ରୂପାର ଗହଣା ପଡି ଯାଇଛି କଳା, ତାହେଲେ ଚମକାଇବା ପାଇଁ ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ

ଦୁନିଆରେ ଏମିତି କୌଣସି ଘର ଥିବ ଯେଉଁଠି ରୂପାର ଗହଣା ଏବଂ ବାସନ ନଥିବ । ରୂପାର ଗହଣା ଏବଂ ବାସନର ଚମକ ଆଖିକୁ ସେତିକି ଶାନ୍ତି ଦେଇଥାଏ ଯେତିକି ସୁନା ଦେଇଥାଏ । କିନ୍ତୁ ରୂପାର ବାସନ ହେଉକି ଗହଣା କିଛି ସମୟ ବ୍ୟବହାର କରିବା ପରେ ଦୁଇଟି ଯାକ କଳା ପଡିଯାଇଥାଏ । ଏହା କଳା ପଡିବା ପରେ ଆପଣ ଏହାକୁ ବ୍ୟବହାର କରିବା ବନ୍ଦ କରିଦିଅନ୍ତି । ତାହାକୁ କୌଣସି ଏକ ଆଲମାରି କଣରେ ପକାଇ ଦେଇଥାନ୍ତି ।

କିନ୍ତୁ ବଣିଆକୁ କୁ ଡରରେ ସଫା କରିବାକୁ ଦେଇନଥାନ୍ତି ।

କାରଣ ସବୁବେଳେ ବଡ ଲୋକମାନେ କହିଥାନ୍ତି କି ବଣିଆକୁ କେବେ ଦିଅନି ସଫା କରିବାକୁ ସେମାନେ ଏହାକୁ ସଫା କରିବା ବାହାନାରେ ଏଥିରୁ ସବୁ ରୂପା କାଢି ନେଇଯିବେ । ଯଦି ଏବେ ବି ସେହି ଡର ଆପଣମାନଙ୍କ ମନରେ ଅଛି ତାହେଲେ ବଣିଆକୁ ନଦେଇ ରୂପାର ଗହଣା ଏବଂ ବାସନକୁ ଏହି ଘରୋଇ ଉପାୟରେ ଘରେ ହିଁ ସଫା କରନ୍ତୁ ।

ଏହି ୫ଟି ଚମତ୍କାର ଫାଇଦା ବିଷୟରେ ଆପଣ ଜାଣିନଥିବେ ,ଏବେ ଜାଣନ୍ତୁ

ଟୁଥପେଷ୍ଟ

ଟୁଥପେଷ୍ଟ ବା ଟୁଥପାଉଡର ଦ୍ଵାରା ଘରେ ସହଜରେ ରୂପାର ଗହଣା ଏବଂ ବାସନକୁ ସଫା କରିବାର ସବୁଠାରୁ ବଢିଆ ଏବଂ ସହଜ ଉପାୟ । ଏଥିପାଇଁ ରୂପାର କଳା ପଡିଥିବା ଜିନିଷ ଉପରେ ଟୁଥପେଷ୍ଟ ଘଷିଲେ ସେ ଚମକି ଉଠିଥାଏ ।

ବେକିଙ୍ଗ ସୋଡା

ରୂପାର ଗହଣା ଏବଂ ବାସନ ସଫା କରିବା ପାଇଁ ବେକିଙ୍ଗ ସୋଡା ର ବି ପ୍ରୟୋଗ କରାଯାଇଥାଏ । ଏଥିପାଇଁ ଏକ ଲିଟର ପାଣିରେ ଗୋଟେ ଚାମଚ ବେକିଙ୍ଗ ସୋଡା କୁ ମିଶାଇ ସେଥିରେ କଳା ପଡିଥିବା ରୂପାର ବାସନ ଏବଂ ଗହଣା କୁ ପକାଇ ଦିଅନ୍ତୁ । ଏହା ପରେ ଫଏଲ ପେପର ସାହାଯ୍ୟରେ ଘଷି ବାସନ ଏବଂ ଗହଣାକୁ ସଫା କରନ୍ତୁ ,ଦେଖିବେ ଏହା ପରେ ସେ ଚମକି ଉଠିବ ।

ଲେମ୍ବୁ ଏବଂ ଲୁଣ

ଯଦି ଆପଣଙ୍କର ରୂପା ବାସନ ଏବଂ ଗହଣାରୁ ଚମକ ଚାଲି ଯାଇଛି ,ତାହେଲେ ଲେମ୍ବୁ ଏବଂ ଲୁଣର ପାଣି କରନ୍ତୁ ,ସେଥିରେ ରୂପା ଜିନିଷ କୁ ରାତିସାରା ଭିଯାଇ ଦିଅନ୍ତୁ ।

ଡିଟର୍ଜେଣ୍ଟ ପାଉଡର

ଏକ ପାତ୍ରରେ ଗରମ ପାଣି ଏବଂ ଡିଟର୍ଜେଣ୍ଟ ମିଶାଇ ସେଥିରେ ରୂପାର ଜିନିଷକୁ କିଛି ସମୟ ପାଇଁ ବୁଡାଇ ରଖିଦିଅନ୍ତୁ । ତାପରେ ତାକୁ ବାହାରକୁ ଆଣି ବ୍ରସ ରେ ରଗଡନ୍ତୁ ଏବଂ ଧୋଇଦିଅନ୍ତୁ । ଆପଣଙ୍କ ରୂପାର ଜିନିଷ ଏକଦମ ଚମକି ଉଠିବ।

ଚକ

ରୂପା ର କଳା ପଡିଥିବା ବାସନ ଏବଂ ଗହଣା ଉପର ଚକର ଗୁଣ୍ଡ ନେଇ ଘସନ୍ତୁ । ଏମିତି କଲେ କଳା ହୋଇଥିବା ରୂପା ଚମକି ଉଠିବ ।

Leave a Reply

Your email address will not be published. Required fields are marked *