ସଲମାନ ଖାନଙ୍କ ଫିଲ୍ମ Tere Naamରୁ ଡେବ୍ୟୁ କରିଥିବା ଏହି ହିରୋଇନ୍ ଆଜି ବଞ୍ଚୁଛନ୍ତି ଏଭଳି ଜୀବନ

ବଲିଉଡରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । କିଛି କଳାକାର ମାନେ ନିଜର ଦମଦାର ଅଭିନୟ କରି ପାଇଁ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହା ଛଡା ଅଭିନେତା ଙ୍କ ସହ କିଛି ଅଭିନେତ୍ରୀ ମାନେ ମଧ୍ୟ ଅଭିନୟ କରି ଅନେକ ଫିଲ୍ମରେ ହି-ଟ ହୋଇ ପାରିଛନ୍ତି ।

“ତେରେ ନାମ” ଫିଲ୍ମରେ ଅଭିନେତା ସଲମାନ ଖାନଙ୍କ ସହ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ଆଜିକା ଡେଟରେ ଦେଖିବାକୁ କେମିତି ଲାଗୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ୨୦୦୩ରେ ରିଲିଜ ହୋଇଥିବା “ତେରେ ନାମ” ଫିଲ୍ମ ନିଶ୍ଚୟ ଦେଖିଥିବେ । ଏଥିରେ ଦକ୍ଷିଣ ନାୟିକା ଭିମିକ ଚାୱଲା ଅଭିନେତା ସଲମାନ ଖାନଙ୍କ ସହ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ଯାହା ପାଇଁ ଫିଲ୍ମଟି ହି-ଟ ହୋଇ ପାରିଥିଲା ।

୧୯୭୮ ଅଗଷ୍ଟ ୨୧ରେ ଦିଲ୍ଲୀର ପଞ୍ଜାବୀ ପରିବାରରେ ଅଭିନେତ୍ରୀ ଭୂମିକା ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଆର୍ମି ଅଫିସର ଅଟନ୍ତି । ସେ ଦିଲ୍ଲୀରେ ନିଜର ପାଠପଢା ଶେଷ କରିଛନ୍ତି । ତାଙ୍କ ପିତା ଆର୍ମିରେ ଥିବାରୁ ସେ ପୁରା ଦେଶ ବୁଲିବାର ସୁଯୋଗ ପାଇଥିଲେ । ସେ ତାଙ୍କ ଫିଲ୍ମ କ୍ଯାରିୟର ଦକ୍ଷିଣ ଫିଲ୍ମ “ୟୁବା କୁଦୁ” ଥିଲା ଯେଉଁଥିରେ ଦକ୍ଷିଣ ଅଭିନେତା ସୁମନ୍ତଙ୍କ ସହ ଅଭିନୟ କରିଥିଲେ । ଏହା ପରେ ସେ ଫିଲ୍ମ “ଖୁସି” ରେ ଅଭିନେତା ପବନ କୁମାରଙ୍କ ସହ ଅଭିନୟ କରିଥିଲେ ।

ଏହି ଫିଲ୍ମ ପାଇଁ ଭୂମିକା ଙ୍କୁ ବେଷ୍ଟ ଫିଲ୍ମ ଆୱାର୍ଡ ମିଳିଥିଲା । ଏହା ପରେ ସେ ସୁପରଷ୍ଟାର ମହେଶ ବାବୁଙ୍କ ସହ “ଔକାଦୁ”, ଜୁନିୟର ଏନଟିଆରଙ୍କ ସହ ଫିଲ୍ମ “ସିମ୍ହାଦ୍ରି” ରେ ଅଭିନୟ କରିଥିଲେ । ତାମିଲ ଓ ତେଲୁଗୁ ଅଭିନେତା ଙ୍କ ସହ ସ୍କ୍ରିନ ଶେୟାର କରିବା ପରେ ଭୂମିକା ବଲିଉଡରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଅଭିନେତା ସଲମାନ ଖାନଙ୍କ ସହ “ତେରେ ନାମ” ଥିଲା । ଏହା ପରେ ସେ ବଲିଉଡରେ କିଛି ଖାସ ସଫଳତା ପାଇ ପାରିଲେ ନାହି । ୨୦୦୭ ଅକ୍ଟୋବର ୨୧ରେ ୟୁବା ଟିଚର ଭରତ ଠାକୁରଙ୍କ ସହ ନାସିକର ଗୁରୁଦ୍ୱାରରେ ବିବାହ କରିଥିଲେ ।

ଏହା ପରେ ଭୂମିକା ଅଭିନୟ ଦୁନିଆରୁ ଅlବିଦା ନେଇଥିଲେ । ତାଙ୍କର ଗୋଟେ ପୁଅ ଅଛି । ସମୟ ଅନୁସାରେ ଭୂମିକା ଆଗ ଅପେକ୍ଷା ଦେଖିବାକୁ ବହୁତ ସୁନ୍ଦର ଓ ଗ୍ଲାମରିୟସ ଲାଗୁଛନ୍ତି । ସେ ତାଙ୍କ ପୁରା ପରିବାର ସହ ବେଶ ଖୁସିରେ ଜୀବନ ଅତିବାହୀତ କରୁଛନ୍ତି । “ତେରେ ନାମ” ଫିଲ୍ମ ରେ ଅଭିନୟ କରିବା ପରେ ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ଅପରିଚୟ ସୃଷ୍ଟି କରି ପାରିଛନ୍ତି । ଆଜି ବି ଦର୍ଶକ ମାନେ ତାଙ୍କୁ ମନେ ରଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଭୂମିକା ଚାୱଲା ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *