ସାବଧାନ! କରୋନା ଛାଡିବା ପରେ ମାଡି ଆସୁଛି ଆଉ ଏକ ରୋଗ

ଗତ ୧ ବର୍ଷ ହେବ କରୋନା ସମସ୍ତଙ୍କର ଜୀବନକୁ ନଷ୍ଟ କରି ଦେଇଛି । ଲକଡାଉନ ଯୋଗୁ କିଏ କାମ ପାଉନି ତ କିଏ ଖାଇବାକୁ । ଅନ୍ୟ ପଟେ ଯଦି କେହି କରୋନାରେ ସଂକ୍ରମିତ ହେଉଛି ତେବେ ତାକୁ ଆହୁରି ବିଭିନ୍ନ ପ୍ରକାରର ସମସ୍ୟା ଅସୁବିଧାର ସାମ୍ନା କରିବାକୁ ପଡୁଛି ।

ଏହିଭଳି ଭବାରେ ସମସ୍ତଙ୍କର ଦିନ ଦୁଃଖ ଓ କଷ୍ଟରେ ବିତୁଛି । କହିବାକୁ ଗଲେ କରୋନାରେ ଯଦି କେହି ଆକ୍ରାନ୍ତ ହେଉଛନ୍ତି ତେବେ ସେ ବହୁତ ଜଲ୍ଦି ସୁସ୍ଥ ମଧ୍ୟ ହୋଇଯାଉଛନ୍ତି । କିନ୍ତୁ ଅନ୍ୟ ପଟେ କେତେକ ରୋଗୀ ପ୍ରାଣ ମଧ୍ୟ ହରାଉଛନ୍ତି । କିନ୍ତୁ ବର୍ତ୍ତମାନର ସବୁଠୁ ବଡ ଚର୍ଚିତ ବିଷୟ ହେଉଛି କି କରୋନାରେ ପୀଡିତ ହେଉଥିବା ବ୍ୟକ୍ତି ସୁସ୍ଥ ହୋଇ ଯାଉଛନ୍ତି କିନ୍ତୁ କିଛି ଦିନ ପରେ ସେମାନେ ପୁଣି ଥରେ ଅନ୍ୟ କେତେକ ରୋଗରେ ଶିକାର ହେଉଛନ୍ତି । ଯାହାକି କରୋନାରେ ପୀଡିତ ହେଉଥିବା ରୋଗୀମାନଙ୍କ ପାଇଁ ସବୁଠୁ ବଡ ଚିନ୍ତାଜନକ ବିଷୟ ଅଟେ ।

କାରଣ ତାକୁ ପୁଣି ଥରେ ମେଡିକାଲ ଯାଇ ସେଠି କିଛି ଦିନ ରହି ନିଜର ଚିକିତ୍ସା କରାଇବାକୁ ପଡିଥାଏ । ଏମିତିରେ ତାହାର ଦୁଃଖର ଦିନ ଦ୍ଵିଗୁଣା ହୋଇଯାଏ । ବ୍ରିଟିଶ ମେଡିକାଲ ରିପୋର୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କୁହାଯାଉଛି କି ରୋଗୀ ଶରୀରରୁ କରୋନାର ଜୀବାଣୁ ଯିବା ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ସେହି ରୋଗୀ ଶରୀରରେ ଛାଡି ଦେଇ ଯାଉଛି । ବିଶେଷଜ୍ଞମାନଙ୍କ କହିବା ଅଟେ କି ପ୍ରାୟତଃ ୧୪ ପ୍ରତିଶତ ରୋଗୀ ସୁସ୍ଥ ହେବା ପରେ ପୁଣି ଥରେ ମେଡିକାଲ ଆସିବା ପାଇଁ ବାଧ୍ୟ ହେଉଛନ୍ତି ।

ଲଣ୍ଡନରେ ଅବସ୍ଥିତ ନ୍ୟାସନାଲ ହେଲଥ ରିସର୍ଚର ବିଶେଷଜ୍ଞମାନେ ଏକ ରିସର୍ଚ କରିଥିଲେ । ଯେଉଁଥିରେ ସେମାନେ ଗତ ବର୍ଷ ଜାନୁୟାରୀ ୧ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ କରୋନା ସଂକ୍ରମିତ ୧,୯୩,୧୧୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର କରିଥିଲେ । ଏହି ରିସର୍ଚରେ ୧୮ ରୁ ୬୫ ବୟସର ରୋଗୀମାନଙ୍କୁ ସାମିଲ କରାଯାଇଥିଲା । ଏହି ସର୍ବେରେ କରୋନାରେ ସଂକ୍ରମିତ ହେଉଥିବା ରୋଗୀମାନଙ୍କ ପରେ ୨୧ ଦିନ ପର୍ଯ୍ୟନ୍ତ ସେମାନଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଉପରେ ନଜର ରଖାଯାଇଥିଲା ।

ଏହା ପରେ ବିଶେଷଜ୍ଞମାନେ ଜାଣି ପାରିଲେ କି କରୋନାରୁ ସୁସ୍ଥ ହେବା ପରେ ୬ ମାସ ମଧ୍ୟରେ ରୋଗୀ ନୂଆ ରୋଗରେ ଆକ୍ରାନ୍ତ ହେବାରେ ସମ୍ଭାବନା ଅଛି । ଏହି ସର୍ବେରୁ ଜଣା ପଡିଲା କି ୧୪ ପ୍ରତିଶତ କରୋନା ରୋଗୀ ସୁସ୍ଥ ହେବା ପରେ ସେମାନେ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏମିତିରେ ପୁଣି ଥରେ କରୋନା ରୋଗୀକୁ ମେଡିକାଲ ଯିବାକୁ ପଡିବ । ବର୍ତ୍ତମାନ ସମୟରେ ସୁସ୍ଥ ହୋଇଥିବା କରୋନା ରୋଗୀମାନଙ୍କ ସଂଖ୍ୟା ବି ବଢିବାରେ ଲାଗିଛି ।

ଏହା ସହିତ ଜଣା ପଡିଛି କି ସୁସ୍ଥ ହେଉଥିବା କରୋନା ରୋଗୀମାନଙ୍କ ମଧ୍ୟରୁ ଯୁବକମାନେ ବୟସ୍କ ବ୍ୟକ୍ତିମାନଙ୍କ ତୁଳନାରେ ଅଧିକ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଥିରେ ସେମାନେ ବି ସାମିଲ ଅଛନ୍ତି ଯେଉଁମାନଙ୍କୁ ପୂର୍ବରୁ କୌଣସି ବି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା ।

Leave a Reply

Your email address will not be published. Required fields are marked *