ମଙ୍ଗଳବାର 3 ଡିସେମ୍ବର 2019 – ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ବ୍ୟବସାୟରେ ପ୍ରଚୁର ଲାଭ

ଆମେ ଆପଣଙ୍କୁ ୦୩ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ । ଆମ ଜୀବନରେ ରାଶିଫଳର ମହତ୍ଵ ବହୁତ ରହିଥାଏ । ରାଶିଫଳ କାରଣରୁ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଆମେ ଅନୁମାନ ଲଗାଇଥାଉ । ରାଶିଫଳର ନିର୍ମାଣ ଗ୍ରହ ଓ ନକ୍ଷତ୍ରଙ୍କ ଚଳନକୁ ନେଇ ହେଇଥାଏ । ପ୍ରତିଦିନ ଗ୍ରହଙ୍କ ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶି ଫଳରେ ଆପଣଙ୍କୁ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବୈବାହିକ ଜୀବନ ସହ ଜଡିତ ସମସ୍ତ ସୂଚନା ମିଳିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କର ଆଜିର ରାଶିଫଳ ।

ମେଷ ରାଶି :-

ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବନ୍ଧୁଙ୍କ ନିକଟରୁ ଅର୍ଥିକ ସାହାଯ୍ୟ ପାଇବେ। ମନ ସ୍ଥିର ରହିବ ଓ ବୁଦ୍ଧିପ୍ରୟୋଗ କରି ପ୍ରଚୁର ଅର୍ଥ ଲାଭ କରିବେ। ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ପୂର୍ବ ଯୋଜନା ଅନୁଯାୟୀ କାମକଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

ବୃଷ ରାଶି :-

ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ। ଭାତୃ ବିବାଦ, ଜମିବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ।

ମିଥୁନ ରାଶି :-

କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ। ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ। ରାଜନୀତିରେ ଫାଇଦା ଉଠାଇବେ। ବ୍ୟବସାୟରେ ପ୍ରଚୁର ଲାଭହେବ। ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ।

କର୍କଟ ରାଶି :-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ କୃତକାର୍ଯ୍ୟ ହେବେ। ପରିଜନ ଓ ସାଧୁଜନ ପ୍ରିୟ ହେବେ। ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନର ଆଗମନ ହୋଇପାରେ। ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ।

ସିଂହ ରାଶି :-

ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। ସନ୍ତାନମାନେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ଋଣଭାରରୁ ମୁକ୍ତି ପାଇବେ। ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ।  ସାଙ୍ଗସାଥି ଭାଗିଦାରମାନଙ୍କ ପାଇଁ ଅତ୍ୟଧିକ ପରିଶ୍ରମ କଲେମଧ୍ୟ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରିପାରିବେ। ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ।

କନ୍ୟା ରାଶି :-

ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। ସନ୍ତାନମାନେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ଋଣଭାରରୁ ମୁକ୍ତି ପାଇବେ। ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ।  ସାଙ୍ଗସାଥି ଭାଗିଦାରମାନଙ୍କ ପାଇଁ ଅତ୍ୟଧିକ ପରିଶ୍ରମ କଲେମଧ୍ୟ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରିପାରିବେ। ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ।

ତୁଳା ରାଶି :-

ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି। ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ଅନ୍ୟର ଉପକାରକରି ପ୍ରଶଂସିତ ହେବେ।

ବିଛା ରାଶି :-

ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ। ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ। ମାଲିମୋକଦ୍ଦମା ଓ ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ପରେ ହଇରାଣ ହେବେ ନାହିଁ। ମହିଳାମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି।

ଧନୁ ରାଶି :-

ବ୍ୟବସାୟୀମାନଙ୍କର ବହୁତ ଦିନର ବାକିପଡିଥିବା ଅର୍ଥ ପାଇବେ ଓ ଆୟର ମାର୍ଗ ପ୍ରଶସ୍ତ ହେବ। ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବ ଓ ବନ୍ଧୁମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବେ। ଖେଳରେ ଓ ବିଦ୍ୟାରେ ଉନ୍ନତି ହେବ ଏବଂ ଦୂରଯାତ୍ରାରେ ସୁଖମିଳିବା ସହ ଲାଭ ବାନ୍ ହେବେ। ପରିବାରରେ ଆନନ୍ଦ ଲହରୀ ଖେଳିଯିବ।

ମକର ରାଶି :-

ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମହିଳାମାନେ ନୂତନବନ୍ଧୁଙ୍କୁପାଇ ଖୁସୀ ଅନୁଭବ କରିବେ। ପ୍ରତିଯୋଗିତା ପରିକ୍ଷାରେ ଉତ୍ତିର୍ଣ୍ଣ ହେବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ଖଣ୍ଡନ କରିବେ। କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେବେ। ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶ ଲାଭ, ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି। ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ।

କୁମ୍ଭ ରାଶି :-

ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବା ଫଳରେ ଆର୍ଥିକ ସମସ୍ୟା ଦୂର ହୋଇଯିବ। ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ବିରୋଧିମାନେ ଦୂରେଇ ଯିବେ। ଦୂରଯାତ୍ରାରେ ସଫଳତା ଓ ଲାଭ ପାଇବେ। ପ୍ରିୟଜନଙ୍କସହ ମିଳନ ହେବ। ଅଟକିଥିବା କାର୍ଯ୍ୟ ପୂରଣ ହେବ।

ମୀନ ରାଶି :-

ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ଅଫିସ୍ ରେ ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ।

ଭିନ୍ନ ଭିନ୍ନ ଜାତକ ହେତୁ କୌଣସି ବ୍ୟକ୍ତି ବିଶେଷଙ୍କ ରାଶିଫଳରେ କିଛି ସାମଞ୍ଜସ୍ୟ ରହିପାରେ ତେଣୁ ସଠିକ ଉପଦେଶ ପାଇଁ ଆପଣ କୌଣସି ପଣ୍ଡିତ କିମ୍ବା ଜ୍ୟୋତିଷଙ୍କ ପରାମର୍ଶ ନେବା ଆପଣଙ୍କ ପାଇଁ ମଙ୍ଗଳ ମୟ ହେବ ।

Leave a Reply

Your email address will not be published. Required fields are marked *