ସକାଳୁ ଉଠିଲା ପରେ ଏମାନଙ୍କ ମୁହଁ ଦେଖିଲେ ହୋଇଥାଏ ଶୁଭ, ହୁଏ ଟଙ୍କା ବର୍ଷା

ବନ୍ଧୁଗଣ ସକାଳୁ ଉଠିବା ମାତ୍ରେ କୌଣସି ପଜେଟିଭ ସ୍ଵର ଶୁଣିବା ବା ଦେଖିବା ଦ୍ଵାରା ସଂପୂର୍ଣ୍ଣ ଦିନ ଟି ଶୁଭମୟ ହୋଇଥାଏ । ସେହି ପଜେଟିଭ ଜିନିଷ ଗୁଡିକ ହେଉଛି ଯଦି ଆପଣ ଶଙ୍ଖ, ଘଣ୍ଟି, ଭକ୍ତି ସଙ୍ଗୀତ ଆଦି ର ସ୍ଵର ଶୁଣି ଥାନ୍ତି ତେବେ ଦିନ ଟି ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆଖି ଖୋଲୁ ଖୋଲି ପ୍ରଥମେ ଦହି ବା କ୍ଷୀର ପାତ୍ରରେ ନଜର ପଡେ ତେବେ ଶୁଭ ହୋଇଥାଏ ।

ସେହି ଦିନ କିଛି ଶୁଭ କାର୍ଯ୍ୟ ରେ ବାହାରିବାକୁ ଚାହୁଁ ଛନ୍ତି କିମ୍ବା ମଙ୍ଗଳମୟ କାମ କରିବାକୁ ଚାହୁଁ ଛନ୍ତି ତେବେ ସେହି କାର୍ଯ୍ୟ ଟି ଶୁଭ ଫଳ ଆଣିଥାଏ । ତେବେ ଆସନ୍ତୁ ଜାଣିବା ସକାଳୁ ଉଠିଲା ପରେ କଣ ଦେଖିଲେ ଶୁଭପ୍ରଦ ହୋଇଥାଏ ।

ଆମ ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାରର ବସ୍ତୁ ବା ଜିନିଷ ଦେଖି ଥାଉ । ଯାହା ଆମ ପାଇଁ ଶୁଭ ଅଶୁଭର ସଂକେତ ପ୍ରଦାନ କରିଥାଏ । ଏମିତି କିଛି ଜିନିଷ ଅଛି ଯାହାକୁ ଦେଖିବା ମାତ୍ରେ ଶୁଭ ଫଳ ମିଳିଥାଏ । ଆଉ କିଛି ଜିନିଷ ବା ବସ୍ତୁ ଦେଖିବା ମାତ୍ରେ ଅଶୁଭ ଫଳ ମିଳିଥାଏ । ତେବେ ସେଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

୧- ଯଦି ସକାଳୁ କୌଣସି ଭିକାରି ଭିକ ମାଗିବାକୁ ଆସିଥାଏ ତେବେ ଜାଣି ରଖନ୍ତୁ ଆପଣ ଉଧାର ଦେଇଥିବା ଧନ ବହୁତ ଜଲ୍ଦି ଫେରି ପାଇବେ । ତେଣୁ ଭିକାର କୁ ଦେଖି ଅସ୍ତ ବ୍ୟସ୍ତ କି ଭୟ କରନ୍ତୁ ନାହି । ଏହା ଆପଣଙ୍କୁ ଶୁଭ ଫଳ ଦେବା ସହ ଦିନ ମଙ୍ଗଳମୟ ହୋଇଥାଏ ।

୨- ଯଦି ଘରୁ କୌଣସି କାମରେ ବାହାରକୁ ଯିବା ସମୟରେ ସୁହାଗିନୀ ନାରୀ ବା ଗାଈ ଆସିଥାନ୍ତି ତେବେ କମାରେ ସଂପୂର୍ଣ୍ଣ ସଫଳତା ମିଳିଥାଏ ।

୩- ଆପଣଙ୍କ ସାମନା ରେ ଯଦି ସକାଳୁ ଗୁଡ ନେଇ ଯାଉ ଥିବାର ଦେଖନ୍ତି ତେବେ ଆପଣଙ୍କ ବୁଝି ନିଅନ୍ତୁ କି ଆପଣଙ୍କର କାର୍ଯ୍ୟ ଟି ବହୁତ ଅଧିକ ଲାଭଦାୟକ ହେବ । ଯାହା ଆପଣଙ୍କୁ ଅନେକ ସଫଳତାର ମାର୍ଗ ଦେଖାଇବ । ଏହା ସହ ଆପଣଙ୍କର ସବୁ କାମ ସଫଳତାର ହେବା ସହ ଶୁଭ ଫଳ ଆଣିଥାଏ ।

୪- ଯଦି ରାସ୍ତା ରେ ଯାଉଥିବା ସମୟରେ ସକାଳୁ କୌଣସି ପୁରୁଷ ବା ସ୍ତ୍ରୀ କ୍ଷୀର ବା ପାଣି ଭର୍ତ୍ତି ପାତ୍ର ନେଇ ଯାଉ ଥିବାର ଦେଖନ୍ତି ତେବେ ଶୁଭ ସଂକେତ ହୋଇଥାଏ ।

୫- ଯଦି ରାସ୍ତା ରେ ଯାଉଥିବା ସମୟରେ ହସୁଥିବା ବାଳକ ଓ ଫୁଲ ଫଳ ବିକୁ ଥିବା କେହି ଜଣେ ନଜର ଆସେ ତେବେ ନିଶ୍ଚୟ ଲାଭ ପ୍ରାପ୍ତି ହେବ । ଆପଣ ବୁଝି ନେବେ କି ଆପଣଙ୍କର ସଂପୂର୍ଣ୍ଣ ଦିନ ଟି ଶୁଭ ଓ ମଙ୍ଗଳମୟ ହେବ । ଆପଣଙ୍କର ସବୁ କାମ ସଫଳ ହେବ ।

ଏହି ୫ଟି ଜିନିଷ କୁ ଯଦି ଆପଣ ଦେଖନ୍ତି କି ଶୁଣନ୍ତି ତେବେ ସମ୍ପୂର୍ଣ୍ଣ ଦିନ ଟି ଆପଣଙ୍କର ଶୁଭ ଓ ମଙ୍ଗଳମୟ ହେବ ବୋଲି ମାନା ଯାଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *