ଶନିବାର ଦିନ ଏହି ଜାଗାରେ ପକାଇ ଦିଅନ୍ତୁ, ଗୋଲମରୀଚର ୭ଟି ଦାନା, ଦୁର୍ଭାଗ୍ୟ ହେବ ଦୂର ଚମକିବ ଭାଗ୍ୟ

ବନ୍ଧୁଗଣ ଆମ ଜୀବନରେ କେବେ କେବେ ଆମ ନିଜ ଲୋକ ହିଁ ଶତ୍ରୁ ହୋଇଯାଆନ୍ତି । ସାଧାରଣ ଆମ୍ଭ ଜୀବନରେ ଆମେ ଏଭଳି ବ୍ୟକ୍ତିଙ୍କୁ ଭେଟ କରିଥାଉ ଯେ କି ଆମ ଉପରେ ଈର୍ଷା ଭାବ ରଖିଥାନ୍ତି । ବନ୍ଧୁଗଣ ଈର୍ଷା ରଖୁଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ର ବିଷୟ ବସ୍ତୁ ର ଆବଶ୍ୟକ ହୋଇନଥାଏ । ସେମାନେ ଈର୍ଷା ରେ ଏତେ ଜଳିଥାନ୍ତି ଯେ ବ୍ୟକ୍ତି ଜଣଙ୍କୁ ହଇରାଣ କରିଦେଇଥାନ୍ତି । ଆମ୍ଭେ ସେମାନଙ୍କର କିଛି କରିପାରି ନଥାଉ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗୋଲମରୀଚ ର ବହୁତ ମହତ୍ଵ ରହିଅଛି, ଆସନ୍ତୁ ଜାଣିବା ତାହାର ବିଶେଷତ୍ଵ ସମ୍ବନ୍ଧରେ ।

ବନ୍ଧୁଗଣ ଗୋଲମରୀଚ ସମସ୍ତଙ୍କ ରୋଷେଇ ଘରେ ବ୍ୟବହୃତ କରାଯାଏ । ଏହାକୁ ଖାଦ୍ଯ ରେ ଉପଯୋଗ କଲେ, ଶରୀର ସୁସ୍ଥ ରହିବା ସଙ୍ଗେ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଯାଇଥାଏ । ଗୃହରେ ଶୁଭ ଏବଂ ଭଲ ବାତାବରଣ ର ପ୍ରବେଶ ହୋଇଥାଏ ।

୧- ଯଦି ଆପଣଙ୍କ ଉପରେ ଶନିଦେବଙ୍କ କୋପ ଦ୍ରୁଷ୍ଟି ଲାଗି ରହିଛି ତେବେ ଆପଣ ଗୋଟିଏ କଳା କପଡାରେ କିଛି ଗୋଲମରୀଚ ନେଇ, ସେଥିରେ ଗୋଟିଏ କଇନ ବାନ୍ଧି ଦିଅନ୍ତୁ । ଏହାକୁ ଶନିବାର ଦିନ ଶନିଦେବଙ୍କ ମନ୍ଦିରରେ ନେଇ ଅର୍ପଣ କରି ଆସନ୍ତୁ । ଏପରି କଲେ ଆପଣଙ୍କର ସମସ୍ତ ଦୋଷ କ୍ଷୟ ହେବ ।

୨- ଯଦି ଆପଣଙ୍କର ପରିବାରରେ ଅନେକ ସମସ୍ଯା ଉପୁଜୁଥାଏ, ତେବେ ଶନିବାର ଦିନର ସନ୍ଧ୍ୟା ସମୟରେ ଗୋଲମରିଚର ୫ ଟି ଦାନା ନେଇଯାଆନ୍ତୁ ଏବଂ ଏହାକୁ ନିଜ ମୁଣ୍ଡ ରେ ୪ ଥର ବୁଲାଇ ଆଣନ୍ତୁ । ଏହାପରେ ଆପଣ ଏଭଳି ସ୍ଥାନକୁ ଜାଆନ୍ତୁ ଯେଉଁଠାରେ କେହି ନଥିବେ । ଆପଣ ପୂର୍ବ ଦିଗ ଆଡକୁ ମୁହଁ କରି ସବୁ ଦିଶାରେ ଏକ ଏକ କରି ୪ ଟି ଗୋଲ ମରୀଚ ପକାଇ ଦିଆନ୍ତୁ ।

ଏହାପରେ ବଳିଥିବା ଗୋଟିଏ ଗୋଲମରୀଚ ଉପର ଆକାଶ ଆଡକୁ ପକାଇ ଘରକୁ ଫେରସ୍ଥ କରନ୍ତୁ । ଫେରିଲା ବେଳେ ପଛକୁ ବୁଲି ଦେଖିବେ ନାହିଁ । ଆପଣଙ୍କର ଆକସ୍ମିକ ଧନଲାଭର ଯୋଗ ବନିବ ଏହା ସହିତ ଆପଣଙ୍କ ଜୀବନରେ ଥିବା ଶତ୍ରୁ ମାନଙ୍କ ଠାରୁ ଆପଣଙ୍କୁ ମୁକ୍ତି ମିଳିବ ।

୩- ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଶତ୍ରୁ ମୁକ୍ତି ନିମନ୍ତେ ଗୋଟିଏ ଛୋଟ ଉପାୟ କିହିବାକୁ ଯାଉଛୁ । ଆପଣ ୭ ଟି ଗୋଲମରୀଚ ନିଅନ୍ତୁ । ତାକୁ ନେଇ କୌଣସି ଭାରି ଜିନିଷରେ ଦବାଇ ତାକୁ ହଲ୍କା ଦରଦରା କରି ଦିଅନ୍ତୁ । ଏହାପରେ ଆପଣ ଏହାକୁ ନେଇ ଗୋମାତାର କଞ୍ଚା ଦୁଗ୍ଧ ରେ ମିଶାଇ ୩ ଶନିବାର ପର୍ଯ୍ୟନ୍ତ ଶିବ ଲିଙ୍ଗରେ ଢାଳି ଦିଅନ୍ତୁ ।

ଏବଂ କ୍ଷୀର ଅର୍ପଣ କରୁଥିବା ସମୟରେ ଲଗାତାର “ଓମ ନମଃ ଶିବାୟ” ର ଜପ କରନ୍ତୁ । ଏହାସହିତ ଶତୃଙ୍କର ଦୁଷ୍ଟ ଶକ୍ତି ନାସ ହେଉ ବୋଲି ପ୍ରାର୍ଥନା କରନ୍ତୁ । ବନ୍ଧୁଗଣ ଏପରି କରିବା ମାତ୍ରେ ଆପଣ ନିଜେ ଅନୁଭବ କରିପାରିବେ ଯେ ଆପଣଙ୍କ ଉପରେ ଶତ୍ରୁଙ୍କ ପ୍ରଭାବ କ୍ରମଶ ହ୍ରାସ ପାଇବାକୁ ଲାଗୁଛି । ବନ୍ଧୁଗଣ ଏହି ବିବରଣୀ ଟି ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *