ବନ୍ଧୁଗଣ ପବିତ୍ର ସାମ୍ବଦଶମୀରେ ନିଜ ଗୃହରେ କରନ୍ତୁ ଏହି ସବୁ କାର୍ଯ୍ୟ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଧନର ବର୍ଷା ନିଶ୍ଚିତ କରିବେ । ଆମ୍ଭେମାନେ ଜାଣିଛୁ ଯେ ଧନ ଏପରି ଏକ ଜିନିଷ ଯାହାକି ସମସ୍ତଙ୍କର ଆବଶ୍ୟକ ହେଇଥାଏ । ବର୍ତ୍ତମାନ ଜୀବନରେ ମଣିଷକୁ ସମସ୍ତ ଅତିଆବଶ୍ୟକ କାର୍ଯ୍ୟ କରିବାକୁ ହେଲେ ଧନ ନିହାତି ଆବଶ୍ୟକ ହୋଇଥାଏ । ଧନ ବିନା ଆମେ ଗୋଟିଏ ପାଦ ଆଗକୁ ଚାଲିପାରିବା ନାହିଁ । ତେଣୁ ଆମ୍ଭେମାନେ ଅଧିକ ଧନ ଉପାର୍ଜନ ଆଶାରେ ଅଧିକରୁ ଅଧିକ କଠିନ ପରିଶ୍ରମ କରିଥାଉ ।
ବନ୍ଧୁଗଣ ଅଧିକ ଧନ ଉପାର୍ଜନ ପାଇଁ କଠିନ ପରିଶ୍ରମ ସହିତ କିଛି ଉପାୟ ମଧ୍ୟ କରିବାକୁ ହେଇଥାଏ । ଆସନ୍ତୁ ଏବେ ସେହି ଉପାୟ ଗୁଡିକ ବିଷୟରେ ଜାଣିବା । ବନ୍ଧୁଗଣ ପବିତ୍ର ସାମ୍ବଦଶମୀରେ ଆପଣମାନେ ଏହି ଉପାୟ ଗୁଡିକ କଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ ଏବଂ ଆପଣଙ୍କୁ ବହୁତ ଧନ ଦେବା ସହିତ ଆପଣଙ୍କ ଜୀବନକୁ ସୁଖଶାନ୍ତିରେ ଭରିଦେବେ ।
ପ୍ରଥମ ଉପାୟ; ବନ୍ଧୁଗଣ ପବିତ୍ର ସାମ୍ବଦଶମୀରେ ସକାଳ ଏବଂ ସନ୍ଧ୍ୟା ସମୟରେ ଘରର ଦ୍ଵାର ନିକଟରେ ଘିଅର ଦୀପ ନିଶ୍ଚୟ ଜାଳନ୍ତୁ । ଦୀପ ଲଗାଇଲା ପରେ ବଳକା ଘିଅକୁ ଅସ୍ଵସ୍ଥ ଗଛ ମୂଳରେ ଢାଳି ଦିଅନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କର ଗୃହରେ ପ୍ରବେଶ କରିଥାନ୍ତି । ଏବଂ ମା ଲକ୍ଷ୍ମୀଙ୍କର ଆଗମନ ଫଳରେ ଆପଣଙ୍କୁ ଧନ-ଜନ,ସୁଖ-ଶାନ୍ତିର ଆଗମନ ହେଇଥାଏ । ଦୁତୀୟ ଉପାୟଟି ହେଉଛି; ଏହି ସାମ୍ବଦଶମୀ ଆବସରରେ ନିଜ ଘର ଅଗଣାରେ ତୁଳଶୀ ଗଛଟିଏ ଲଗାନ୍ତୁ ।
ଏହା ଦ୍ଵାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତୃତୀୟ ଉଅପାୟ; ସେହିଦିନ ପ୍ରାତଃ ସମୟରେ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ସମୟରେ ଘିଅର ଦୀପ ଅର୍ପଣ କରନ୍ତୁ,ଏହି ଦୀପରେ ନାଲିସୁତା ପକାଇ ରଖନ୍ତୁ । ଏହା କରିବା ଦ୍ଵାରା ସୂର୍ଯ୍ୟ ଦେବ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେଇଥାନ୍ତି । ଏହା ଦ୍ଵାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହେଇଯାଏ ।
ଚତୁର୍ଥରେ; ବନ୍ଧୁଗଣ ସାମ୍ବଦଶମୀ ହେଉଛି ବହୁତ ପବିତ୍ର ଦିନ । ଏହି ଦିନ ଆପଣମାନେ ଦୁଖୀ ଏବଂ ଦରିଦ୍ରମାନଙ୍କୁ କିଛି ବସ୍ତ୍ର,ଖାଦ୍ଯ ଦାନ ଦିଅନ୍ତୁ । ଏହା ଆପଣଙ୍କର ସାମର୍ଥ୍ୟ ଅନୁସାରେ କରନ୍ତୁ, ଯେତିକି ଦାନ କରିପାରିବେ ସେତିକି ଅଳ୍ପ ବହୁତ ମାତ୍ରାରେ ଦାନ କରନ୍ତୁ । ଏହା କରିବା ଦ୍ଵାରା ମନୁଷ୍ୟର ୭ଜନ୍ମର ପାପ କ୍ଷୟ ହୋଇଥାଏ । ଦାନ କରୁଥିବା ବ୍ୟକ୍ତି ମାନଙ୍କୁ ମା ଲକ୍ଷ୍ମୀ ଅଧିକ ଭଲ ପାଇଥାନ୍ତି । ତେଣୁ ଆପଣ ପବିତ୍ର ସାମ୍ବଦଶମୀରେ କିଛି ଦରିଦ୍ର ବ୍ୟକ୍ତିଙ୍କୁ ଦାନ କରନ୍ତୁ ।
ପଞ୍ଚମରେ; ଏହି ଦିନ ସନ୍ଧ୍ୟା ସମୟରେ ଗୋବର ଉପରେ କିଛି ମାଟି ପାତ୍ରରେ ଝୁଣା ରଖି ଜଳାନ୍ତୁ । ଏବଂ ସେହି ଝୁଣା ଧୂପକୁ ଘର ଚାରିଆଡେ ଦିଅନ୍ତୁ, ଏହା କରିବା ଦ୍ଵାରା ଘରୁ ଦୁଷ୍ଟ ଶକ୍ତିର ବିନାଶ ହୋଇଥାଏ । ଏବଂ ଆପଣଙ୍କ ଘରକୁ ଧନର ଆଗମନ ହୋଇଥାଏ । ବନ୍ଧୁଗଣ ପବିତ୍ର ସାମ୍ବଦଶମୀ ଦିନ ଆପଣମାନଙ୍କ ଗୃହରେ ଏହି ୫ଟି ଉପାୟ କରନ୍ତୁ ଆପଣଙ୍କୁ ଧନ ନିଶ୍ଚିତ ପ୍ରାପ୍ତ ହେବ । ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।