ଶନିବାର ଦିନ ଭୁଲରେବି ଘରକୁ ଆଣନ୍ତୁ ନାହିଁ ଏହି ୮ ଟି ଜିନିଷ ନଚେତ ହେବ ଘୋର ଅନର୍ଥ

ଶନିବାର ଦିନ କଣ କରିବା ଦରକାର କଣ ନୁହେଁ । ଶନିବାର ଶନିଦେବଙ୍କ ଦିନ ଅଟେ । ପୁରାଣଅନୁସାରେ ଶନିଦେବ ସୂର୍ଯ୍ୟ ଦେବଙ୍କ ପୁତ୍ର ଅଟେ । ବ୍ରହ୍ମାଙ୍କ କୃପାରୁ ତାଙ୍କର ପ୍ରଭାବ ତାଙ୍କ ବାପାଙ୍କ ଠାରୁ ଅଧିକ ଅଟେ । ଶନି ଦେବ କୌଣସିବି ରାଶିରେଅଢେଇ ବର୍ଷରୁ ନେଇ ଶଢେସାତ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି । କୌଣସିବି କୁଣ୍ଡଳୀରେ ସନିଦେବ ଆସିବାର ତିନିମାସ ପୂର୍ବରୁ ପ୍ରଭାବ ପକାଇଥାନ୍ତି ।  ପ୍ରତେକ ମନୁଷ୍ୟଙ୍କ ଜୀବନରେ ଶନି ଦେବ ତିନିରୁ ଚାରିଥର ଆସିଥାନ୍ତି ।

ସବୁ ମନୁଷ୍ୟଙ୍କ ଜୀବନରେ ସବୁ ଶନୀଙ୍କ ପ୍ରଭାବ ତାଙ୍କ ଗ୍ରହ ଅନୁସାରେ ପଡିଥାଏ । ଯେତେ ସମ୍ଭବ ହେବ ଶନି ଦେବଙ୍କ ବକ୍ର ଦ୍ରୁଷ୍ଟିରୁ ବଞ୍ଚିକି ରହିବେ । ଶନିଦେବଙ୍କ ନମ୍ବର ୮ ହୋଇଥାଏ । ଏହି ବସ୍ତୁ ଗୁଡିକ ଶନିବାର ଦିନ ଆଣିବା ଅନୁଚିତ ହୋଇଥାଏ ।


ଲୁହା :- ଶନିବାର ଦିନ ଲୁହାର ଜିନିଷ କେବେବି ଆଣିବେ ନହିଁ , ଛୋଟ ହେଉକି ବଡ କେବେବି ଆଣିବେ ନହିଁ । ଛୁଞ୍ଚିଠୁ ନେଇ ଗାଡି ପର୍ଯ୍ୟନ୍ତ କିଛି କିଣିବେ ନହିଁ । ରାଜା ବିକ୍ରମାଦିତ୍ୟ  ଶନିଦେବଙ୍କୁ ଗୋଟେ ଲୁହାର ଆସନ ଦେଇଥିଲେ, ସେଥିରେ ଶନି ଦେବ କ୍ରୋଧିତ ହୋଇ  ବକ୍ର ଦ୍ରୁଷ୍ଟି ପକାଇ ଥିଲେ । ସେବେଠୁ ମାନ୍ୟତା ରହିଛି  ଶନିବାର ଲୁହା କିଣିବା ଅଶୁଭ ହୋଇଥାଏ । କିନ୍ତୁ ଏହାର ବିପରୀତ ଶନିବାର ଦିନ  ଶନିଦେବଙ୍କୁ ଲୁହାର ଦାନ କରିବା  ଆପଣଙ୍କୁ ଶୁଭ ଫଳ ଦେଇଥାଏ ।

ଚମଡା :- ଶନିବାର ଦିନ ଚମଡା ଭଳି ଜିନିଷ ଯେମିତି ବେଲ୍ଟ,, ପର୍ସ ଏହିଭଳି ଜିନିଷ ଆଣିବା ଅନୁଚିତ ।ଶନିବାର ଦିନ ଆଣିବା ଦ୍ଵାରା ସଫଳତାରେ ବାଧା ହୋଇଥାଏ ।

ତେଲ :- ଶନିବାର ଦିନ କୌଣସି ପ୍ରକାରର ତେଲ ଘରକୁ ଆଣିବା ଅନୁଚିତ ହୋଇଥାଏ । ଶନିବାର ଦିନ ଘରକୁ ତେଲ ଆଣିଲେ କଷ୍ଟ ଓ ବିମାରି ଆସିଥାଏ । ଶନିବାର ଶନିଦେବଙ୍କ ଦେହରେ ତେଲ ଢଳିବା ଦ୍ଵାରା ଶାଣିଦେବ ଅତଧିକ ଖୁସି ହୋଇଥାନ୍ତି ।


କୋଇଲା :- ଶନିବାର ଦିନ ଘରକୁ କୋଇଲା ଆଣିବା ବର୍ଜିତ ଅଛି । କୋଇଲା କଳା ରଙ୍ଗର ହୋଇଥାଏ, ଯାହାକୁ ଘରକୁ ଆଣିବାର ଅର୍ଥ ହୋଇଥାଏକି ଆପଣ ଶନିଦେବଙ୍କ ସ୍ଵରୂପକୁ ଘରକୁ ଆନୁଛନ୍ତି । ଶନିବାର ଦିନ କୌଣସି ପ୍ରକାର ଇନ୍ଧନ ଆଣିବା ଉଚିତ ନୁହେଁ ।  ଏହାକୁ ଆଣିବା ଦ୍ଵାରା ଆପଣଙ୍କ ଘରେ ଖରାପ ସମୟର ଆରମ୍ଭ ହୋଇଥାଏ ।

ଝାଡୁ :- ଶନିବାର ଦିନ ଭୁଲରେବି ଝାଡୁ ଆଣିବା ଅନୁଚିତ ହୋଇଥାଏ । ଶନିବାର ଆସିଥିବା ଝାଡୁ ଘରର ଧନକୁ ହାନି କରିଥାଏ ।


କଳା ତିଳ :- ଶନିବାର ଦିନ କଳା ତିଳ ଆଣିବା ବର୍ଜିତ କରାଯାଇଛି । ଶନି ଦଶା ପାଇଁ କଳା ରଙ୍ଗର ତିଳର ବହୁତ ମହତ୍ଵ ରହିଛି । ଶନିବାର ଦିନ କଳା ତିଳର ଆଗମନ ଶନିଦେବ ଆସିବା ସହିତ ସମାନ ହୋଇଥାଏ ।

ଲୁଣ :- ଶନିବାର ଦିନ ଲୁଣ ଆଣିବା ବର୍ଜିତ ହୋଇଥାଏ । ଶନିବାର ଦିନ ଲୁଣ ଆଣିଲେ ଘରେ ବିମାରୀ ଆସିଥାଏ ।


ସ୍ଯାହୀ :- ଶନିବାର ଦିନ ସ୍ଯାହୀ କେବେବି ଆଣନ୍ତୁ ନହିଁ, ଏହା ଆପଣଙ୍କୁ ଅପଯଶ ବା କଲଙ୍କ ଦେଇଥାଏ ।

ଶାସ୍ତ୍ର ହିସାବରେ ଶନି ଦେବଙ୍କୁ ନ୍ୟାୟ ପାଳର ଦରଜା ଦିଆଯାଇଛି । ରାଜା ହେଉକି ରଙ୍କ କେହିବି ତାଙ୍କ ପ୍ରଭାବରୁ ବଞ୍ଚି ପାରିବେ ନହିଁ । ସନୀଙ୍କର ବକ୍ର ଦୃଶି ବହୁତ ଧନୀଙ୍କୁ ମଧ୍ୟ ଗରିବ ବନାଇ ଦେଇ ଥାଏ । ଶନିଦେବ ବହୁତ ଧୀରେ ଧୀରେ ଆସି ଧୀରେ ଧୀରେ ଯାଇଥାନ୍ତି । ସେ ଜୀବନରେ ଯେବେ ଆସିଥାନ୍ତି ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାନ୍ତି । ଯଦି ଜୀବନରେ କିଛି ଭୁଲ କାମ କରିଥାନ୍ତି ଶନିଦେବ ତାର ଦଣ୍ଡ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *