ବୁଧବାର 10 ଫ୍ରେବୃଆରୀ 2021- ଗଣେଶଙ୍କ କୃପାରୁ ଆଜି ଏହି 3ଟି ରାଶିକୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।


ମେଷ :- ଆଜିର ଦିନ ଆପଣଙ୍କ ପାଇଁ ସୁଖଦ ଅଟେ ବହୁତ ସଂଘର୍ଷ ପରେ ଅସୁବିଧାରୁ ଟିକେ ମୁକ୍ତି ମିଳିବ । ଏବେ ଆପଣଙ୍କ ଭାଗ୍ୟ ମଧ୍ୟ ସହଯୋଗ କରିବ । ଆର୍ଥିକ କଷ୍ଟରୁ ମୁକ୍ତି ମିଳିବ । ଆଜି ଦୂର ଯାତ୍ରା ମଧ୍ୟ କରିପାରନ୍ତି । ଛୋଟ ମୋଟ ପାର୍ଟ ଟାଇମ ଜବ କରିବା ପାଇଁ ସମୟ ମଧ୍ୟ ବାହାର କରିବେ । ଆଜି ମହତ୍ଵ କଙ୍ଖୀଙ୍କ ପୁର୍ତିର ଦିନ ଅଟେ । ଆଜି ଭାଗ୍ୟ 79 ପ୍ରତିଶତ ସହଯୋଗ କରିବ ।

ବୃଷ :- ଆଜି ଆପଣଙ୍କ ପାଇଁ ଶୁଭ ଅଟେ ଓ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆଜି ଆୟୋଜନ ହୋଇପାରେ । ଜୀବନସ୍ତରକୁ ସୁଧାରିବା ପାଇଁ ଏହି ସମୟରେ ଆପଣଙ୍କୁ ସ୍ଥାୟୀ ପ୍ରୟୋଗରେ ଆସୁଥିବା ବସ୍ତୁର କିଣାକିଣି କରିବା ଦରକାର । ସନ୍ଧ୍ଯା କାଳରେ କୌଣସି ଖାସ ବନ୍ଧୁଙ୍କ ଆଗମନ ହୋଇପାରେ । ଏଥିରେ ଆପଣଙ୍କ ଧାନ ବ୍ୟୟ ହୋଇପାରେ, କିନ୍ତୁ ଆପଣଙ୍କୁ ଭଲ ଲାଗିବ । ଭାଗ୍ୟ ୯୭ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ଆଜିର ଦିନରେ ଆପଣଙ୍କୁ ଭାଗ୍ୟ ତରଫରୁ କିଛି ଭଲ ସଙ୍କେତ ମିଳିବ । ଆପଣଙ୍କ ଉନ୍ନତିକି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇବେ । ଆପଣଙ୍କ ନିଜ ନଜର ମଧ୍ୟ ଏଥିରେ ଲାଗିଜାଇ ପାରେ । ପ୍ରଗତିର ଏହି ଗାଟିକୁ ସ୍ଥାଇ ରଖିବା ଆପଣଙ୍କ ମୁଖ୍ୟ ପ୍ରୟାସ ହେବା ଦରକାର ତେବେ ଯାଇ ଆପଣ ସଫଳତା ପାଇପାରିବେ । ଆଜି ଭାଗ୍ୟ ୮୭ ପ୍ରତିଶତ ସହଯୋଗ କରିବ ।


କର୍କଟ :- ଆଜିର ଦିନ ପରୋଉପକାରରେ ବିତିବ । ଆଜି କୌଣସି ଭାଇ ଭଉଣୀଙ୍କ ଚିନ୍ତାରେ ଚିନ୍ତିତ ହେବାକୁ ପଡିବ । ଆପଣ ସବୁବେଳେ ନିଜ ପରିବାରର ଭଲ ପାଇଁ  କଟିବଦ୍ଧ ରହିବେ । ଆଜି ମଧ୍ୟ ସେହି ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଯଦି ସମସ୍ତଙ୍କ ସହମତି ମିଳିବତ କେଉଁଠି ସ୍ଥାନ ପରିବର୍ତନର ବିଚାର କରନ୍ତୁ । ସମ୍ଭବ ହେଲେ ସମସ୍ତଙ୍କୁ ନେଇ ବୁଲୁବାର ପ୍ଳାନ ମଧ୍ୟ ବଣାଇ ପାରିବେ । ଆଜି ଭାଗ୍ୟ ୮୧ ପ୍ରତିଶତ ସହଯୋଗ କରିବ ।

ସିଂହ :- ଆପଣଙ୍କ ବ୍ୟାପାର ଏହି ସମୟରେ ବହୁତ ମାନ୍ଦା ଚାଲୁଅଛି ଓ ଅସୁବିଧାର ମଧ୍ୟ ହୋଇପାରେ । କାରଣ ପୁରା କିଛି ଦିନରୁ ବ୍ୟବସାୟ ନିୟମିତ ନହିଁ । ଅସ୍ଥିରତା ଆପଣଙ୍କ ପିଛା ଛାଡୁ ନହିଁ । ଆପଣ ଆଳସ୍ୟ ଓ ଆରାମକୁ ତ୍ୟାଗ କରିବାକୁ ପଡିବ । ଆଗକୁ ଯାଇ କାମ ହାତକୁ ନେବାକୁ ପଡିବ । ତେବେ ଯାଇ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ । ଆଜି ଭାଗ୍ୟ ୬୮ ପ୍ରତିଶତ ସହଯୋଗ କରିବ ।

କନ୍ୟା :- ଆଜିର ଦିନ ଆପଣ ବହୁତ ବ୍ୟସ୍ତ ରହିବେ ଓ ଦୌଡା ଦୌଡିରେ ବିତିବ । ତାର ଫଳ ମଧ୍ୟ ବହୁତ ଭଲ ରହିବ । ଏହି ସମୟରେ ଆପଣ ନିଜ କାମକୁ ବହୁତ ନିଷ୍ଠାର ସହିତ ପୂର୍ଣ କରନ୍ତୁ । କିଛି ଦିନ ପରେ ଆପଣଙ୍କୁ ବହୁତ ଭଲ ଅନୁଭବ ଆପଣଙ୍କୁ ପ୍ରାପ୍ତ ହେବ । ଆପଣଙ୍କୁ ସବୁ ପ୍ରକାର ସରକାରୀ କାମରେ ସଫଳତା ପ୍ରାପ୍ତି ହେବ ଓ ସନମାନ ମଧ୍ୟ ମିଳିବ । ଆଜି ଭାଗ୍ୟ ୬୭ ପ୍ରତିଶତ ସହଯୋଗ କରିବ ।


ତୁଳା :- ଆଜି କୌଣସି କାରଣରୁ ଆପଣ ଚିନ୍ତିତ ଓ ଅସୁବିଧାରେ ରହିପାରନ୍ତି । ନିଜ ଲୋକଙ୍କ କଥାରେ ଆପଣଙ୍କ ମନ ଦୁଃଖ ହୋଇପାରେ ଓ ଆପଣ ଟେନସନ ମଧ୍ୟ ହୋଇଯିବେ । ଶୁକ୍ରଙ୍କ କାରଣରୁ କିଛି ଅସୁବିଧାତ ବାସ୍ତବିକ ରହିଛି କିନ୍ତୁ ଆପଣ ନିଜ କାରଣରୁ କୌଣସି ଅସୁବିଧା ମଧ୍ୟ ଉପୁଯାଇ ପାରନ୍ତି । ସାମାଜିକ ଓ ବ୍ୟବସ୍ଥାପିକା କ୍ଷେତ୍ରରେ ଶତ୍ରୁ ଆପଣଙ୍କ କାମରେ ଅସୁବିଧା କରିବାକୁ ଚେଷ୍ଟା କରିପାରନ୍ତି । ଆଜି ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ବିଛା :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଆପଣଙ୍କୁ କେଉଁଠି ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ପରିବାର ଲୋକ ଆପଣଙ୍କ ସହିତ ସହଯୋଗ କରିବେ ଓ ସବୁ ପରିସ୍ଥିତିରେ ଆପଣଙ୍କୁ ସାହାର୍ଯ୍ୟ କରିବେ । କାର୍ଯ୍ୟ ବ୍ୟବସାୟ କ୍ଷେତ୍ରରେ ଆସୁଥିବା ଅସୁବିଧା ନିଜ ଉପରେ ପଡିବାକୁ ଦିଅନ୍ତୁ ନହିଁ । ନୂଆ ଯୋଜନା ସଫଳ ହେବ ପୁରୁଣା ଝଗଡା ଝାଟିରୁ ମୁକ୍ତି ମିଳିବ । ନୀରାସ ଜନକ କଥା ମନକୁ ଆସିବାକୁ ଦିଅ ନହିଁ, ସମୟ ବହୁତ ଅନୁକୂଳ ଅଟେ ।

ଧନୁ :- ଆଜିର ଦିନ ବହୁତ ମାମଲାରେ ଖାସ ହେବାର ଅଛି । ଆପଣଙ୍କୁ କୌଣସି ନୂଆ ସମ୍ପର୍କରେ ଲାଭ ମିଳିବ । ଅତିତରେ ହୋଇଥିବା ଘଟଣାର ଅନୁସନ୍ଧାନର ଫାଇଦା ମିଳିପାରେ । ରହିଯାଇଥିବା ଧନ ବହୁତ କଷ୍ଟରେ ମିଳିବ । ଆତ୍ମା ବିଶ୍ବାସରେ ବୃଦ୍ଧି ହେବ । ଆଜି ଭାଗ୍ୟ ୮୧ ପ୍ରତିଶତ ସହଯୋଗ କରିବ ।


ମକର :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ଅଟେ ଓ ସାମାଜିକ, ଧାର୍ମିକ କାମରେ ଭାଗ ନେଉଥିବା କାରଣରୁ ଆପଣଙ୍କ ସନମାନ ବଢିବ । ଗ୍ରହର ଚାଳନ ଆପଣଙ୍କ ପକ୍ଷରେ ଅଟେ, ଭାଗ୍ୟ ଆପଣଙ୍କ ସହିତ ରହିଛି । ବ୍ୟବସାୟରେ ଲାଭ ହେବ । ଶୁଭ ସମାଚାର ଦିନଭରି ପ୍ରାପ୍ତ ହୋଇବ । ମିତ୍ର ମାନଙ୍କ ଭିତରେ ଖୁସି ବଢିବ । ଆଜି ଭାଗ୍ୟ ୭୯ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜିର ଦିନ ସମାଜର ଉଚ ଲୋକଙ୍କ ସହିତ ମିଳାମିଶାରେ ବିତିବ । ଆଧ୍ୟାତ୍ମ ଓ ଧର୍ମରେ ରୁଚି ବଢିବ ଓ ଭାଗ୍ୟ ଏହି ମାମଲାରେ ଆପଣଙ୍କ ସହଯୋଗ କରିବ । ଯାତ୍ରା, ମଙ୍ଗଳ ଉଶ୍ଚବର ସଂଯୋଗ ବନିବ । ଆଜି ପରିବାର ସହିତ ବହୁତ ଭଲ ସମୟ ବିତାଇବେ । ଆଜି ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ମୀନ :- ଆଜି ଦିନତି ଶୁଭ ଅଟେ ଓ ଉନ୍ନତିର ମାର୍ଗରେ ବହୁତ ରାସ୍ତା ଖୋଲିବ । ଅଧ୍ୟୟନ ଓ ଅଧ୍ୟାତ୍ମରେ ରୁଚି ବଢିବା ସ୍ଵାଭାବିକ ଅଟେ । ବିବାଦସ୍ପଦ ପ୍ରକରଣ ସମାପ୍ତ ହେବ । ଗୁପ୍ତା ଶତ୍ରୁ ବା ଈର୍ଷାଳୁ ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । କାହାକୁ ଆଜି ତାଙ୍କ ଉଧାର ଦିଅନ୍ତୁ ନାହିଁ । ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *