ସଲମାନ ଖାନଙ୍କ ପୁତୁରାଙ୍କ ମୃତ୍ୟୁ, ଶୋକରେ ବୁଡିଲା ସାରା ପରିବାର

ନୂଆଦିଲ୍ଲୀ ଯେଉଁଠି କିଛି ଦିନ ହେବ ଲକ ଡାଉନ କାରଣରୁ ସବୁକିଛି ବନ୍ଦ, ଏହି ସମୟରେ ଏବେ ମୁମ୍ବାଇରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଙ୍କ ପରିବାରରେ ଏକ ଦୁଃଖଦ ଘଟଣାର ଖବର ସାମ୍ନାକୁ ଆସିଛି । ସଲମାନ ଖାନଙ୍କ ପୁତୁରା ଅବଦୁଲ୍ଲା ଖାନଙ୍କ ମୃତ୍ୟୁ ହୋଇଯାଇଛି । ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ । ସୂଚନା ଅନୁଯାୟୀ ତାଙ୍କ ଫୁସଫୁସରେ ସଂକ୍ରମଣ ଥିଲା । ଦୁଇ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମୃତ୍ୟୁ ଖବର ଶୁଣିବା ପରେ ସଲମାନଙ୍କ ପରିବାର ଶୋକରେ ବୁଡିଗଲା । ସଲମାନ ତାଙ୍କର ଏହି ପୁତ୍ତୁରାକୁ ବହୁତ ଭଲ ପାନ୍ତି ଓ ସେ ନିଜେ ଏହା ଟୁଇଟ ମଧ୍ୟ କରିଛନ୍ତି ।

କୁହାଯାଉଛି ଯେ ଅବଦୁଲ୍ଲା ବହୁତ ଦିନ ହେବ କୋକିଳାବେନ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ । କିନ୍ତୁ ସୂଚନା ଅନୁଯାୟୀ ତାଙ୍କ ଫୁସଫୁସ ରେ ସଂକ୍ରମଣ ଥିବାରୁ ଦୁଇ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁ ଖବର ନିଜେ ସଲମାନ୍ ହିଁ ଦେଇଛନ୍ତି । ସେ ଅବଦୁଲ୍ଲାଙ୍କ ବିଷୟରେ ସୋସିଆଲ ମିଡିଆରେ ଏକ ଟୁଇଟ ମାଧ୍ୟମରେ ତାଙ୍କ ଫାନସଙ୍କ ସହିତ ଏହି କଥା କହି ସେୟାର କରିଛନ୍ତି । ସେ ଟୁଇଟ କରିବା ସହିତ ଅବଦୁଲ୍ଲାଙ୍କୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦେଇଛନ୍ତି । ସେ ତାଙ୍କ ଫଟୋ ମଧ୍ୟ ସେୟାର କରି କହିଛନ୍ତି ସବୁବେଳେ ତୁମକୁ ଭଲ ପାଉଥିବି ।

ସଲମାନ ଖାନ ଅବଦୁଲ୍ଲାଙ୍କ ସହ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ପୋଜ ଦେବାର ନଜର ଆସିଥିଲେ । ହେଲେ ସଲମାନଙ୍କ ଟୁଇଟ କରିବା ପରେ ସୋସିଆଲ ମିଡିଆରେ ଆକ୍ଟର ରାହୁଲ ଦେବ ମଧ୍ୟ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଏହି ଦୁଃଖଦ ସମୟରେ ଭଗବାନଙ୍କୁ ସଲମାନଙ୍କ ପରିବାରକୁ ସାହାସ, ଶକ୍ତି ହେବାକୁ ପ୍ରାର୍ଥନା କରିଛନ୍ତି ।

ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଏହି ଦୁଃଖ ବାରମ୍ବାର ଜଣାଇଛନ୍ତି । କେତେକ ଜିମ ଭିଡିଓ ରେ ମଧ୍ୟ ଅବଦୁଲ୍ଲା ସଲମାନ ଖାନଙ୍କ ସହ ନଜର ଆସିଥିଲେ । ଥରେ ବିଗତ ଦିନରେ ସଲମାନ ତାଙ୍କୁ କୋଳରେ ଉଠାଇ ମଧ୍ୟ ଭିଡିଓ ସେୟାର କରିଥିଲେ । ତେବେ ଅମାର ବି ଭଗବାନଙ୍କୁ ପାର୍ଥନା ଏହି ଦୁଖର ସମୟରେ ତାଙ୍କ ପରିବାରକୁ ସାହସ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *