ରସିକିଆ ହେଡସାର ସ୍କୁଲରେ କଲେ ଦ୍ଵିତୀୟ ବିବାହ, ଫୁଲମାଳ ସହ ସିନ୍ଦୁର ଦେଲେ… ପ୍ରଥମ ସ୍ତ୍ରୀ ଯାହା କହୁଛନ୍ତି ଶୁଣି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବିବାହ ମଣ୍ଡପ ସାଜିଲା ସ୍କୁଲ । ପଡିଲା ଫୁଲମାଳ ମଥାରେ ଝଟକିଲା ସିନ୍ଦୁର । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ଏମିତି ଘଟଣା ଘଟିଛି କନ୍ଧମାଳ ଦାରିଙ୍ଗବାଡି ରେ ଯାହାକୁ ନେଇ ପୁରା ଜିଲ୍ଲାରେ ଏବେ ଜୋର ଧରିଲାଣି ଚର୍ଚ୍ଚା । ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ଦ୍ଵିତୀୟ ବିବାହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତୁଜମାଜୁ ହାଇସ୍କୁଲରେ ।

ସ୍କୁଲର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ଜଣେ ଯୁବତୀଙ୍କୁ ଦ୍ଵିତୀୟ ବିବାହ କରିଥିବା ନେଇ ତାଙ୍କର ପ୍ରଥମ ସ୍ତ୍ରୀ ନିରୁପମା ଡାକୁଆ ବାଲିକୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖାଲି ଅଭିଯୋଗ କରିଛନ୍ତି ତାହା ନୁହେଁ ବରଂ ସୋସିଆଲ ମିଡିଆରେ ପ୍ରଧାନ ଶିକ୍ଷକଙ୍କ ଫୋଟୋ ଏବେ ଚାରିଆଡେ ଘୁରି ବୁଲୁଛି ।

ସବୁଠାରୁ ଜରୁରୀ କଥା ହେଲା ପ୍ରଧାନ ଶିକ୍ଷକ ଶ୍ରୀପତି ନିଜର ବିବାହ ପାଇଁ ସ୍କୁଲର ଷ୍ଟୋର ରୁମରେ କେକ କାଟିବା ସହ ବରଣମାଳା ଅଦଳବଦଳ ହୋଇଥିଲା । ଶିକ୍ଷା ଅନୁଷ୍ଠାନରେ ହୋଇଥିବା ଏହି ବାହାଘରେ ସ୍କୁଲର ଅନ୍ୟ କର୍ମଚାରୀ ଓ ଶିକ୍ଷକ ଶିକ୍ଷାତରି ଉପସ୍ଥିତି ଥିଲେ ତାହା ପୁଣି ସ୍କୁଲ ୟୁନିଫର୍କ ରେ । କଥା ଏତିକି ରେ ସଋ ନାହି ବରଂ ଦ୍ଵିତୀୟ ବ୍ଯ୍ବହାର ଭୋଜି ମଧ୍ୟ ସ୍କୁଲରେ ହୋଇଥିଲା ବୋଲି ସୂଚନା ମିଳିଛି ।

ଶ୍ରୀପତି ପ୍ରଥମେ ନିରୁପମା ଡାକୁଆ ନାମକ ଜଣେ ମହିଳା ଙ୍କୁ ବିବାହ କରିଥିଲେ । ଦୁହିଙ୍କର ଗୋଟେ ଝିଅ ମଧ୍ୟ ଅଛି । 12 ବର୍ଷର ଝିଅ ଥାଉ ତ ହାଉ ଏମିତି ଜଣେ ପୁଣି ଠାରେ ବିବାହ କରି ଥିବାରୁ ଥାନାରେ ମାମଲା ରୁଜୁ ହୋଇଛି । ତେବେ ସରକାରୀ ସ୍କୁଲ ଭିତରେ ଏମିତି ଉଶ୍ଚବ କେମିତି ହେଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ନିରୁପମା ଡାକୁଆ ।

ସେପଟେ ଘଟଣାକୁ ନେଇ ଶ୍ରୀପତି ମୂହନ ଖୋଲିଛନ୍ତି ଆଉ କହିଛନ୍ତି ଏହା ମୋର ଜନ୍ମ ଦିନ ପାର୍ଟି ଆଉ ବିବାହ କଥା ସଂପୂର୍ଣ୍ଣ ମିଛ କଥା । ସ୍କୁଲ ଭିତରେ ବାହାଘର କି ଜନ୍ମ ଦିନ ଉଶ୍ଚବ ହେବା ଉଭୟ ବେଆଇନ ।

ତେବେ ପ୍ରଧାନ ଶିକ୍ଷକ ହୋଇ ବେଆଇନ ଭାବେ କେମିତି କରିଲେ ତାହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଏ ନେଇ ପ୍ରଶସନ ର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *