ସନ୍ଧ୍ୟା ହେଲେ ଚିଲିକାରୁ ଶୁଭୁଛି ବିକଳ କାନ୍ଦ…ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କାଳିଜାଇ ମନ୍ଦିରର ରହସ୍ୟ ବିଷୟରେ କହିବାକୁ ଯାଉଛୁ । ଝିପିଝିପି ବର୍ଷ ରାତି ନିଶା ଗରଜୁଥାଏ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ସାଙ୍ଗକୁ ଘନ ଘନ ବିଜୁଳି ଆଲୁଅରେ ବର୍ଷା ଦେଖାଯାଉଥାଏ । ବର୍ଷା ରାତିର ଶୀତଳ ପବନ ଦେହରେ ଶିହରଣ ସୃଷ୍ଟି କରୁଥାଏ । ପୁନେଇ ଜନ୍ମ ଆକାଶର କଳା ବାଦଲ ଢାଙ୍କି ଡିଥାଏ ଚାରିଆଡେ କିଟିମିଟି ଅନ୍ଧାର । ରାତି ବଢିବା ସାଙ୍ଗକୁ ବର୍ଷାର ବେଗ ମଧ୍ୟ ବଢୁଥାଏ । ଚିଲିକାର ଘନ ନୀଳ ପାଣିରେ ସୃଷ୍ଟି ହୋଇ ଆଗକୁ ଆଗକୁ ମାଡି ଚାଲିଥାଏ ।

ସାନ୍ତ ଚିଲିକାରେ ବର୍ଷା ପାଣି ପଡି ଅଶାନ୍ତ ପରି ମନେ ହେଉଥାଏ । ସବୁକିଛି ଠିକ ଥାଇ ବି କେଉଁ ଗୋଟେ ଅଜଣା ଭୟ ରହିଥାଏ ମନରେ । ଅନ୍ଧାର ରାତିରେ ଦୂର ପାହାଡର ଦୃଶ୍ୟ ମନରେ ଭ୍ରମ ସୃଷ୍ଟି କରୁଥାଏ । ସେଦିନ ମା କାଳିଜାଇଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଯାଇଥାନ୍ତି । ଦର୍ଶନ ସାରି ଫେରିବା ବେଳକୁ ମୁହଁ ଅନ୍ଧାର ସଞ୍ଜ ସାଗକୁ ଝିପିଝିପି ବର୍ଷ ସହ ସୁଲୁସୁଲିଆ ପବନ ବୋହୁଥାଏ । ଡଙ୍ଗାଟି କିଛି ବାଟ ଆଗକୁ ବଢିବା ପରେ ତୁହାକୁ ତୁହା ବର୍ଷା ହେବାରେ ଲାଗିଲା ଆଉ ଚିଲିକାର କଳା ଗୁମର ପାଣିର ଗର୍ଜନ ଛାତିକୁ ଥରାଇ ଦେଉଥାଏ ।

ଶ୍ରଦ୍ଧାଳୁ ମାନେ ଭୟରେ ଡହଳ ବିକଳ ହୋଇ ଚିତ୍କାର କରୁଥିଲେ । ଠିକ ସେତିକି ବେଳେ ମଝି ଚିଲିକାରେ ଡଙ୍ଗା ପହଞ୍ଚିବା ପରେ ଶ୍ରଦ୍ଧାଳୁମାନେ ଆଉ କିଛି ବାଟ ନ ପାଇ ମା କାଳିଜାଇଙ୍କୁ ସୁମରି ହାତ ଟେକିଦେଲେ । ଆଖି ଖୋଲି ଦେଖିଲା ବେଳକୁ ପରିବେଶ ପୁରା ସାନ୍ତ ହୋଇଯାଇଛି । ବର୍ଷା ବିଜୁଳି ଘଡଘଡି ସବୁକିଛି ବନ୍ଦ ହୋଇ ଯାଇଛି । ଏ ସବୁ ଦେଖି ଶ୍ରଦ୍ଧାଳୁମାନେ ଆଶ୍ଵସ୍ତ ହେଲେ ଆଉ ମା କାଳିଜାଇଙ୍କ ନାମ ଜପି ହ୍ରଦ ପାର ହେବାକୁ ମନସ୍ଥ କରିଲେ ।

ଠିକ ସେହି ସମୟରେ ମା କାଳିଜାଇଙ୍କ ମନ୍ଦିର ପାଖରୁ ଚିତ୍କାର ଶୁଭିଲା ମୋତେ କେହି ବଞ୍ଚାଅ ମୁଁ ପାଣିରେ ବୁଡି ଯାଉଛି ବାପା ମା କେଉଁଠି ଆଚ ମୋତେ ବଞ୍ଚାଅ ଅଟେ ଏଠି ଭାରି ଡର ଲାଗୁଛି । ଶ୍ରଦ୍ଧାଳୁମାନେ ନାବକକୁ ପ୍ରଶ୍ନ ପଚାରିଲେ ଆଉ ସେ ଉତ୍ତର ଦେଇଥିଲା କିମ୍ବଦନ୍ତୀ ଅନୁଯାୟୀ ମା କାଳୀ ଆଉ ଜାଇ ମାଙ୍କର ହେଉଛନ୍ତି ବୃଧକ ଅଂସ । ମା କାଳି ହିନ୍ଦୁ ଧର୍ମର ଦେବୀ ହୋଇଥିବା ବେଳେ ଜାଇ ହେଉଛନ୍ତି ସାଧାରଣ ଝିଅ । ଯିଏକି ବିବାହ କରି ନଦୀ ପାର କରିବା ସମୟରେ ହଠାତ ଝଡ ଆସିଥିଲା ଯାହାର କରାଳ ରୂପରେ ଡଙ୍ଗାଟି ଭାରସମ୍ୟ ହରାଇ ଚିଲିକାର ପାଣିରେ ବୁଡିଯାଇଥିଲା ।

ନାବିକ ଆଉ ଜାଇଙ୍କ ବାପା ପାଣିରୁ ଉଧାର ହୋଇଥିଲେ ବି ଜାଈ ପାଣିରେ ଜୀବନ ହାରିଥିଲେ । ଆଉ ଜାଇର ବାପା ଖାଲି ହାତରେ ଘରକୁ ଫେରିଥିଲେ । ସେହିଦିନ ଠାରୁ ଜାଇକୁ ମା କାଳିଜାଇ ରୂପରେ ପୂଜା କରାଯାଉଛି ଆଉ ସନ୍ଧ୍ୟା ହେଲେ ତାର କାନ୍ଦଣା ଶୁଭିଥାଏ ବୋଲି ବିଶାଶ ରହିଛି । ତେଣୁ ସନ୍ଧ୍ୟା ଆଗରୁ କେହି ମନ୍ଦିରରେ ରୁହନ୍ତି ନାହି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *