ସନ୍ଧ୍ୟା ସମୟରେ ଭୁଲରେ ବି ଏହି କାମ କରନ୍ତୁ ନାହିଁ, ନଚେତ…

ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କିଛି ମହତ୍ଵ କଥା ର ଧ୍ୟାନ ରଖିବା ନିହାତି ଆବଶ୍ୟକ ଅଟେ । ଯାହା ଫଳରେ ଦେବାଦେବୀଙ୍କ କୃପା ମିଳିବା ସହିତ ଘର ପରିବାରରେ ଖୁଶିର ସମୟ କଟିଥାଏ । ସନ୍ଧ୍ଯା ସମୟରେ ଏହି କାମ ସବୁ କରିବା ଦ୍ଵାରା ଘରର ଦରିଦ୍ରତା ବୃଦ୍ଧି ପାଇବା ସହିତ ଘରର ସୁଖଶାନ୍ତି ମଧ୍ୟ ଦୂର ହୋଇଥାଏ । ବନ୍ଧୁଗଣ ସନ୍ଧ୍ୟା ସମୟରେ କେବେ ବି ଭୋଜନ କରିବା ଉଚିତ ନୁହେଁ । କାରଣ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଭୋଜନ କରିବା ଦ୍ଵାରା ଭୋଜନ କରୁଥିବା ବ୍ୟକ୍ତି ର ବହୁତ ବଡ ଅନିଷ୍ଟ ହୋଇଥାଏ ।

କାରଣ ଏହି ସମୟ ଟି ଦିନ ଓ ରାତି ର ମଧ୍ୟ ଭାଗ ହୋଇଥିବାରୁ ଏହି ସମୟରେ ଭୋଜନ କଲେ ଘରେ ଅର୍ଥହାନୀ ହେବା ସହ ଘରକୁ ଦରିଦ୍ରତା ମାଡି ଆସିଥାଏ । ଏହା ସହ ମଧ୍ୟ ଏହି ସମୟରେ ଭୋଜନ କଲେ ବ୍ଯକ୍ତିର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । କିନ୍ତୁ ଯଦି ଆପଣଙ୍କୁ ଭୋକ ଲାଗୁଛି ତେବେ ଆପଣ ଫଳ କିମ୍ବା କିଛି ଛୋଟ ଜିନିଷ ଖାଇ ପାରିବେ ।

ସନ୍ଧ୍ୟା ସମୟରେ ଝାଡୁ ମାରିବା ଅନୁଚିତ ଅଟେ । ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କେବେ ବି ଘର ଝାଡୁ ମାରନ୍ତୁ ନାହିଁ । କିମ୍ବା ଘର ଝାଡନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି । ତେଣୁ ଏହି ସମୟରେ ହାତ ଗୋଡ ଧୋଇ ମାତା ଲଖ୍ମିଙ୍କୁ ପ୍ରାର୍ଥନା କରିବା ଦ୍ଵାରା ଆପଣଙ୍କୁ ସୁଫଳ ମିଳିଥାଏ । ଏବଂ ସନ୍ଧ୍ୟା ଦେବା ପୂର୍ବରୁ ହିନ ଘରେ ଝାଡୁ ମାରନ୍ତୁ ।

ସନ୍ଧ୍ୟା ସମୟରେ ପ୍ରେମ ସମ୍ପର୍କ ରଖନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଦେବାଦେବୀ ମାନେ ପୃଥିବୀ ପୃଷ୍ଠ ରେ ଚଳବିଚଳ କରୁଥାନ୍ତି ଓ ସମସ୍ତଙ୍କୁ ମଧ୍ୟ ଆଶ୍ରିବାଦ ଦେଇଥାନ୍ତି । କିନ୍ତୁ ଯଦି ଏହି ସମୟରେ ପ୍ରାର୍ଥନା କରିବା ବଦଳରେ ପ୍ରେମ ସମ୍ପର୍କରେ ଲିପ୍ତ ରୁହନ୍ତି ତେବେ ସେହି ଘରକୁ କୌଣସି ବି ଦେବାଦେବୀ ନିଜର କୃପା ଦ୍ରୁଷ୍ଟି ରଖନ୍ତି ନାହିଁ । ଯାହା ଫଳରେ ସେହି ଘରେ ସର୍ବଦା ଦରିଦ୍ରତା, ଅଭାବ ଅନାଟନ, ଅଶାନ୍ତି ଓ କର୍ଜ ଭାର ଲାଗି ରହିଥାଏ ।

ସନ୍ଧ୍ୟା ସମୟରେ ଶୋଇବା ମଧ୍ୟ ଅନୁଚିତ ଅଟେ । ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଶୋଇବା ଅଶୁଭ ଅଟେ । କାରଣ ଯେଉଁ ସମୟରେ ନିଜର ଇଷ୍ଟ ଦେବଙ୍କୁ ପୂଜା ଓ ପ୍ରାର୍ଥନା କରିବା ବଦଳରେ ଯେଉଁ ବ୍ୟକ୍ତି ଶୋଇ ରହିଥାଏ ସେ ସର୍ବଦା ନର୍କ ଯନ୍ତ୍ରଣା ଭୋଗ କରିଥାଏ । ଏହା ସହିତ ସନ୍ଧ୍ୟା ସମୟରେ ଶୋଇବା ଦ୍ଵାରା ମଧ୍ୟ ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ଯେମିତିକି ପେଟ ରୋଗ ହେବା ସହିତ ଦେହରେ ଚର୍ବି ମଧ୍ୟ ବଢିଥାଏ ।

ସନ୍ଧ୍ୟା ସମୟରେ ମାତା ବୃନ୍ଦାବତୀ ଙ୍କୁ ପୂଜା କରିବା ଭୁଲନ୍ତୁ ନାହିଁ । କିନ୍ତୁ ଏହି ସନ୍ଧ୍ୟା ସମୟରେ ମାତା ତୁଳସୀଙ୍କୁ ଛୁଇଁବେ ନାହିଁ କିମ୍ବା ମାତା ବୃନ୍ଦାବତୀ ଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ । ଏହା କରିବା ସବୁଠୁ ବଡ ପାପ ବୋଲି ମାନା ଯାଇଥାଏ । ତେଣୁ ସନ୍ଧ୍ୟା ସମୟରେ ମାତା ବୃନ୍ଦାବତୀଙ୍କ ମୂଳରେ ଦ୍ଵିପ ଜାଳିବା ଦ୍ଵାରା ଘରର ପରିବେଶ ଶୁଭ ହେବା ସହ ଘରର ପରିବାର ରେ ଖୁଶିର ଲହରୀ ସର୍ବଦା ଲାଗିରହିଥାଏ ।

Leave a Reply

Your email address will not be published. Required fields are marked *