଡଲ ଙ୍କ ଏହି ଅବସ୍ଥା ପଛରେ କାରଣ କଣ ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ପ୍ରଥମେ ରାନୁ ମଣ୍ଡଲ ଭିକ ମାଗି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ । କିନ୍ତୁ ତାଙ୍କର ଭାଗ୍ୟ ତାଙ୍କର ଏପରି ସାଥ ଦେଇଥିଲା ଯେ ସେ ରାତାରାତି ଭିକାରୁଣୀ ରୁ ସୁପରଷ୍ଟାର ହୋଇଯାଇଥିଲେ ଏବଂ ତାଙ୍କୁ ସଙ୍ଗୀତ ପାଇଁ ବିଭିନ୍ନ ଅଫର ମଧ୍ୟ ଆସିଥିଲା । କିନ୍ତୁ ବନ୍ଧୁଗଣ ଏପରି କୁହାଯାଏ ଯେ, କିଛି ଲୋକଙ୍କୁ ପଇସା ହଜମ ହୁଏ ନାହିଁ । ଏପରି କିଛି ହିଁ ହେଲା ରାନୁ ମଣ୍ଡଲ ଙ୍କ ସହିତ । ଅର୍ଥାତ ପଇସା ଆସିବା ମାତ୍ରେ ରାନୁ ମଣ୍ଡଲ ଙ୍କ ହାବଭାବ ସମ୍ପୂର୍ଣ୍ଣ ରୂପରେ ବଦଳି ଗଲା । ଏହି କାରଣରୁ ହିଁ ରାନୁ ମଣ୍ଡଲ ଙ୍କୁ ବର୍ତ୍ତମାନ ଏହାର ଫଳ ଭୋଗ କରିବାକୁ ପଡୁଛି ।


ଅସଲରେ ରାନୁ ମଣ୍ଡଲ ପ୍ରସିଦ୍ଧ ହେବା ପରେ ତାଙ୍କର ଅନେକ ଫାନ୍ସ ହୋଇଗଲେ । କିନ୍ତୁ ନିଜର ଫାନ୍ସ ମାନଙ୍କ ସହିତ ରାନୁ ମଣ୍ଡଲ ଆଟିଟ୍ୟୁଡ଼ ର ସହିତ ବ୍ୟବହାର କରିଥିଲେ । ଯାହା ଫଳରେ ଦର୍ଶକ ମାନେ ତାଙ୍କର ଏହି ବ୍ୟବହାର ରେ ନିରାଶ ହୋଇଥିଲେ । ରାନୁ ମଣ୍ଡଲ ଙ୍କୁ ସେଲିବ୍ରିଟି ଲିଷ୍ଟ ରୁ ମଧ୍ୟ ବାହାର କରି ଦିଆଗଲା । ଯେଉଁ ମାନେ ତାଙ୍କୁ ଫିଲ୍ମ ରେ ଅଫର ଦେଇଥିଲେ ସେମାନେ ମଧ୍ୟ ତାଙ୍କ ସହିତ କାମ କରିବା ପାଇଁ ମନା କରିଦେଲେ । ରାନୁ ମଣ୍ଡଲ ଙ୍କ ଝିଅ ଏକ ଇଣ୍ଟରଭ୍ୟୁ ରେ ମଧ୍ୟ କହିଥିଲେ ଯେ, ରାନୁ ମଣ୍ଡଲ ଙ୍କ ମଧ୍ୟରେ ଆଟିଟ୍ୟୁଡ଼ ର ବହୁତ ପ୍ରବ୍ଲେମ ରହିଛି ।

ଯାହା ରାନୁ ମଣ୍ଡଲ ଙ୍କ ଅନେକ ଭିଡିଓ ରେ ମଧ୍ୟ ଦେଖିବାକୁ ମିଳିଛି । ରାନୁ ମଣ୍ଡଲ ଙ୍କ କ୍ୟାରିଅର ଆରମ୍ଭ ହେବା ପୂର୍ବରୁ ହିଁ ଶେଷ ହୋଇଗଲା ଏବଂ ଏହା କେବଳ ତାଙ୍କ ଆଟିଟ୍ୟୁଡ଼ ଓ ଇଗୋ ପାଇଁ ହିଁ ହୋଇଛି । ଏହା ସହିତ କୋରୋନା କାଳ ତାଙ୍କ ପରିସ୍ଥିତି କୁ ଆହୁରି ଅଧିକ ଖରାପ ଦେଇଦେଲା । ଏହି କାରଣରୁ ପୁଣିଥରେ ରାନୁ ମଣ୍ଡଲ ଭିକ ମାଗିବା ପାଇଁ ମଜବୁତ ହୋଇଯାଇଛନ୍ତି । ତେଣୁ ବନ୍ଧୁଗଣ କେବେବି ମନୁଷ୍ୟ କୁ ନିଜ ମନରେ ଅହଂ ରଖିବା ଆଦୋୖ ଉଚିତ ନୁହେଁ । ନଚେତ ଏହାର ପରିଣାମ ବହୁତ ହିଁ ଖରାପ ହୋଇଥାଏ ।

Leave a Reply

Your email address will not be published. Required fields are marked *