ଟେଲିଭିସନ ଦୁନିଆ ରେ ବହୁତ ସାରା ସିରିୟଲ ଯାହା ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ସାଥିରେ କିଛି ଏମିତି ବି ସିରିଏଲ ଅଛି ଯାହା ଲୋକ ମାନଙ୍କ ମନ ରେ ରହି ଯାଇଥାଏ । ଏବଂ ସେହି ସିରିୟଲ ର କଳାକାର ମାନେ ମଧ୍ୟ ଲୋକ ମାନଙ୍କ ର ଅତିପ୍ରିୟ ହୋଇ ଯାଇଥାଏ । ଓ ତାଙ୍କ ବିଷୟରେ ଜାଣିବାକୁ ବହୁତ ଉଚ୍ଛୁକ ହୋଇଥାନ୍ତି । ସେହି କିଛି ସିରିୟଲ ମଧ୍ୟ ରୁ ‘ୟେ ରିସ୍ତା କ୍ୟା କେହଲାତା ହେ’ ମଧ୍ୟ ଲୋକଙ୍କର ବହୁତ ପ୍ରିୟ ଅଟେ ।
ଏହି ସିରିୟଲ ରେ ସବୁଠୁ ବେସୀ ଲୋକମାନେ ‘ନାୟରା’ ଙ୍କ ଅଭିନୟ କୁ ବହୁତ ପସନ୍ଦ କରୁଛନ୍ତି । ଏହି ଟିଭି ଶୋ’ ରେ ନୟରା ଙ୍କ ଭୂମିକା ରେ ଅଭିନୟ କରିଛନ୍ତି ଶିବାଙ୍ଗୀ ଜୋଶୀ । ଆଜି ଆମେ ଶିବାଙ୍ଗୀ ଙ୍କ ଅସଲ ଜୀବନ ବିଷୟରେ ଆଲୋଚନା କରିବା ।
ଶିବାଙ୍ଗୀ ଙ୍କ ଜନ୍ମ ଡେରାଡୁନ ରେ ହୋଇଥିଲା । କିନ୍ତୁ ଶିବାଙ୍ଗୀ ତାଙ୍କ ବାଲ୍ୟକାଳ ଋଷିକେଶ ରେ ଅତିବାହିତ କରିଛନ୍ତି । ଶିବାଙ୍ଗୀ ଙ୍କ ଫିଟନେସ ଦେଖି କେହି ବି କହି ପାରିବେନି କି ତାଙ୍କୁ ଖାଇବା ପସନ୍ଦ ବୋଲି । କିନ୍ତୁ ଶିବାଙ୍ଗୀ ଙ୍କୁ ଅଲଗା ଅଲଗା ପ୍ରକାର ର ଖାଦ୍ୟ ଖାଇବାକୁ ବହୁତ ପସନ୍ଦ ।
ସେ ଛୋଟବେଳୁ କଥ୍ଥକ ମଧ୍ୟ ଶିଖିଛନ୍ତି । ସିରିୟଲ ‘ୟେ ରିସ୍ତା କ୍ୟା କେହଲାତା ହେ’ ରେ ତାଙ୍କ କାଷ୍ଟିଙ୍ଗ ରେ ଏହି ନୃତ୍ୟ ବହୁତ ବଡ କାରଣ ଅଟେ । ଶିବାଙ୍ଗୀ ତାଇକାଣ୍ଡୋ ରେ ବ୍ଲାକ ବେଲ୍ଟ ମଧ୍ୟ ହାସଲ କରିଛନ୍ତି । ଶିବାଙ୍ଗୀ ଙ୍କୁ ଡାନ୍ସ ଏବଂ ତାଙ୍କ ସିରିୟଲ ଭୂମିକା ନାୟରା ପରି ଚୂଳବୁଲି ରହିବା ତାଙ୍କୁ ବହୁତ ପସନ୍ଦ ।
କୁହାଯାଉଛି କି ଶିବାଙ୍ଗୀ ଙ୍କର ତାଙ୍କ ସହ କଳାକାର ମୋହସିନ ଖାନ(କାର୍ତିକ) ଙ୍କ ସହ ସମ୍ପର୍କ ନିବିଡ ରହିଛି । ଏହା ମୋହସିନ ବର୍ଷେ ପୂର୍ବରୁ ମିଡିଆ ଆଗରେ ସ୍ଵୀକାର କରିଥିଲେ । ଶିବାଙ୍ଗୀ ଏକ ଡାନ୍ସ ଶୋ’ ନିମନ୍ତେ ମୁମ୍ବାଇ ଆସିଥିଲେ । ଯେଉଁଠି ଡାନ୍ସ ଶୋ’ ର ଜର୍ଜ ଶିବାଙ୍ଗୀ ଙ୍କ ମାତପିତା ଙ୍କୁ କହିଥିଲେ ଶିବାଙ୍ଗୀ ଙ୍କ ଆକଟିଂ କ୍ୟାରିଆର ବନାଇବା ପାଇଁ ।
ଶିବାଙ୍ଗୀ ବହୁତ ସୋ’ ର ଅଡିସନ ମଧ୍ୟ ଦେଇଛନ୍ତି ଏବଂ ୨୦୧୩ ମସିହା ରେ ସେ ପ୍ରଥମେ ଟିଭି ପରଦା ରେ ଆସିଥିଲେ । ୨୦୧୪ ରେ ସେ ‘ବେଗୁସରାୟ’ ରେ ମୁଖ୍ୟ ଭୂମିକା ରେ କାମ କରିଥିଲେ । ଏହି ଟିଭି ଶୋ’ ରେ ଶିବାଙ୍ଗୀ ଙ୍କର ରୋଲ ଏକ ସିଧା ଶରଳ ଝିଅ ଭୂମିକା ର ଥିଲା । ଏହି ଟିଭି ଶୋ’ ରେ ଶିବାଙ୍ଗୀ ଙ୍କ ସହ ଶ୍ବେତା ତିଵାରୀ ମଧ୍ୟ ନଜର ଆସିଥିଲେ । ଶିବାଙ୍ଗୀ ଟିଭି ଶୋ’ ‘ଅଶୋକ ସମ୍ରାଟ’ ରେ କୌରବତୀ ର ଭୂମିକା କୁ ମନା କରିଥିଲେ ।