ସମ୍ପତି ପାଇଁ ବାରଣ୍ଡାରେ ରୋଗିଣା ମା’ ଆଉ ରକ୍ତପାତ ହୋଇ ପଡିଛି ବୋହୁ… ସମ୍ପୁର୍ଣ୍ଣ ଖବର ଜାଣି ଆପଣଙ୍କ ରକ୍ତ ବି ହେବ ଗରମ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆଜିର ସମୟରେ ଧନ ସମ୍ପତି ପାଇଁ କେତେ ଯେ ଅଘଟଣ ଘଟି ଯାଉଛି ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସୋସିଆଲ ମିଡିଆରେ ପ୍ରତେକ ଦିନ ଅନେକ ଭିଡିଓ ଏ ନେଇ ଭାଇରାଲ ହେଉଛି । ଆଉ ସମ୍ପତି ବାଡି ପାଇଁ କେତେ ଯେ ନିରୀହ ଲୋକଙ୍କର ପ୍ରାଣ ଯାଉଛି ଆଉ କେତେକ ଛଟପଟ ହେଉଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଅଭାବନୀୟ ଘଟଣା ସାମନା କୁ ଆସିଛି । ଆପଣ ମାନେ ବି ଥରେ ନଜର ପକାନ୍ତୁ ଏ ବୁଢୀ ମା ଉପରେ ।

କେମିତି ଦୟନୀୟ ଅବସ୍ଥାରେ ଚିରା କୋତରା ଲୁଗା ପିନ୍ଧି ପଡିଛି । ଏ ବୁଢୀ ମା ର ଅବସ୍ଥା ଆଜି ତାର ପୁଅ ମାନଙ୍କ ପାଇଁ । ବୁଢୀ ମାଙ୍କର ୪ଟି ପୁଅ କିନ୍ତୁ ପାଳି କରି ପୋଶନ୍ତି । ଏବେ ଏ ମାର ଗୋଡ ଭାଙ୍ଗିଛି ଆଉ ମୃତ୍ୟୁ କୁ ଅପେକ୍ଷା କରିଛି । ଆଉ ସେହି ଅବଠାରେ ମା କୁ ବଡ ପୁଅ, ମଝିଆ ପୁଅ ଆଣି ସାନ ମଝିଆ ଘରେ ଛାଡି ଦେଇଛନ୍ତି । ସେଠାରୁ ଆରମ୍ଭ ହେଲା କାଣ୍ଡ । ଆଉ ତା ପରେ ଭାଇ ଭାଇ ମଧ୍ୟରେ ଝଗଡା ହେଲା ଆଉ ସାନ ମଝିଆ ବୋହୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା ।

ବୁଢୀ ମା କୁ ପୋଷଣ କରିବା ଔ ସମ୍ପତି ବିବାଦକୁ ନେଇ ମଝିଆ ଭାଇ ସୁଭାଷ ରାଉତରାଏଙ୍କ ସ୍ତ୍ରୀ ଙ୍କୁ ଦୁଇ ଦେଢସୁର ଓ ଜଣେ ଡିଅର ମିଶି ବିଭଶ୍ଚ ହତ୍ୟା କରିଛନ୍ତି । ଆଜି ସକାଳେ ବାଣପୁର ଥାନା ପଙ୍କାଣପୁର ଗାଁ ର ସୁଭାଷ ରାଉଇତ୍ରାଏ ଘରେ ଥିବା ବେଳେ ତାଙ୍କର ଦୁଇ ଭାଇ ବୁଢୀ ମା କୁ ଆଣି ସୁଭାଷ ଙ୍କ ଘରେ ଛାଡି ଗାଳି ଗୁଲଜ କରିଥିଲେ । ପରେ ଉଭୟ ପରିବାରରେ ଗଣ୍ଡୋଗୋଳ ହୋଇଥିଲା । ଘରେ ଥିବା ସୁଭାଷ ଙ୍କ ସ୍ତ୍ରୀ କୁ ଦାଣ୍ଡକୁ ଆଣି ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଧାରୁଆ ଅସ୍ତ୍ର ସାହାଯ୍ୟରେ ଅନ୍ୟ ଭାଇ ମାନେ ମିନାକ୍ଷୀ ରାଉତରାଏ ଙ୍କୁ ଆକ୍ରମଣ କରିଥିଲେ ।

ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇବା ପରେ ବାଣପୁର ପୋଲିସ ଘଟଣା ସ୍ଥଳରେ ଅହଞ୍ଚି ଦାଣ୍ଡ ରେ ପଡିଥିବା ଘଟଣା ର ତଦନ୍ତ କରିଛି । ଅଭିଯୁକ୍ତ ବଂଶିଧର ରାଉତ ରାଏ, ମାଧବ ଓ ଲକ୍ଷ୍ମୀଧର ଏବେ ବି ଫେରାର ଅଛନ୍ତି । ତେବେ ମା ୪ ପୁଅ ଜନ୍ମ କରିବା ପରେ ବି କେମିତି ଜୀବନ ବଞ୍ଚୁଛି ଆଉ ମଲା ଶଯ୍ୟା ରେ କେତେ ରକ୍ତପାତ ସେ ଦେଖୁଛି ତାହା ଏହି ଘଟାଣ ରୁ ପ୍ରମାଣିତ ହେଉଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *