କଣ ଆପଣ ଜାଣିଛନ୍ତି ସବୁଠୁ ବଡ ଦାନ କଣ ଅଟେ, ଆଜି ଆମେ ଗୌତମ ବୁଦ୍ଧଙ୍କ ଏମିତି ଗୋଟେ କାହାଣୀ କହିବୁ , ଯେଉଁଥିରେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ମିଳିଯିବ କି ସବୁଠୁ ବଡ ଦାନ କଣ ହୋଇଥାଏ । ଗୋଟେ ଥର ଗୌତମ ବୁଦ୍ଧ ମଗଧ ରାଜଧାନୀର ରାଜ ଗୃହରୁ ପ୍ରସ୍ଥାନ କରୁଥିଲେ, ଯେତେବେଳେ ଲୋକଙ୍କୁ ଜଣ ପଡିଲା ସେ ତାଙ୍କର ଦର୍ଶନ ପାଇଁ କିଛି ଜିନିଷ ଧରି ଆସିଲେ ।
ନିଜ ଶିଷ୍ୟଙ୍କ ଭିଡାରେ ବସିଥିବା ଗୌତମ ବୁଦ୍ଧ ନିଜ ଶିଷ୍ୟଙ୍କ ଭେଟ ସ୍ଵୀକାର କରୁଥିଲେ । ସମ୍ରାଟ ବିମ୍ବାସର ଭୂମି, ଖାଦ୍ଯ, ବସ୍ତ୍ର, ବହନ ଆଦି ପ୍ରଦାନ କରୁଥିଲେ । ବହୁତ ଧନବାନ ବ୍ୟକ୍ତି ମଧ୍ୟ ତାଙ୍କ ଚରଣରେ ଧନ, ଧାନ୍ୟ, ଆଭୁଷଣ ପ୍ରଦାନ କରୁଥିଲେ ।
ସମସ୍ତଙ୍କ ଦାନ ଗ୍ରହ କରିବାକୁ ବୁଦ୍ଧ ନିଜର ଡାହାଣ ହାତ ଉଠାଇ ଇସାରା କରିଦେଉଥିଲେ । ଭିଡାରେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ, ସେ ବୁଦ୍ଧଙ୍କୁ କହିଲେ ପ୍ରଭୁ ମୁଁ ବହୁତ ନିର୍ଧନ ଅଟେ, ମୋ ପାଖରେ ଆପଣଙ୍କୁ ଦେବା ପାଇଁ କିଛି ନାହିଁ । ଆଜି ଗଛରୁ ଗୋଟେ ଆମ୍ବ ମିଳିଲା ମୁଁ ତାକୁ ଅଧା ଖାଇଥିଲି ସେତେବେଳେ ମୁଁ ଆପଣଙ୍କ ଆସିବା ଖବର ଶୁଣିଲି ସେଇ ଅଧା ଆମ୍ବ ଛଡା ଆଉ ମୋ ପାଖରେ କିଛି ନାହିଁ । ଏହାକୁ ହିଁ ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି । କୃପା କରି ମୋ ଭେଟ ଗ୍ରହଣ କରନ୍ତୁ ।
ରାଜା ମହାରାଜା ଜନ ସମୁଦାୟ ଦେଖିଲେକି ବୁଦ୍ଧ ତାଙ୍କ ସ୍ଥାନରୁ ଉଠି ବୃଦ୍ଧ ପାଖକୁ ଆସି ଦୁଇହାତରେ ସେଇ ଅଧା ଆମ୍ବକୁ ଗ୍ରହଣ କଲେ । ସମ୍ରାଟ ବିମ୍ବାସାର ଆଶ୍ଚର୍ଯ୍ୟ ହୋଇ ବୁଦ୍ଧଙ୍କୁ ପଚାରିଲେ ଭଗବାନ ବହୁତ ମୂଲ୍ୟାବାନ ଜିନସକୁ ଆପଣ ହାତ ହଲାଇ ଗ୍ରହଣ କଲେ କିନ୍ତୁ ଏହି ବୃଦ୍ଧାର ଅଇଁଠା ଆମ୍ବକୁ ଗ୍ରହଣ କରିବା ପାଇ ଆପଣ ନିଜ ଆସ୍ଥାନରୁ ଉଠି ଦୁଇହାତରେ ଗ୍ରହଣ କଲେ କାହିଁକି,ରାଜା ପଚାରିଲେ ଏଥିରେ ଏମିତି କଣ ବିଶେଶ୍ଵତ ରହିଛି । ତେବେ ବୁଦ୍ଧ ହସିକି କହିଲେ ଏହି ବୃଦ୍ଧ ମୋତେ ତାର ସବୁ ପୁଞ୍ଜି ଦେଇଛନ୍ତି ।
ଆପଣମାନେ ମୋତେ ଯାହା କିଛି ଦେଇଛନ୍ତି ସେ ସବୁ ସମପତିର କିଛି ଅଂସ ମାତ୍ର ଓ ତା ବଦଳରେ ଦାନ କରିବାର ଅହଂକାର ମଧ୍ୟ ମନରେ ରଖିଲେ । କିନ୍ତୁ ଏହି ବୃଦ୍ଧ ମୋ ପ୍ରତି ଅପାର ପ୍ରେମ ଓ ଶ୍ରଧା ରଖୀ ମୋତେ ସର୍ବସ୍ଵ ଅର୍ପିତା କରିଦେଲେ ତାପରେ ମଧ୍ୟ ତାର ଚେହେରାରେ ନମ୍ରତା ଓ କରୁଣା ରହିଛି । ବନ୍ଧୁଗଣ ଏହି କାହାଣୀରୁ ଆମେ ଏହା ଶିକ୍ଷା କଲୁ ଦାନ ତାହା ହୋଇନଥାଏ ଅହଂକାର ସହିତ ଦେଖେଇବା ପାଇଁ କରାଯାଏ । ସବୁଠୁ ବଡ ଦାନ ଏହା ହୋଇଥାଏ ଯାହା ଶଚି ଶ୍ରଦ୍ଧା ଭାବ ସହିତ କରାଯାଏ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।